କାମାକ୍ଷାନଗର (ମ ନି ସ)୧୨/୦୧//ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଡମୋଳ ପଂଚାୟତ ସଭାଗୃହ ଠାରେ ନେହେରୁ ଯୁବ କେନ୍ଦ୍ର ଢେଙ୍କାନାଳ ଓ ରାଧାକୃଷ୍ଣ ଯୁବକ ସଙ୍ଘ ର ସହଯୋଗ ରେ ରାଷ୍ଟୀୟ ଯୁବ ଦିବସ ପାଳିତ ହୋଇଯାଇଛି |ଏହି ସଭା ରେ ପରଜଙ୍ଗ ବିଡ଼ିଓ ସଂଗ୍ରାମ କିଶୋରୀ ଭୋଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ସଂମ୍ମାନିତ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର ଢେଙ୍କାନାଳ ର କାର୍ଯ୍ୟକ୍ରମ ଅଧିକାରୀ ଶଶାଙ୍କ ଶେଖର ମହାପାତ୍ର, ଡମୋଳ ସରପଞ୍ଚ ସୁନୀଲ କୁମାର ଧଳ, ସମିତି ସଭ୍ୟ ବୈଷ୍ଣବ ନାଥ ପ୍ରମୁଖ ଉପସ୍ଥିତ ଥିଲେ |ତେବେ ପ୍ରଥମେ ଉପସ୍ଥିତ ଅତିଥିବୃନ୍ଦ ସ୍ୱାମୀ ବିବେକାନନ୍ଦ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ |ପରେ ଉପସ୍ଥିତ ବ୍ଲକ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଗ୍ରାମର ରୁ ଆସିଥିବା ଶତାଧିକ ଯୁବକକୁ ସ୍ୱାମୀ ବିବେକାନନ୍ଦ ଙ୍କ ଜୀବନୀ ସମ୍ପର୍କିତ ଅବିଭାଷଣ ରଖିଥିଲେ |ଏହା ସହ କର୍ଣ୍ଣାଟକ ହୁବାଲୀ ଠାରେ ଚାଲିଥିବା ରାଷ୍ଟ୍ରୀୟ ଯୁବ ଉତ୍ସବ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ର ଯୁବକ ଙ୍କ ଉଦେଶ୍ୟରେ ଦେଇଥିବା ଅଭିଭାଷଣ ର ସିଧା ପ୍ରସାରଣ ଏଲଇଡ଼ି ସ୍କ୍ରିନ ରେ ଉପସ୍ଥିତ ଯୁବକ ମାନେ ଦେଖିଥିଲେ |ପରିଶେଷରେ ସ୍ୱାମୀ ବିବେକାନନ୍ଦ ଙ୍କ ଜୀବନୀ ସମ୍ପର୍କିତ ବକ୍ତୃତା ଓ ରଚନା ପ୍ରତିଯୋଗିତା ଉପସ୍ଥିତ ଇଛୁକ ଯୁବକ ଅଂଶ ଗ୍ରହଣ କରିଥିଲେ |ସେଥିରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଯୁବକ ମାନଂକୁ ଉପସ୍ଥିତ ଅତିଥି ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ |ଶେଷରେ ନେହେରୁ ଯୁବ କେନ୍ଦ୍ର ର ପୂର୍ବତନ ଜାତୀୟ ଯୁବ ସ୍ଵଛେସେବୀ ସୂର୍ଯ୍ୟକାନ୍ତ ବେହେରା ଉପସ୍ଥିତ ଅତିଥି ଓ ଯୁବକମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ |
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ