ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରୀ-ରାଉରକେଲା ଦିନବେଳା ସ୍ବତନ୍ତ୍ରଟ୍ରେନ ସବୁଦିନିଆ ହେଉ

ରାଉରକେଲା/ଓଡିଶାରେ ଭୁବନେଶ୍ବର ଏବଂ ରାଉରକେଲାରେ ବଶ୍ବକପ୍ ହକି ମ୍ୟାଚ ହେଉଥିବାରୁ ଭାରତୀୟ ରେଳବାଇ ପୁରୀ-ଭୂବନେଶ୍ବର-ରାଉରକେଲା ମଧ୍ୟରେ ଦିନବେଳା ଏକ ସ୍ବତନ୍ତ୍ରଟ୍ରେନ ପ୍ରଚଳନ କରିଛନ୍ତି। ବହୁପୁର୍ବରୁ ଭୁବନେଶ୍ବର ପଟୁ ସକାଳୁଆ ଏକ ଟ୍ରେନ ରାଉରକେଲାକୁ ପ୍ରଚଳନ କରିବାକୁ ଦାବି ହୋଇଆସୁଛି। ଏବେ ଏହି ପୁରୀ–ରାଉରକେଲା ଦିନବେଳା ଟ୍ରେନଟି ତାର ଅଭାବ ପୁରଣ କରିବ। ତେଣୁ ମାନ୍ୟବର ରେଳମନ୍ତ୍ରୀ ଏହି ସ୍ବତନ୍ତ୍ରଟ୍ରେନକୁ ସବୁଦିନିଆ ଟ୍ରେନ କରି ପ୍ରଚଳନ କରିବାକୁ ସ୍ଥାନୀୟ ରେଳ ଓ ସଡକ ଉପଯୋଗକାରୀ ସଂଘ ତରଫରୁ ସଭାପତି ଇଂ ଉତ୍ତମ କୁମାର ସାମଲ ଦାବିପତ୍ର ମାଧ୍ୟମରେ ମାନ୍ୟବର ରେଳମନ୍ତ୍ରୀ ଅଶ୍ବୀନୀ ବୈଷ୍ଣବଙ୍କୁ ଅନୁରୋଧ କରିଛନ୍ତି। ଏ ଦିଗ ରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ନିର୍ବାଚନମଣ୍ଡଳୀ ବିଜେପି ତରଫରୁ ସେବା ପକ୍ଷ ଅବସରରେ ବିଶାଳ ରକ୍ତଦାନ ଶିବିର,ଉପଖଣ୍ଡ ଚିକିତ୍ସାଳୟରେ ୧୩୫ ୟୁନିଟ୍ ରକ୍ତ ସଂଗ୍ରହ

Sunil Chandra Nayak

ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଦ୍ଵାର ନୂତନ ଖାଉଟି କାର୍ଡ ବଣ୍ଟନ

masiha

ନବରଙ୍ଗପୁର ଠାରେ ଅମୃତ କାଳ ସାଂସ୍କୃତିକ ସମାରୋହ ଉଦଘାଟିତ 

Leave a Comment

error: Content is protected !!