ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଅବ୍ୟବସ୍ଥା ନେଇ ଦେବସେନା ସଂଙ୍ଗଠନ ପକ୍ଷରୁ ଆମରଣ  ଅନଶନ ପ୍ରତ୍ଯାହୃତ

ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଅବ୍ୟବସ୍ଥା ନେଇ ଦେବସେନା ସଂଙ୍ଗଠନ ପକ୍ଷରୁ ଆମରଣ  ଅନଶନ ପ୍ରତ୍ଯାହୃତ

ବସ୍ତା, 11/09 :ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରର ବିଭିନ୍ନ ସମସ୍ଯା ନେଇ ଦେବସେନା ସଂଗଠନର କର୍ମକର୍ତା ବୁଧବାର ଠାରୁ ଅହୋରାତ୍ର ଅନଶନରେ ସ୍ବାସ୍ଥ୍ଯକେନ୍ଦ୍ର ସମ୍ମୁଖରେ ବସି ରହିଥିଲେ । ଗୁରୁବାର ଦିନ ବସ୍ତା ଆଇଆଇସି ରଣଜିତ ସାହୁ, ତହସିଲଦାର ସୁଶାନ୍ତ ପଟନାୟକ , ଘଟଣାସ୍ଥଳରେ ପହଞ୍ଚି  ସେମାନଙ୍କ ଦାବିଗୁଡିକ ସମ୍ପର୍କରେ   ବିଭାଗୀୟ ଅଧିକାରୀ ଓ ଜିଲ୍ଲାପାଳଙ୍କୁ  ଅବଗତ କରିଥିଲେ । ବସ୍ତା ବିଧାୟୀକା ସୁବାସିନୀ ଜେନା ଅନଶନ ରେ ବସିଥିବା ଆନ୍ଦୋଳନକାରୀଙ୍କ ସମସ୍ତ ଦାବି ବୁଝିବେ ବୋଲି ପ୍ରତିଶୃତି ଦେଇଥିଲେ । ତେବେ ବି ପି ଏମ ଅରବିନ୍ଦ ଡିଣ୍ତା ଙ୍କୁ ଯଥାଶିଘ୍ର ଏହି ମେଡିକାଲରୁ ଅନ୍ଯତ୍ର ବଦଳି କରିବା ପାଇଁ ଦେବସେନା ଅଡି ବସିଥିଲେ । ଯଥାଶିଘ୍ର ତାଙ୍କୁ ବଦଳି କରାଯିବ ବୋଲି ପ୍ରତିଶୃତି ଦେବାପରେ ଅନଶନ ପ୍ରତ୍ଯାହୃତ ହୋଇଥିଲା ।  ଜିଲ୍ଲା ସଭାପତି ଶଙ୍କର କୁମାର ଜେନା,ବ୍ଳକ ସଭାପତି ଅର୍ନ୍ତଯ୍ଯାମି ରାଉଳ, ଆଇଟି ସେଲ ଅଧ୍ୟକ୍ଷ ସତ୍ୟ ରଞ୍ଜନ ପାଣି,ବାରିଷ୍ଠ ନ।ଗରିକ କୁମୁଦରଞ୍ଜନ ଗିରି ,  କୋଷାଧ୍ଯକ୍ଷ ସୀତାକାନ୍ତ ଦାସ,  ଅର୍ଚ୍ଚନା ଦତ୍ତ,ସୁଜାତା ଜେନା,ଅନୁରାଧା ରାଉଳ,ସୁଦାମ ଚରଣ ଗାଣ,ରଶ୍ମିତା ରାଉଳ,ଅମର ଜିତ ଗିରି,ଅଜୟ ଦାସ, ଝୁନା ରାଣୀ ବେହେରା,ରଞ୍ଜିତା ବେହେରା, ଉମେଶ ଚନ୍ଦ୍ର ବେହେରା, ଦେବସେନା ସଂଗଠକ ଥିବା ବେଳେ ବସ୍ତା ବ୍ଳକ ଅଧ୍ଯକ୍ଷା ଅଞଳୀଦାସ, ଜିଲ୍ଲାପରିଷଦ ବିର୍ଷ୍ଣୁପ୍ରିୟା ବୁଗୁଡି ,ସମାଜସେବୀ ମହାଦେବ ଦାସ,ପ୍ରାକ୍ତନ ସରପଞ୍ଚ ଅନିଲ ମହାନ୍ତି, ପ୍ରଦୀପ ବିଶ୍ବାଳ ,ଜୟପ୍ରକାଶ ବେହେରା, ସତ୍ଯନାରାୟଣ ଗୁପ୍ତା, ସୁଧାଂଶୁ ଜେନା, ରବୀନ୍ଦ୍ରଦାସ,  ମନୋଜ ମହାନ୍ତି  ପ୍ରମୁଖ ଉପସ୍ଥିତ ଥିଲେ ।ଆଜି ଠାରୁ ବସ୍ତା ସ୍ବାସ୍ଥ୍ଯ କେନ୍ଦ୍ରର ସୁପରିଟେଣ୍ଡେଟ ଭାବେ ଭେଷଜ ବିଶେଷଜ୍ଞ ସମୀର ପଣ୍ଡା ନୂତନ ଦାୟୀତ୍ବ ଗ୍ରହଣ କରିଛନ୍ତି ।ସେ ଦାୟୀତ୍ବ ନେବାପରେ ଧୀରେ ଧୀରେ ସମସ୍ଯା ସମାଧାନ କରିବେ ବୋଲି ପ୍ରକାଶ କରିଥିଲେ । 

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବହୁଦିନର ସ୍ୱପ୍ନ ସାର୍ଥକ ହେଲା, ଜୁନାଗଡ ଠାରେ ଆମ୍ବେଦକର ଙ୍କ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚିତ

Sunil Chandra Nayak

ଓଡିଆ ସାହିତ୍ୟ ସଂସ୍କୃତି ସମ୍ପର୍କିତ ଆଲୋଚନା ଚକ୍ର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଅନୁଷ୍ଠିତ 

masiha

ନୂଆପଡା ଜ଼ୀଲ୍ଲା ଆଦର୍ଶ ସାମ୍ୱାଦିକ ସଂଘ(NASS)ର ସାଧାରଣ ବୈଠକ 

Sunil Chandra Nayak

Leave a Comment

error: Content is protected !!