ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ଯୁବ ଦିବସ ପାଳିତ

କାମାକ୍ଷାନଗର (ମ ନି ସ)୧୨/୦୧//ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଡମୋଳ ପଂଚାୟତ ସଭାଗୃହ ଠାରେ ନେହେରୁ ଯୁବ କେନ୍ଦ୍ର ଢେଙ୍କାନାଳ ଓ ରାଧାକୃଷ୍ଣ ଯୁବକ ସଙ୍ଘ ର ସହଯୋଗ ରେ ରାଷ୍ଟୀୟ ଯୁବ ଦିବସ ପାଳିତ ହୋଇଯାଇଛି |ଏହି ସଭା ରେ ପରଜଙ୍ଗ ବିଡ଼ିଓ ସଂଗ୍ରାମ କିଶୋରୀ ଭୋଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ସଂମ୍ମାନିତ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର ଢେଙ୍କାନାଳ ର କାର୍ଯ୍ୟକ୍ରମ ଅଧିକାରୀ ଶଶାଙ୍କ ଶେଖର ମହାପାତ୍ର, ଡମୋଳ ସରପଞ୍ଚ ସୁନୀଲ କୁମାର ଧଳ, ସମିତି ସଭ୍ୟ ବୈଷ୍ଣବ ନାଥ ପ୍ରମୁଖ ଉପସ୍ଥିତ ଥିଲେ |ତେବେ ପ୍ରଥମେ ଉପସ୍ଥିତ ଅତିଥିବୃନ୍ଦ ସ୍ୱାମୀ ବିବେକାନନ୍ଦ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ |ପରେ ଉପସ୍ଥିତ ବ୍ଲକ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଗ୍ରାମର ରୁ ଆସିଥିବା ଶତାଧିକ ଯୁବକକୁ ସ୍ୱାମୀ ବିବେକାନନ୍ଦ ଙ୍କ ଜୀବନୀ ସମ୍ପର୍କିତ ଅବିଭାଷଣ ରଖିଥିଲେ |ଏହା ସହ କର୍ଣ୍ଣାଟକ ହୁବାଲୀ ଠାରେ ଚାଲିଥିବା ରାଷ୍ଟ୍ରୀୟ ଯୁବ ଉତ୍ସବ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ର ଯୁବକ ଙ୍କ ଉଦେଶ୍ୟରେ ଦେଇଥିବା ଅଭିଭାଷଣ ର ସିଧା ପ୍ରସାରଣ ଏଲଇଡ଼ି ସ୍କ୍ରିନ ରେ ଉପସ୍ଥିତ ଯୁବକ ମାନେ ଦେଖିଥିଲେ |ପରିଶେଷରେ ସ୍ୱାମୀ ବିବେକାନନ୍ଦ ଙ୍କ ଜୀବନୀ ସମ୍ପର୍କିତ ବକ୍ତୃତା ଓ ରଚନା ପ୍ରତିଯୋଗିତା ଉପସ୍ଥିତ ଇଛୁକ ଯୁବକ ଅଂଶ ଗ୍ରହଣ କରିଥିଲେ |ସେଥିରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଯୁବକ ମାନଂକୁ ଉପସ୍ଥିତ ଅତିଥି ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ |ଶେଷରେ ନେହେରୁ ଯୁବ କେନ୍ଦ୍ର ର ପୂର୍ବତନ ଜାତୀୟ ଯୁବ ସ୍ଵଛେସେବୀ ସୂର୍ଯ୍ୟକାନ୍ତ ବେହେରା ଉପସ୍ଥିତ ଅତିଥି ଓ ଯୁବକମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଗୋଲାମୁଣ୍ଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଜନ୍ମ ଦିନ ଉପଲକ୍ଷେ ଦିବସ ବ୍ୟାପୀ କାର୍ଯ୍ୟକ୍ରମ

ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବିଳମ୍ବ ନେଇ ରାଉରକେଲା ଓକିଲ ସଂଘର ଉଦବେଗ, ପ୍ରତିକାର ଦାବିରେ ଡି ଆର୍ ଏମ୍ ଙ୍କୁ ସ୍ମାରକପତ୍ର ପ୍ରଦାନ

masiha

Leave a Comment

error: Content is protected !!