ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ସାଇକେଲ ଷ୍ଟାଣ୍ଡ ଉଦଘାଟିତ

ରାଉରକେଲା/ରୋଟାରୀ କ୍ଲବ ଅଫ୍ ରାଉରକେଲା ସେଣ୍ଟ୍ରାଲ ର ଇମାଜିନ ରୋଟାରୀ ତରଫରୁ ସେକ୍ଟର ୬ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ର ଛାତ୍ରୀଙ୍କ ପାଇଁ ଏକ ସାଇକେଲ ଷ୍ଟାଣ୍ଡ ସେଡ୍ ତିଆରି କରାଯାଇଛି । ଏହାକୁ କ୍ଲବ ର ଡିଜିଏମ ରୋଟାରୀଆନ ମନଜିତ ସିଂ ଆରୋରା, ଚନ୍ଦ୍ରକଳା ଦେବୀ ଖଣ୍ଡେଲୱାଲ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ମିଳିତ ଭାବେ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋଟାରୀଆନ ବ୍ରଜେଶ ଗୁପ୍ତା,ରାଜେଶ ଅଗ୍ରୱାଲ, ବିଶ୍ବଜିତ ପତିଙ୍କ ସହ ବହୁ ରୋଟାରୀଆନ, ମୋ ସ୍କୁଲ ଅଭିଯାନର କର୍ମକର୍ତ୍ତା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ । ବହୁଦିନର ଇଛା ପୁରଣ ହୋଇଥିବାରୁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରମତୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିବା ପରେ ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବଜ୍ରାଘାତରେ ୨୧ ରୁ ଉର୍ଦ୍ଧ ଛେଳି ମେଣ୍ଢା ମୃତ 

ଆରଇସି ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ଛାତ୍ର ଛାତ୍ରୀ ଙ୍କୁ ସ୍ବାଗତ

Sunil Chandra Nayak

ସହକାରୀ ଶିକ୍ଷକ ସଂଘ (ଏକ୍ସ-କ୍ୟାଡର) ବ୍ଲକ ସଂଘ ବୈଠକ 

masiha

Leave a Comment

error: Content is protected !!