ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସନ ସାଇନ୍ ଇଂଲିଶ ମିଡିୟମ ସ୍କୁଲର ୨୩ ତମ ବାର୍ଷିକୋତ୍ସବ ଧୂମଧାମରେ ପାଳିତ 

ସନ ସାଇନ୍ ଇଂଲିଶ ମିଡିୟମ ସ୍କୁଲର ୨୩ ତମ ବାର୍ଷିକୋତ୍ସବ ଧୂମଧାମରେ ପାଳିତ 

 ମୟୂରଭଞ୍ଜ – ୩/୦୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରରେ ୨୦୦୧ ମସିହାରେ ସ୍ଥାପିତ ଇଂଲିଶ ମିଡିୟମ ସନ ସାଇନ ସ୍କୁଲ ର ୨୩ ତମ ବାର୍ଷିକ ଉତ୍ସବ ଆଜି ଶନିବାର ଦିନ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ରାଇରଙ୍ଗପୁର ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗ୍ୟବତୀ ମହାନ୍ତି,ଏବିଇଓ କାର୍ତ୍ତିକ ଚନ୍ଦ୍ର କାରୁଆ,ଏବିଇଓ ହେମ ମାଝୀ ପ୍ରମୁଖ ଯୋଗ ଦେଇ ପ୍ରଦୀପ, ପ୍ରତିଷ୍ଠାତା ଶିକ୍ଷାବିତ୍ ତପନ କୁମାର ଲେଙ୍କା ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ।ଅତିଥିଗଣ ମୟୂରଭଞ୍ଜ ଜିଲ୍ଲାର ବଣଜଙ୍ଗଲ ,ନଦୀ ନାଳ ଘେରା ପଛୁଆ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଘରୋଇ ସିବିଏସଇ ଇଂଲିଶ ମିଡିୟମ ସ୍କୁଲ ସ୍ଥାପନା କରି ଶିକ୍ଷା ବିକାଶ ପାଇଁ ପ୍ରଚେଷ୍ଟା କରିଥିବା ପ୍ରତିଷ୍ଠାତା ତପନ ଲେଙ୍କାଙ୍କ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ । ଏହି ଶିକ୍ଷା ଅନୁଷ୍ଠାନରୁ ବହୁ ମେଧାବୀ ଛାତ୍ରଛାତ୍ରୀ ଆନ୍ତର୍ଜାତୀୟ,ଜାତୀୟ,ଓଡ଼ିଶାର ବହୁ ଉଚ୍ଚ ସ୍ଥାନରେ ଅଧିଷ୍ଠିତ ହୋଇ ନିଜର ଦକ୍ଷତା ପରାକାଷ୍ଠା କରି ପାରିଛନ୍ତି ।ତଦସ଼ହ ଅତିଥି ଗଣ ବିଦ୍ୟାର୍ଥୀ ମାନଙ୍କୁ ପାଠ,ଖେଳ,କୁଦ, ନୃତ୍ୟ ସବୁଥିରେ ପରାକାଷ୍ଠା ଦେଖାଇବା ପାଇଁ ପରାମର୍ଶ ଦେଇଥିଲେ ।ଆଜିକାଲି ସବୁଥିରେ ନିଯୁକ୍ତିର ସୁଯୋଗ ଅଛି । ଅଭିଭାବକ ଏବଂ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା, ସ୍ବପ୍ନ ଦେଖାଇଲେ ସେମାନେ ଆଗକୁ ମାଡି ଚାଲିଲେ । କଠିନ ପରିଶ୍ରମ, ଅଧ୍ୟବସାୟ ଫଳ ନିଶ୍ଚିତ ମିଳିବ ।ପରେ ଅତିଥି ଗଣ ବାର୍ଷିକ ଉତ୍ସବ ଅବସରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବହୁ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ଡଲି ମିସଙ୍କ ସମେତ ଅନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ପରିଚାଳନା ରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦ ର ନୂତନ ଦାୟିତ୍ୱ ପରେ ମାଁ ମାଣିକେଶ୍ବରୀ ଙ୍କ ଦର୍ଶନ କରିଛନ୍ତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ।

Sunil Chandra Nayak

ଆଦିବାସୀ ଙ୍କ ପ୍ରସିଦ୍ଧ ବୁଢାଦେଓ ମହୋତ୍ସବ ରେ ଯୋଗ ଦେଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି l ଆଦିବାସୀ ଙ୍କ ମହାନ ସଂସ୍କୃତି ସୁରକ୍ଷା ପାଇଁ ଆହ୍ୱାନ 

masiha

ରାୟଗଡ଼ା ବ୍ଲକରେ ନୂତନ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାଶ

Leave a Comment

error: Content is protected !!