ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ସାଇକେଲ ଷ୍ଟାଣ୍ଡ ଉଦଘାଟିତ

ରାଉରକେଲା/ରୋଟାରୀ କ୍ଲବ ଅଫ୍ ରାଉରକେଲା ସେଣ୍ଟ୍ରାଲ ର ଇମାଜିନ ରୋଟାରୀ ତରଫରୁ ସେକ୍ଟର ୬ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ର ଛାତ୍ରୀଙ୍କ ପାଇଁ ଏକ ସାଇକେଲ ଷ୍ଟାଣ୍ଡ ସେଡ୍ ତିଆରି କରାଯାଇଛି । ଏହାକୁ କ୍ଲବ ର ଡିଜିଏମ ରୋଟାରୀଆନ ମନଜିତ ସିଂ ଆରୋରା, ଚନ୍ଦ୍ରକଳା ଦେବୀ ଖଣ୍ଡେଲୱାଲ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ମିଳିତ ଭାବେ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋଟାରୀଆନ ବ୍ରଜେଶ ଗୁପ୍ତା,ରାଜେଶ ଅଗ୍ରୱାଲ, ବିଶ୍ବଜିତ ପତିଙ୍କ ସହ ବହୁ ରୋଟାରୀଆନ, ମୋ ସ୍କୁଲ ଅଭିଯାନର କର୍ମକର୍ତ୍ତା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ । ବହୁଦିନର ଇଛା ପୁରଣ ହୋଇଥିବାରୁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରମତୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିବା ପରେ ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

“ଅମ୍ଳାନ ସୃତି”ବହିର ଉନ୍ମଚନ

Sunil Chandra Nayak

ନୂଆପଡ଼ାରେ ପ୍ରାଣୀ ସମ୍ପଦ ବିଭାଗର ମାସିକ ସମୀକ୍ଷା ବୈଠକ: ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଯୋଜନାର ଅଗ୍ରଗତି ସମୀକ୍ଷା

Sunil Chandra Nayak

ଉତ୍କଳ ସାଂସ୍କୃତିକ ପରିଷଦର ୩୫ ତମ ବୋଇତ ବନ୍ଦାଣ ମହୋତ୍ସବ ଆସନ୍ତା ୩ ରେ……

Sunil Chandra Nayak

Leave a Comment

error: Content is protected !!