ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଳବେଉସାରେ ମନ ବଳାଉନାହାନ୍ତି ଝାଡୁ କାରିଗର

କୁଳବେଉସାରେ ମନ ବଳାଉନାହାନ୍ତି ଝାଡୁ କାରିଗର

ଢେ଼ଙ୍କାନାଳ ସଦର : ନିଜ ବେଉସା କରିବାକୁ ମନବଳାଉନାହାନ୍ତି ଝାଡ଼ୁ କାରିଗର। ପ୍ରୋତ୍ସାହନ ଅଭାବରୁ ଓ ପ୍ଲାଷ୍ଟିକ ଝାଡୁର ବହୁଳ ବ୍ୟବହାର ଯୋଗୁଁ ପରିବାରର ଭରଣ ପୋଷଣ କରିବା ସମ୍ଭବ ହେଉନIହିଁ। ଝାଡ଼ୁ ତିଆରି ପାଇଁ ଆବଶ୍ୟକ କଞ୍ଚାମାଲ ମଧ୍ୟ ଠିକ ଭାବେ ମିଳୁନାହିଁ। ଏହାର ପ୍ରସ୍ତୁତି ପାଇଁ ଦରକାରୀ ଗଛ ଢେ଼ଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାପୁର ଛଦେଶ ଅଞ୍ଚଳରେ ସେତେ ମାତ୍ରା ମିଳୁନଥିବାରୁ ଓ ମାଗଣାରେ ମିଳୁଥିବା କଞ୍ଚାମାଲକୁ ଅର୍ଥ ଖର୍ଚ୍ଚ କରି କିଣିବାକୁ ପଡ଼ୁଥିବାରୁ ବଜାର ଦର ସହିତ ତାଳ ମେଳ ରହୁନଥିବାରୁ ପ୍ଲାଷ୍ଟିକ ଝାଡ଼ୁ ସହ ସମତା ରକ୍ଷା ହୋIଇପାରୁ ନIହିଁ। ଫଳରେ ଏହା ଉପରେ ନିର୍ଭର କରୁଥିବା କାରିଗରଙ୍କ ଜୀବିକା ବାଧାପ୍ରIପ୍ତ ହେବାରେ ଲାଗିଛି। ରାତି ପାହିଲେ ପ୍ରତ୍ୟେକ ଲୋକଙ୍କ ଘରପାଇଁ ଝାଡୁର ଆବଶ୍ୟକ ଥିଲେ ମଧ୍ୟ ବାହାର ପାଇଁ ନଡ଼ିଆ କୁଞ୍ଚି ଝାଡୁ ଓ ଘର ଭିତର ନିମନ୍ତେ ବିଭିନ୍ନ ବେଳେ ମାଗଣାରେ ପ୍ରକାର ଝାଡ଼ୁ ମିଳୁଥିବା ଯୋଗୁଁ ଓ ମାଟିଘର ବଦଳରେ ପକ୍କାଘର ନିମନ୍ତେ କାଇଁଚ ଖଜୁରୀ ଝାଡୁର ବ୍ୟବହାର କମିଯାଇଛି। ଫୁଲଝାଡୁର ଚାହିଦା ବଢିବାରେ ଲାଗିଛି। ଏତଦବ୍ୟତୀତ ଗ୍ରାମରାସ୍ତା,ଚାଷଜମି,ଜମିହିଡ଼ ଓ ପଡିଆରେ ଖଜୁରୀ ଗଛ ପର୍ଯ୍ୟାପ୍ତ ପରିମାଣର ଥିବା ସଂଗ୍ରହ କରି ହେଉନଥିବାରୁ ଓ ଏହି କଞ୍ଚାମାଲ ସଂଗ୍ରହ ନିମନ୍ତେ ଅର୍ଥ ଖର୍ଚ୍ଚ କରିବାକୁ ପଡୁଥିବାରୁ ଏହି କୌଳିକ ବୃଦ୍ଧି କରିବIକୁ ବିମୁଖ ହେଉଛନ୍ତି। ଏ ନେଇ ବଲ୍ୟାମ୍ବା ନୂଆ ହାଟରେ ଦୀର୍ଘ ବର୍ଷ ହେବ ଝାଡୁ ବ୍ୟବସାୟୀ କରୁଥିବା ସ୍ଥାନୀୟ ଅଞ୍ଚଳର ଜନଜାତି ଆଦିବାସୀ ମହିଳା ଓ ପୁରୁଷମାନେ କୁହନ୍ତି ପୂର୍ବରୁ ଯେପରି ବ୍ୟବସାୟୀ ହାଟପାଳିରେ ହେଉଥିଲା ଆଉ ସେଭଳି ବ୍ୟବସାୟ ନାହିଁ। ଏହା ସହ ନଡ଼ିଆ ଝାଡୁର ଆବଶ୍ୟକତା ବହୁଳ ପରିମାଣରେ ରହିଥିଲେ ମଧ୍ୟ କାରିଗର ଉପଯୁକ୍ତ ମୂଲ୍ୟ ପାଇପାରୁନାହାନ୍ତି। ମାତ୍ର କଞ୍ଚାମାଲର ପତ୍ର ଅଭାବ ପାଇଁ ଏବେ ଘର ଘର ମାନଙ୍କରେ ପ୍ଲାଷ୍ଟିକ ଝାଡ଼ୁ ବ୍ୟବହାର ବହୁଳ ପରିମାଣରେ ହେଉଛି। ଏହାକୁ କୌଳିକ ବୃତ୍ତି ଭାବେ ଆଦରି ନେଇଥିବା କାରିଗର ଏବେ ସଙ୍କଟ ଦେଇ ଗତି କରୁଛୁ ବୋଲି କହିଛନ୍ତି। ପୂର୍ବରୁ ଏହି ଝାଡ଼ୁ କାରିଗର ବିଭିନ୍ନ ପ୍ରକାର ଝାଡ଼ୁ ତିଆରି କରି ଗାଁ ଗାଁ ବୁଲି ବିକ୍ରି କରୁଥିବା ବେଳେ ଏହାର ଉପଯୁକ୍ତ ମୂଲ୍ୟ ପାଇ ପାରୁଥିଲେ। ମାତ୍ର ଏବେ ପ୍ଲାଷ୍ଟିକ ଝାଡୁର ଚାହିଦା ବୃଦ୍ଧି ପାଇଥିବାରୁ କାରିଗରଙ୍କ ଦ୍ଵାରା ହାତ ପ୍ରସ୍ତୁତି ଝାଡୁର ଚାହିଦା କମିବାରେ ଲାଗିଛି। ଫୁଲଝାଡୁ ବଜାରରେ ୬୦ରୁ ୭୦ ଟଙ୍କାରେ ମିଳୁଥିବା ବେଳେ ଖଜୁରୀ ପତ୍ରରେ ତିଆରି ଝାଡୁ ୨୦ଟଙ୍କାରେ ବିକିବାରୁ ଗ୍ରାହକ ଆଗ୍ରହ ପ୍ରକାଶ କରୁନାହାନ୍ତି। ଝାଡୁ ତିଆରି କରି ପରିବାର ପ୍ରତିପୋଷଣ କରିବା ସହଜ ହେଉନାହିଁ। ଝାଡୁ ବାନ୍ଧିବା ପାଇଁ ଆବଶ୍ୟକ କେରାଟ ଏବେ ସେହି ପରିମାଣରେ ଆଉ ମିଳୁନାହିଁ। ପରିଶ୍ରମ ସଠିକ ମୂଲ୍ୟ ମଧ୍ଯ ମିଳୁନାହିଁ। ଜୀବନ ଜୀବିକାକୁ ବଜାୟ ରଖିବାକୁ ହେଲେ ସରକାରୀ ପ୍ରୋତ୍ସାହନ ଆବଶ୍ୟକତା ରହିଛି। ଝାଡ଼ୁ କାରିଗରଙ୍କ ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ନୂଆପଡାରେ ପରାକ୍ରମ ଶୋଭାଯାତ୍ରା ଓ ବାଇକ୍ ରେଲି ଅନୁଷ୍ଠିତ 

masiha

“ଯେଉଁଠି ରହିବେ, ଉତ୍କର୍ଷ ହାସଲ କରନ୍ତୁ; ନିଜେ ରୋଲ୍‌ ମଡେଲ୍‌ ହୋଇ ଅନ୍ୟଙ୍କ ପାଇଁ ପ୍ରେରଣା ପାଲଟନ୍ତୁ”: ଜିଲ୍ଲାପାଳ ମଧୁସୂଦନ ଦାଶ

Sunil Chandra Nayak

ଅଦିନିଆ ବର୍ଷା ଓ ଝଡ ଯୋଗୁଁ ଫୁଣ୍ଡା ହନୁମାନ ମନ୍ଦିର ଉପରେ ଗଛ ଭାଙ୍ଗି ନଷ୍ଟ

Sunil Chandra Nayak

Leave a Comment

error: Content is protected !!