ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା/ ସହରର ଅଗ୍ରଣୀ ସାହିତ୍ୟନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରା ଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ବ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୋଚ୍ୟ ବିଷୟ ‘ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଏବଂ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ସମାରୋହ ‘ ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଡଃ ପ୍ରଭାତ କୁମାର ମଲ୍ଲିକ ମୁଖ୍ୟ ଆଲୋଚକ ଓ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ସମ୍ମାନିତ ଆଲୋଚକ ଭାବେ ଯୋଗଦେଇ ଉଭୟ ମହାମନିଷୀଙ୍କ ସଂପର୍କରେ ଆଲୋଚନା କରିଥିଲେ । ଉଭୟ ବକ୍ତା ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ମଧୁବାବୁଙ୍କ ପରିପୂରକ ଥିଲେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ । ଉଭୟ ଥିଲେ ଓଡିଶାର ଅସ୍ମିତାର ପରିଚୟ । ଉଭୟଙ୍କ ନେତୃତ୍ବରେ ଓଡ଼ିଶାର ଅସ୍ମିତା ଓ ସ୍ବାଭିମାନ ସହ ଭାରତର ସ୍ବାଧୀନତା ପାଇଁ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଉତ୍କଳ ପ୍ରଦେଶ ଗଠନରେ ଉଭୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଉଭୟ ଆଲୋଚକ ମତ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ସୁଶାନ୍ତ କୁମାର ନାୟକ ଓ କନକଲତା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ଶୁଭଶ୍ରୀ ପ୍ରିୟଦର୍ଶନୀ ଜେନା, ବିଜୟିନୀ ଜେନା, ସଂଯୁକ୍ତା ଦାଶ, ଅଜୟ ମହାନ୍ତି, ଗୌତମ ଦାସ, ସୁବାସିନୀ ସାହୁ, ବ୍ରଜେନ୍ଦ୍ର ଦାଶ, ବବିତା ପଟ୍ଟନାୟକ, ତ୍ରିନାଥ ସିଂ,ସଂଜୀବ କୁମାର ଭୋଇ, ଗଙ୍ଗାଧର ପୁହାଣ, ତ୍ରିଲୋଚନ ସ୍ବାଇଁ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ । ପ୍ରାରମ୍ଭରେ ସଭାପତିତ୍ବ କରୁଥିବା ଶ୍ରୀବେହେରା ସ୍ବାଗତ ଭାଷଣ ସହ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂପର୍କରେ ଓ ଆବାହକ ଶ୍ରୀ ଆଚାର୍ଯ୍ୟ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ଆଲୋଚ୍ୟ ବିଷୟ ସଂପର୍କରେ ସମ୍ୟକ୍ ଧାରଣା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ କମଳାକାନ୍ତ ମହାନ୍ତି, ସୁମନ୍ତ ପତି, ଦିଗମ୍ବର ପାଢୀ, ସୁରେନ୍ଦ୍ର ସାବତ, ଶରତ ରାଉତ, ଅମୂଲ୍ୟ ବେହେରା, ଶଶିରେଖା ବେହେରା, ସୁବାସ ମହାପାତ୍ର,ବସନ୍ତ ମହାରଣା, ପୀତବାସ ପ୍ରଧାନ, କୃଷ୍ଣଚନ୍ଦ୍ର ପ୍ରଧାନ, ଅଶୋକ ପଟ୍ଟନାୟକ, ସୁନିଲ୍ ମହାନ୍ତି, ଚିତ୍ତରଞ୍ଜନ ଦାଶ,ଦିପ୍ତିରେଖା ବେହେରା, ନିରୁପମା ଚାନ୍ଦ, କବିତା ଦାଶ,ଶ୍ରୀକାନ୍ତ ପାଣିଗ୍ରାହୀ,ହରିହର ଶତପଥୀ,ପ୍ରକାଶଚନ୍ଦ୍ର ପାଢୀ, ଗଦାଧର ରଥ,ଡଃ ସୁବାସ ଲେଙ୍କା, ବିଭୁତି ଭୂଷଣ ଦାସ,ରବିନ୍ଦ୍ର ଠାକୁର,ସଂଜୟ ମିଶ୍ର, ଶଙ୍କର ପ୍ରସାଦ ତ୍ରିପାଠୀ, ବିଜୟ କୁମାର ବରାଳ ଓ ଅରବିନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସହସଂପାଦକ ଅଜୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବାଦାମ ପାହାଡ଼ ରେ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ମାଗଣାରେ ଖାଦ୍ୟ ପୁଡିଆ ବଣ୍ଟନ 

masiha

ଖଣି ସହର ରେ ପ୍ରତିଦିନ ଘଣ୍ଟା ଘଣ୍ଟା ଅଘୋଷିତ ବିଦ୍ୟୁତ କାଟ,ସମସ୍ୟା ଭୋଗିଲେ ବିଦ୍ୟାର୍ଥୀ କାଲିଠାରୁ ପରୀକ୍ଷା ଆରମ୍ଭ

masiha

ମହାଶିବରାତ୍ରୀ ଅବସରରେ ଶିବ ମନ୍ଦିର ପରିସରରେ ଯୋଗଶିକ୍ଷା ଦେଲେ ଜ଼ିଲ୍ଲାପାଳ

Sunil Chandra Nayak

Leave a Comment

error: Content is protected !!