ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା’ ତାରିଣୀଙ୍କର ୧୯ତମ ଜନ୍ମ ବାର୍ଷିକୋତ୍ସ ପାଳିତ 

ଢେଙ୍କାନାଳ, ତା.୩୦.୦୪.୨୦୨୩ରିଖ : ଢେଙ୍କାନାଳ ଗାନ୍ଧୀମନ୍ଦିର ରୋଡସ୍ଥିତ ମା’ତାରିଣୀଙ୍କ ପୀଠରେ ୧୯ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଅଛି । ଅଦ୍ୟ ଭାଗିରଥୀ ସାଗରଠାରେ ପୂଜା ଅର୍ଚନା ପରେ ୧୦୮ ମହିଳାମାନେ କଳସ ଧାରଣ କରି ଏକ ଶୋଭାଯାତ୍ରାରେ ବାହାରି ମନ୍ଦିର ନିକଟରେ ପହଁଚିଲା ପରେ ଅଧିବାସ ପୂଜା ଆରମ୍ଭ ହୋଇଥିଲା । ୧ ତାରିଖ ଦିନ ରୁଦ୍ରାଭିଷେକ ଓ ଗୀତାଯଜ୍ଞ ଅନୁଷ୍ଠିତ ହେବ । ୨ ତାରିଖ ମଙ୍ଗଳବାର ଦିନ ଚଣ୍ଡୀ ପାଠ ଓ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବା ସହିତ ଭକ୍ତମାନଙ୍କ ପାଇଁ ପ୍ରସାଦସେବନ ବ୍ୟବସ୍ଥା କରାଯାଇଛି । ପୂଜକ ଲିଙ୍ଗରାଜ ପତି ଓ ସହଯୋଗୀଙ୍କ ସହିତ ସମସ୍ତ ପୂଜାକୁ ଯଥାବିଧୂ ରୀତିରେ ପାଳନ କରାଯାଇଥିଲା । କମିଟିର ସମସ୍ତ କର୍ମକର୍ତାମାନେ ଉପସ୍ଥିତ ରହି ପୂଜାକୁ ପରିଚାଳନା କରିଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ଆଜି ପବିତ୍ର ବାରୁଣୀ ….

Sunil Chandra Nayak

ରାଇରଙ୍ଗପୁରରେ ପହଣ୍ଡି ବିଜେ ପରେ ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

Sunil Chandra Nayak

ଶ୍ରୀ ଶ୍ରୀ ଶ୍ରୀ ମାଁ ସମଲେଇ ଠାକୁରାଣୀ ଦେବୀଙ୍କ ପାର୍ଶ୍ଵ ବିଗ୍ରହ ଓ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ

Sunil Chandra Nayak

Leave a Comment

error: Content is protected !!