ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫାର୍ମାସିଷ୍ଟ ସଙ୍ଘ ର 5 ଦଫା ଦାବୀ ପତ୍ର ପ୍ରଦାନ

ଚନ୍ଦାହାଣ୍ଡି 5/4(ମ ନି ସ )–ଓଡିଶା ରାଜ୍ୟ ଫାର୍ମାସିଷ୍ଟ ସେବା ସଙ୍ଘ ର ନିର୍ଦେଶ କ୍ରମେ ଚନ୍ଦାହାଣ୍ଡି ଫାର୍ମାସିଷ୍ଟ ସଙ୍ଘ ର ସଭାପତି ସଂଜୀବ କୁମାର ପାତ୍ର ଙ୍କ ନେତୃତ୍ୱ ରେ ବୁଧବାର ଦିନ ଚନ୍ଦାହାଣ୍ଡି ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ଦୀପ କୁମାର ଶତପଥି ଙ୍କୁ 5 ଦଫା ସମ୍ବଳିତ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିବା ନେଇ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି l ଫାର୍ମାସିଷ୍ଟ ସଙ୍ଘ ଦେଇଥିବା ଦାବୀପତ୍ର ରେ ଫାର୍ମାସିଷ୍ଟ ଙ୍କ ଗ୍ରେଡ଼ ପେ 2400 ରୁ ବର୍ଦ୍ଧିତ 2800 କୁ ପରିବର୍ତ୍ତିତ କରି 4200 ପ୍ରଦାନ କରାଯିବା ସହ ଫାର୍ମାସିଷ୍ଟ କେଡ଼ର 1/12/2017 ପରିବର୍ତ୍ତେ 24/8/2013 କାର୍ଯ୍ୟକାରୀ କରାଯାଇ ପଦୋନ୍ନତି ଦିଆଯାଉ l ଫାର୍ମାସିଷ୍ଟ ପଦବୀ କୁ ପରିବର୍ତନ କରି ଫାର୍ମାସିଷ୍ଟ ଅଫିସର ଦିଆଯାଉ l 2013 ରୁ ଆରବିଏସକେ ଏବଂ ଏମ ଏଚ ୟୁ ରେ ଠିକା ଭାବରେ କାର୍ଯ୍ୟ କରୁଥିବା ଫାର୍ମାସିଷ୍ଟ ଙ୍କୁ ଖାଲି ଥିବା ସ୍ଥାନରେ ନିଯୁକ୍ତି ଦିଆଯାଉ l ସମସ୍ତ ଦାବୀ ଆସନ୍ତା 15 /4 ରୁ ପୂରଣ ନହେଲେ ଆସନ୍ତା 17/4 /2013 କୁ ସମସ୍ତ ଫାର୍ମାସିଷ୍ଟ ସାମୁହିକ ଛୁଟି ରେ ଯିବେ ବୋଲି ସଙ୍ଘ ପକ୍ଷ ରୁ ଚେତା ବନି ଦିଆ ଯାଇଛି l ଦାବୀ ପତ୍ର ପ୍ରଦାନ ସମୟ ରେ ଫାର୍ମାସିଷ୍ଟ ଶେଷଦେବ ମୁଣ୍ଡା, ନିର୍ମଳ ପାଳ, ପ୍ରେମଚାନ୍ଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେl

ଚନ୍ଦାହାଣ୍ଡି  ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଙ୍କ ମୋହନଗିରି ସ୍ଥିତ ଐତିହାସିକ ଧବଳେଶ୍ଵର ଶୈବପୀଠ ପରିଦର୍ଶନ

masiha

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ (କଳାହାଣ୍ଡି ବିଶ୍ୱବିଦ୍ୟାଳୟ) ସ୍ନାତକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶିତ

masiha

ନନ୍ଦାଵସା ଗ୍ରାମର ବସୁଧା ପ୍ରକଳ୍ପ ପାଣି ଟାଙ୍କି ନିମ୍ନମାନର ନିର୍ମାଣ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ

masiha

Leave a Comment

error: Content is protected !!