ଚନ୍ଦାହାଣ୍ଡି 5/4(ମ ନି ସ )–ଓଡିଶା ରାଜ୍ୟ ଫାର୍ମାସିଷ୍ଟ ସେବା ସଙ୍ଘ ର ନିର୍ଦେଶ କ୍ରମେ ଚନ୍ଦାହାଣ୍ଡି ଫାର୍ମାସିଷ୍ଟ ସଙ୍ଘ ର ସଭାପତି ସଂଜୀବ କୁମାର ପାତ୍ର ଙ୍କ ନେତୃତ୍ୱ ରେ ବୁଧବାର ଦିନ ଚନ୍ଦାହାଣ୍ଡି ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ଦୀପ କୁମାର ଶତପଥି ଙ୍କୁ 5 ଦଫା ସମ୍ବଳିତ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିବା ନେଇ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି l ଫାର୍ମାସିଷ୍ଟ ସଙ୍ଘ ଦେଇଥିବା ଦାବୀପତ୍ର ରେ ଫାର୍ମାସିଷ୍ଟ ଙ୍କ ଗ୍ରେଡ଼ ପେ 2400 ରୁ ବର୍ଦ୍ଧିତ 2800 କୁ ପରିବର୍ତ୍ତିତ କରି 4200 ପ୍ରଦାନ କରାଯିବା ସହ ଫାର୍ମାସିଷ୍ଟ କେଡ଼ର 1/12/2017 ପରିବର୍ତ୍ତେ 24/8/2013 କାର୍ଯ୍ୟକାରୀ କରାଯାଇ ପଦୋନ୍ନତି ଦିଆଯାଉ l ଫାର୍ମାସିଷ୍ଟ ପଦବୀ କୁ ପରିବର୍ତନ କରି ଫାର୍ମାସିଷ୍ଟ ଅଫିସର ଦିଆଯାଉ l 2013 ରୁ ଆରବିଏସକେ ଏବଂ ଏମ ଏଚ ୟୁ ରେ ଠିକା ଭାବରେ କାର୍ଯ୍ୟ କରୁଥିବା ଫାର୍ମାସିଷ୍ଟ ଙ୍କୁ ଖାଲି ଥିବା ସ୍ଥାନରେ ନିଯୁକ୍ତି ଦିଆଯାଉ l ସମସ୍ତ ଦାବୀ ଆସନ୍ତା 15 /4 ରୁ ପୂରଣ ନହେଲେ ଆସନ୍ତା 17/4 /2013 କୁ ସମସ୍ତ ଫାର୍ମାସିଷ୍ଟ ସାମୁହିକ ଛୁଟି ରେ ଯିବେ ବୋଲି ସଙ୍ଘ ପକ୍ଷ ରୁ ଚେତା ବନି ଦିଆ ଯାଇଛି l ଦାବୀ ପତ୍ର ପ୍ରଦାନ ସମୟ ରେ ଫାର୍ମାସିଷ୍ଟ ଶେଷଦେବ ମୁଣ୍ଡା, ନିର୍ମଳ ପାଳ, ପ୍ରେମଚାନ୍ଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେl