ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ “ସୁରଭି “ତର୍କରେ ସୌମ୍ୟ ପ୍ରଥମ 

ରାଜ୍ୟସ୍ତରୀୟ “ସୁରଭି “ତର୍କରେ ସୌମ୍ୟ ପ୍ରଥମ 

ରାଜନଗର,ତା-15-11-25(ମସିହା ନିୟୁଜ )ରିଖ ପବିତ୍ର ଶିଶୁ ଦିବସ ପାଳନ ଅବସରରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ “ସୁରଭି “-2025 ଉଦଯାପନୀ ଉତ୍ସବରେ ଆମ କେନ୍ଦ୍ରାପଡ଼ା ଜିଲ୍ଲା ତରଫରୁ ରାଜନଗର ବ୍ଲକ ଅନ୍ତର୍ଗତ ଓସ୍ତିଆ ବନ୍ଧପଟଣା ନୋଡାଲ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ସୌମ୍ୟ ରଞ୍ଜନ ପ୍ରଧାନ ବରିଷ୍ଠ ବର୍ଗର ତର୍କ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହେବା ସହ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ, ରାଜନଗରର ଛାତ୍ରୀ ଗାୟତ୍ରୀ ନାୟକ ସୁପର ବରିଷ୍ଠ ବର୍ଗର ପ୍ରବନ୍ଧ ଲିଖନରେ ଦ୍ଵିତୀୟ ଓ ସି.ଡବ୍ଲୁ.ଏସ.ଏନ ସୁପର ବରିଷ୍ଠ ବର୍ଗର ସଂଗୀତ ବିଭାଗରେ ଶୈଳେନ୍ଦ୍ର ନାରାୟଣ ସଂସ୍କୃତ ମହାବିଦ୍ୟାଳୟ, ରାଜନଗରର ଛାତ୍ରୀ ଶୁଭଶ୍ରୀ ବେହେରା ଦ୍ଵିତୀୟ ସ୍ଥାନ ଅଧିକାର କରି ରାଜ୍ୟସ୍ତରରେ କୃତୀ ଅର୍ଜନ କରିଥିବାରୁ ରାଜନଗର ବିଧାୟକ ଧ୍ରୁବ ସାହୁ, ମଣ୍ଡଳ ଶିକ୍ଷାଧିକାରୀ ମନୋରଞ୍ଜନ ସେଠୀ, ବି.ଆର.ସି. ସି ଭକ୍ତିଲତା ବାରିକ, ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଚିତ୍ତରଞ୍ଜନ ଜେନା,ଅତିରିକ୍ତ ମଣ୍ଡଳ ଶିକ୍ଷା ଧିକାରୀ ଶିବ ପ୍ରସାଦ ବେହେରା, ବରିଷ୍ଠ ସାମ୍ବାଦିକ ଭାସ୍କର ଚନ୍ଦ୍ର ରାଉତରାୟ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସେଠୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଧିରେନ ବିଶ୍ୱାଳ, ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ସଭାପତି ବୈବ୍ରତ ନାରାୟଣ ବିଶ୍ୱାଳ, ଶିକ୍ଷକ ନେତା ହେମନ୍ତ ବାରିକ, ପ୍ରଶାନ୍ତ କୁମାର ଜେନା,ନାଏବ ସରପଞ୍ଚ ସର୍ବେଶ୍ୱର ବଳ, ଶାନ୍ତନୁ କୁମାର ସ୍ୱାଇଁ,ବିଦ୍ୟାଳୟର ଦୁଇ କମିଟିର ସଦସ୍ୟ ସଦସ୍ୟା, ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ରାଜନଗର ଅଞ୍ଚଳର ବହୁ ଶିକ୍ଷାବିତ, ବୁଦ୍ଧିଜୀବୀ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି l

ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

କେବିକେ ସୁରକ୍ଷା ଓ ଉନ୍ନୟନ ପରିଷଦ”, କେବିକେ ପରିଷଦର ଆନୁଷ୍ଠାନିକ ଶୁଭାରମ୍ଭ

Sunil Chandra Nayak

ବଳରାମ ତରାଇଙ୍କୁ କମ୍ପ୍ୟୁଟର ଲ୍ଯାବ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ସମ୍ମାନିତ

Sunil Chandra Nayak

ରାୟଗଡାରେ ରାଷ୍ଟ୍ରୀୟ ଲୋକଅଦାଲତ ରେ ୨,୩୪୮ ଟି ମାମଲା ଫଇସଲା ହୋଇ ସେଟେଲମେଣ୍ଟ ବାବଦକୁ ୫୯,୧୧,୦୭୪ ଟଙ୍କା ଆଦାୟ ହୋଇଅଛି

masiha

Leave a Comment

error: Content is protected !!