ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିବ୍ୟ ଜୀବନ ସଂଘ ର ଗୁରୁପୂର୍ଣ୍ଣିମା ପାଳନ 

ଦିବ୍ୟ ଜୀବନ ସଂଘ ର ଗୁରୁପୂର୍ଣ୍ଣିମା ପାଳନ 

ରାଉରକେଲା: ଛେଣ୍ଡ ସ୍ଥିତ ଦିବ୍ୟ ଜୀବନ ସଂଘ ପକ୍ଷରୁ ଗୁରୁପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର କୁମାର ପାଣ୍ଡବ ସମ୍ପାଦକ କବିବର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ବାମୀ ବ୍ରହ୍ମ ସାକ୍ଷାତକାର ନନ୍ଦଜୀ ମହାରାଜ ଯୋଗଦେଇ ଗୁରୁପୂର୍ଣ୍ଣିମା ପାଳନ ର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ବ୍ରହ୍ମ କିପରି ବ୍ୟାପକ, ସୃଷ୍ଟି ସ୍ଥିତି ପ୍ରଳୟ ଭକ୍ତି ଭଗବନ୍ତ ଆଦି ସମ୍ପର୍କରେ ବ୍ୟାପକ ଆଲୋଚନା ତଥା ଭଗବାନଙ୍କୁ ଉପଲବ୍ଧି କରିବାକୁ ହେଲେ ଗୁରୁଙ୍କୁ ଆଶ୍ରା କରିବାକୁ ପଡ଼ିବ ବୋଲି ମତ ରଖିଥିଲେ। ଯିଏ ବ୍ରହ୍ମ ସିଏ ଇଶ୍ଵର,ସେ ହିଁ ବ୍ରହ୍ମା। ଭଗବାନ ସଂକଳ୍ପ ଦ୍ଵାରା ସୃଷ୍ଟି କରିଛନ୍ତି। ଯାହା ଆମର ଦୃଶ୍ୟମାନ ତାହା ବ୍ରହ୍ମ ରୁ ସୃଷ୍ଟି। ତେଣୁ ଏସମସ୍ତ ଜ୍ଞାନ ଆହରଣ ପାଇଁ ଗୁରୁନିଷ୍ଠ ହେବା ପାଇଁ ଆହ୍ବାନ ଦେଇଥିଲେ। ପ୍ରାରମ୍ଭରେ ଯୋଗ ପ୍ରାଣାୟାମ,ପାଦ ପୂଜା,ପାଦୁକା ସେବନ,ବାଳ ଭୋଗ, ଗଣେଶ କୀର୍ତ୍ତନ,ଗୁରୁ ସ୍ତ୍ରୋତ୍ର, ଶାନ୍ତି ପାଠ,ଜପ, ସ୍ୱାଧ୍ୟାୟ, ହନୁମାନ ଚାଳିଶା,ଭଜନ କୀର୍ତ୍ତନ ଓ ପ୍ରସାଦ ସେବନ ଆୟୋଜନ କରାଯାଇଥିଲା। ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ ସଂଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ପ୍ରକାଶ କୁମାର ପଣ୍ଡା, ସଭାପତି ସୁଶିଲ ମିଶ୍ର, ପାଣ୍ଡବ ବେହେରା, ସୁରେନ୍ଦ୍ର ବେହେରା, ଦିଗମ୍ବର ପାଢ଼ୀ, କାର୍ତ୍ତିକ ବରାଳ, ସର୍ବେଶ୍ଵର ମାନସିଂହ,ବି ଅଗ୍ରୱାଲ, ରାଜେନ୍ଦ୍ର ନାରାୟଣ ହୋତା, ଅମୀୟ ବିଶ୍ବାଳ,ଆର ଏନ୍ ତ୍ରିପାଠୀ, ନିରଞ୍ଜନ ତ୍ରିପାଠୀ, ଚିନ୍ମୟ ଦାଶ,ବ୍ରଜ କିଶୋର ପାଣି,ଗଗନ ବିହାରୀ ନନ୍ଦ, କେଦାର ବେହେରା, ବାଳକୃଷ୍ଣ ମହାରଣା, ଜ୍ୟୋତି ମହାନ୍ତି, ଲକ୍ଷ୍ମୀପ୍ରିୟା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସୁରେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

masiha

କଳାହାଣ୍ଡି ଡାକ ମଣ୍ଡଳ ପକ୍ଷରୁ ଗ୍ରାମୀଣ ଡାକ ମେଳା ଅନୁଷ୍ଠିତ

Sunil Chandra Nayak

ଜୁନାଗଡ଼ରେ ପଣ୍ଡରାମାଲି ସମାଜ ପକ୍ଷରୁ ଭବ୍ୟ ଶୀତଳ ଷଷ୍ଠୀ ଓ ଶିବ ବିବାହ ଉତ୍ସବ ପାଳିତ 

Sunil Chandra Nayak

Leave a Comment

error: Content is protected !!