ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ପ୍ରଶାସନକୁ ଆଢୁଆଳରେ ରଖି ଅଧପନ୍ତରିଆ ଭାବେ ତିଳପଟା ଅଙ୍ଗନବାଡି କେନ୍ଦ୍ରର ନିର୍ମାଣ,ଏବେ ବି ବାକି ରହିଛି ଶୌଚାଳୟ ଓ ପ୍ଲାଷ୍ଟର କାର୍ଯ୍ୟ 

ଜିଲ୍ଲା ପ୍ରଶାସନକୁ ଆଢୁଆଳରେ ରଖି ଅଧପନ୍ତରିଆ ଭାବେ ତିଳପଟା ଅଙ୍ଗନବାଡି କେନ୍ଦ୍ରର ନିର୍ମାଣ,ଏବେ ବି ବାକି ରହିଛି ଶୌଚାଳୟ ଓ ପ୍ଲାଷ୍ଟର କାର୍ଯ୍ୟ 

ଜଳେଶ୍ଵର,୩/୬(ମନିସ)- ବାଲେଶ୍ୱର ଜିଲ୍ଲା ପ୍ରଶାସନକୁ ଆଢୁଆଳରେ ରଖି କିପରି ଅଧପନ୍ତରିଆ ଭାବେ ନାମ୍ପୋ ପଞ୍ଚାୟତର ତିଳପଟା ଅଙ୍ଗନବାଡି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସମାଜସେବୀ ଜଗଦୀଶ ପ୍ରଧାନ,ସତ୍ୟସାଗର ଦାସ ଓ ସପନ କାମିଲା ପ୍ରମୁଖ ଜଳେଶ୍ଵର ବିଡିଓ ଓ ସିଡିପିଓଙ୍କ ଠାରେ ଅଭିଯୋଗ କରିଥିଲେ ସୁଦ୍ଧା ଏବେ ବି ଉକ୍ତ କେନ୍ଦ୍ରର ଶୌଚାଳୟ ଓ ପ୍ଲାଷ୍ଟର କାର୍ଯ୍ୟ ବାକି ରହିଛି।ସୂଚନା ଅନୁଯାୟୀ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ପକ୍ଷରୁ ପତ୍ର ସଂଖ୍ୟା ୨୧୦-ତାରିଖ ୨୪/୧/୨୩ ମାଧ୍ୟମରେ ବାଲେଶ୍ୱର ଜିଲ୍ଲା ପରିଷଦର ସି. ଡି.ଓ ତଥା ନିର୍ବାହୀ ଅଧିକାରୀଙ୍କୁ ଜଳେଶ୍ଵର ବ୍ଲକର ୩ ଟି,ସିମୁଳିଆ ବ୍ଲକର ୧୨ଟି ଓ ବସ୍ତା ବ୍ଲକର ୧୦ ଟି ଅଙ୍ଗନବାଡି କେନ୍ଦ୍ର ଏମ୍.ଜି.ଏନ୍.ଆର.ଇ.ଜି.ଏସ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ।ମାତ୍ର ଦୀର୍ଘ ଇତି ମଧ୍ୟରେ ୩ ବର୍ଷ ବିତିଯାଇଥିଲେ ସୁଦ୍ଧା ଅଦ୍ୟାବଧି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ।ଅପର ପକ୍ଷରେ ଜଳେଶ୍ଵର ବିଡିଓ ଓ ସିଡ଼ିପିଓ କାର୍ଯ୍ୟାଳୟ ଉକ୍ତ ଅଙ୍ଗନବାଡି କେନ୍ଦ୍ରର ସମ୍ମୁଖ ଭାଗକୁ ରଙ୍ଗ କରି ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏହି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇସାରଛି ବୋଲି ରିପୋର୍ଟ ପ୍ରଦାନ କରିଛନ୍ତି।ମାତ୍ର ଉକ୍ତ ଅଙ୍ଗନବାଡି କେନ୍ଦ୍ରର ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇନାହିଁ ବୋଲି ସମାଜସେବୀ ଜଗଦୀଶ ପ୍ରଧାନ ବାରମ୍ବାର ବିଡିଓ ଓ ସିଡ଼ିପିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ।ଏହି ଅଭିଯୋଗ ସମ୍ପର୍କରେ ବ୍ଲକ କନିଷ୍ଠ ଯନ୍ତ୍ରୀ ଶୁଭସ୍ମିତା ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏହି କେନ୍ଦ୍ରର ନିର୍ମାଣ ପାଇଁ ୫.୫ ଲକ୍ଷ ଟଙ୍କାର ଏକ କାର୍ଯ୍ୟାଦେଶ ପାଇବା ପରେ କାର୍ଯ୍ୟ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି।ମାତ୍ର ଜଳେଶ୍ଵର ସିଡ଼ିପିଓ ମିନତୀ ସିଂଙ୍କୁ ଯୋଗାଯୋଗ କରିବାରୁ ସେ ସେହି ଅଙ୍ଗନବାଡି କେନ୍ଦ୍ର ସମ୍ପର୍କରେ କୌଣସି ତଥ୍ୟ ଦେଇ ପାରିବେ ନାହିଁ ବୋଲି ରୋକଠୋକ୍ ମନା କରିବା ସହିତ ସୂଚନା ଅଧିକାର ଆଇନ ଦ୍ୱାରା ଯାହା ମାଗିବେ ତାହା ଦିଆଯିବ ବୋଲି କହିଛନ୍ତି।ମାତ୍ର ଏଠାରେ ପ୍ରଶ୍ନ ଉଠୁଛି,ଯଦି ଉକ୍ତ ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟ ବାକି ଅଛି ବୋଲି ବ୍ଲକ କନିଷ୍ଠ ଯନ୍ତ୍ରୀ କହିଛନ୍ତି,ତେବେ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି ବୋଲି ବାଲେଶ୍ୱର ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଛନ୍ତି,ସେ ସମ୍ପର୍କରେ ତଦନ୍ତ କରାଯାଇ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନାମ୍ପୋ ଗ୍ରାମବାସୀ ଦାବୀ କରିଛନ୍ତି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁରେ ସାଂସଦ ଙ୍କ ପ୍ରଥମ ଗସ୍ତ ସ୍ବାଗତ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମ 

masiha

ଜ୍ଞାନ କମ୍ପ୍ୟୁଟର ରେ ନୁଆଁଖାଇ ଭେଟଘାଟ

masiha

୧- ଢେଙ୍କାନାଳରେ ସାଫ୍ରନ୍ ଫୁଡ୍ କୋ ଉଦ୍ଘାଟିତ, ୨- ଢ଼େଙ୍କାନାଳରେ ଶ୍ରୀ ଗଣେଶ ପୂଜା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!