ରାଉରକେଲା/ଓଡିଶାରେ ଭୁବନେଶ୍ବର ଏବଂ ରାଉରକେଲାରେ ବଶ୍ବକପ୍ ହକି ମ୍ୟାଚ ହେଉଥିବାରୁ ଭାରତୀୟ ରେଳବାଇ ପୁରୀ-ଭୂବନେଶ୍ବର-ରାଉରକେଲା ମଧ୍ୟରେ ଦିନବେଳା ଏକ ସ୍ବତନ୍ତ୍ରଟ୍ରେନ ପ୍ରଚଳନ କରିଛନ୍ତି। ବହୁପୁର୍ବରୁ ଭୁବନେଶ୍ବର ପଟୁ ସକାଳୁଆ ଏକ ଟ୍ରେନ ରାଉରକେଲାକୁ ପ୍ରଚଳନ କରିବାକୁ ଦାବି ହୋଇଆସୁଛି। ଏବେ ଏହି ପୁରୀ–ରାଉରକେଲା ଦିନବେଳା ଟ୍ରେନଟି ତାର ଅଭାବ ପୁରଣ କରିବ। ତେଣୁ ମାନ୍ୟବର ରେଳମନ୍ତ୍ରୀ ଏହି ସ୍ବତନ୍ତ୍ରଟ୍ରେନକୁ ସବୁଦିନିଆ ଟ୍ରେନ କରି ପ୍ରଚଳନ କରିବାକୁ ସ୍ଥାନୀୟ ରେଳ ଓ ସଡକ ଉପଯୋଗକାରୀ ସଂଘ ତରଫରୁ ସଭାପତି ଇଂ ଉତ୍ତମ କୁମାର ସାମଲ ଦାବିପତ୍ର ମାଧ୍ୟମରେ ମାନ୍ୟବର ରେଳମନ୍ତ୍ରୀ ଅଶ୍ବୀନୀ ବୈଷ୍ଣବଙ୍କୁ ଅନୁରୋଧ କରିଛନ୍ତି। ଏ ଦିଗ ରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
previous post