ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକରେ ୧୨ ଘଣ୍ଟିଆ ଭାରତ ବନ୍ଦ ପାଳନ

ନର୍ଲା (ମନିସ ) କଳାହାଣ୍ଡି ଜିଲ୍ଲାରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଆହ୍ୱାନ କ୍ରମେ ସାରା ଭାରତ ବନ୍ଦର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଥିଲା।

 ନର୍ଲା,ଜୁନାଗଡ଼, ଭବାନୀପାଟଣା, କେସିଙ୍ଗା ପ୍ରମୁଖ ସହର ଠାରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି   l ୟୁ.ସି.ସି ( ୟୁନିଫର୍ମ ସିଭିଲ କୋଡ଼ )ମଣିପୁରରେ ଆଦିବାସୀ ମହିଳାଙ୍କ ପ୍ରତି ହୋଇଥିବା ଅତ୍ୟାଚାର, ଆଦିବାସୀଙ୍କ ମୁହଁରେ ବିଜେପି ନେତାଙ୍କ ପରିସ୍ରା କରିବା ଭଳି ୨୨ ଟି ଦାବୀକୁ ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି।  ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ହରିଶଙ୍କର ମାଝୀ, ଉପ ସଭାପତି ବୀର କିଶୋର ମାଝୀ,ସେକ୍ରେଟାରୀ ମାୟାଧର ମାଝୀ ଜିଲ୍ଲା ଆଦିବାସୀ ସଂଘସେକ୍ରେଟାରୀ ଶ୍ରୀଯୁକ୍ତ ଦେବରାଜ ମାଝୀ, ଦୁର୍ଯ୍ୟୋଧନ ମାଝୀ, କିଶୋର ମାଝୀ,ଘନଶ୍ୟାମ ମାଝୀ ଗଜପତି ମାଝୀ, ସଂଘ ସମସ୍ତ କର୍ମକର୍ତା ଉପସ୍ଥିତ ଥାଇ ଗତକାଲି ସକାଳ  ୬ ଟାରୁ ରାଷ୍ଟ୍ରୀୟ ଆଦିବାସୀ ମୋର୍ଚ୍ଚା, ସଂଗଠନର କର୍ମକର୍ତ୍ତା ବନ୍ଦ କରିବା ସହ ବ୍ୟାଙ୍କ ମାନଙ୍କୁ ଯାଇ ବନ୍ଦ କରିବା ପାଇଁ ଅନୁରୋଧ କରୁଥିଲେ। ନର୍ଲା ଚାରିଛକ ପାଖରେ ଆନ୍ଦୋଳନକାରୀ ମାନେ ରାସ୍ତାରୋକ କରିଥିବା ବେଳେ ରାସ୍ତାର ଦୁଇ ପାର୍ଶ୍ଵରେ ବସ, ଟ୍ରକ ସମେତ ବିଭିନ୍ନ ଯାନବାହାନ ବନ୍ଦ ରହିଥିଲା ।

ଦୀପକ ଠାକୁର/ ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ସଳଙ୍ଗାବାହାଲ ଠାରେ ଲୋକକଳା ମହୋତ୍ସବ ଉଦଘାଟିତ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ,ନବରଙ୍ଗପୁରଙ୍କ ପ୍ରୟାସରେ ମୁକୁଳିଲେ ଆଜୀବନ ବନ୍ଦୀ 

Sunil Chandra Nayak

୧୪ ବର୍ଷରୁ କମ୍ ଆନ୍ତଃଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିଅନସିପ୍ ୨୦୨୬ (ବାଳକ ଓ ବାଳିକା) ସମାପନ ସମାରୋହ

Sunil Chandra Nayak

Leave a Comment

error: Content is protected !!