ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ନାରୀର ଅର୍ନ୍ତନିହିତ ଶକ୍ତିର ଜାଗରଣ ହିଁ ସମାଜରେ ପରିବର୍ତ୍ତନ ଆଣିବ‐ ଡଃ. ଚିନ୍ମୟ ପାଣ୍ତ୍ଯା ଜୀ

ନୂଆପଡା // ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ଅନୁଷ୍ଠିତ ନାରୀ ସଶକ୍ତିକରଣ ଶ୍ରଦ୍ଧା ସମ୍ୱର୍ଦ୍ଧନ ୨୫୧ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞର ଶନିବାର ତୃତୀୟ ଦିବସରେ ଲକ୍ଷାଧିକ ଜନସମାଗମ ହୋଇଥିବା ପରିଲିକ୍ଷିତ ହୋଇଛି । ପୂର୍ବାହ୍ଣ ସମୟରୁ ଓଡ଼ିଶାର ବିଭିନ୍ନ ଜିଲ୍ଲା ଏବଂ ବିଶେଷ କରି ଛତିଶଗଡ଼ ରାଜ୍ଯର ହଜାର ହଜାର ଶ୍ରଦ୍ଧାଳୁଙ୍କ ଯୋଗୁଁ ସିନାପାଲି ସହର ଲୋକାରଣ୍ଯ ହୋଇପଡ଼ିଛି । ବାହାରୁ ଆସୁଥିବା ଅତିଥି ଶ୍ରଦ୍ଧାଳୁଙ୍କୁ ସମ୍ମାନ ଦେବାକୁ ସହରର ପ୍ରତ୍ଯେକ ପରିବାର ନିଜ ଅଗଣାରେ କଳସ ସ୍ଥାପନ କରିଥିବା ବେଳେ ସ୍ଥାନେ ସ୍ଥାନେ ପାନୀୟ ଜଳର ବ୍ଯବସ୍ଥା କରିଛନ୍ତି । ପୂର୍ବଦିନ ଭଳି ଶନିବାର ଦିନ ମଧ୍ଯ ନିର୍ଦ୍ଧାରିତ ସମୟରେ ୨୫୧ ଜଣ ମୁଖ୍ୟ ଜଯମାନ ଦମ୍ପତ୍ତିଙ୍କୁ ନେଇ ଯଜ୍ଞକାର୍ଯ୍ଯ ଆରମ୍ଭ ହୋଇଥିବା ବେଳେ ଅଗଣିତ ଶ୍ରଦ୍ଧାଳୁ ଯଜ୍ଞକୁଣ୍ତରେ ଆହୁତି ପ୍ରଦାନ କରିଥିଲେ । ଯଜ୍ଞକାର୍ଯ୍ଯର ମୁଖ୍ଯ କେଂଦ୍ରବିନ୍ଦୁ ଥିଲେ ଦେବ ସଂସ୍କୃତି ବିଶ୍ୱବିଦ୍ଯାଳୟର ଉପକୂଳାଧିପତି ଡକ୍ଟର ଚିନ୍ନୟ ପାଣ୍ତ୍ଯା ଜୀ । ପୂର୍ବାହ୍ଣରେ ଶ୍ରୀ ପାଣ୍ତ୍ଯା ଜୀ ଛତିଶଗଡ଼ ରାୟପୁର ଦେଇ ସିନାପାଲି ପହଂଚିଲା ପରେ ସ୍ଥାନୀୟ ଯୁଗେନପଦର ଛକ ଠାରେ ତାଙ୍କୁ ସ୍ୱାଗତ କରାଯାଇ ଏକ ବିରାଟ ବାଇକ୍ ଶୋଭାଯାତ୍ରା ମାଧ୍ଯମରେ ଯଜ୍ଞସ୍ଥଳକୁ ପାଛୋଟି ଅଣାଯାଇଥିଲା । ସଂଧ୍ଯାରେ ଡ. ପାଣ୍ତ୍ଯା ନିଜ ଉଦବୋଧନ ମାଧ୍ଯମରେ ଯୁଗେଯୁଗେ ନାରୀ ନିଜ ଶକ୍ତିର ପ୍ରୟୋଗ ଦ୍ୱାରା ସମାଜରେ ପରିବର୍ତ୍ତନ ଆଣିବାରେ ସମର୍ଥ ହୋଇଛି । ତେଣୁ ଆଜିର ନାରୀ ନିଜ ଅର୍ନ୍ତନିହିତ ଶକ୍ତିକୁ ଜାଗ୍ରତ କରିପାରିଲେ ଆମ ଇପସିତ ସମାଜ ଗଠନ ହୋଇପାରିବ ବୋଲି ମତବ୍ଯକ୍ତ କରିଥିଲେ ା କାର୍ଯ୍ଯକ୍ରମରେ ଛତିଶଗଡ଼ ପ୍ରଭାରି ନିର୍ମଲ କର ଜୀ ମଧ୍ଯ ଯୋଗଦେଇ ନିଜ ବାଣୀରେ ଶ୍ରଦ୍ଧାଳୁଙ୍କୁ ସମ୍ବୋଧନ କରିଥିଲେ ା ଏହି ଅବସରରେ ପ୍ରଜ୍ଞା ପ୍ରବଚନ ସହିତ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ଦ୍ୱାରା ରେକଡ଼ ଏକ ଲକ୍ଷ ପଚିଶ ହଜାର ଦୀପ ପ୍ରଜ୍ଜଳନ କାର୍ଯ୍ଯକ୍ରମକୁ ଚିତ୍ତାକର୍ଷକ କରି ତୋଳିଥିଲା । ଆଜିର କାର୍ଯ୍ଯକ୍ରମରେ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଓ ରାଜ୍ଯସଭା ସାଂସଦ ସୁଜିତ କୁମାର ଯୋଗଦାନ କରି ଏହି ଐତିହାସିକ ଏବଂ ବ୍ଯବସ୍ଥିତ ଯଜ୍ଞ ସମାବେଶକୁ ବହୁଳ ପ୍ରଂଶସା କରିଛନ୍ତି । ସମସ୍ତ କାର୍ଯ୍ଯ ସଂପାଦନରେ ଶାନ୍ତିକୁଞ୍ଜରୁ ଆସିଥିବା ପ୍ରଜ୍ଞା ପୁରୁଷ ପ୍ରଫେସର ପ୍ରମୋଦ ଭଟ୍ଟନାଗର, ବେଦ ଗବେଷକ ଗାୟତ୍ରୀ କିଶୋର ତ୍ରିବେଦୀ, ଡକ୍ଟର ଜିତେଂଦ୍ର ମିଶ୍ରା, ଶେଷଦେବ ବଢ଼େଇ, ପ୍ରଦୀପ ସାହୁ ଯଜ୍ଞ କମିଟି ସଭାପତି ତରୁଣ କୁମାର ମେହେର, ସଂପାଦକ ତ୍ରିନାଥ ମେହେର, ଉପସଭାପତି ହିରାଲାଲ ଅଗ୍ରୱାଲ, କୋଷାଧ୍ଯକ୍ଷ ଦିନେଶ ମେହେର, ମୁନେଶ ଅଗ୍ରୱାଲ, ବିଚିତ୍ର ସାହୁ, ଶୈଲେସ ଅଗ୍ରୱାଲ, ପ୍ରଦୀପ ଜୈନ, ପୂର୍ଣ୍ଣଚଂଦ୍ର ମେହେର, ହରିଓମ ଜିନ୍ଦଳ, ଅର୍ଜୁନ ବାଗ, ଶ୍ରୀକାନ୍ତ ମେହେର ପ୍ରମୁଖଙ୍କ ସହ ଗାୟତ୍ରୀ ପରିବାରର ଶହଶହ ସ୍ୱେଚ୍ଛାସେବୀ ଏବଂ ସ୍ଥାନୀୟ ବିଭିନ୍ନ ସଂଗଠନର କର୍ମକର୍ତ୍ତା ସହଯୋଗ କରୁଛନ୍ତି ା ପ୍ରବଳ ଜନସମାଗମ ଯୋଗୁଁ ଯେକୌଣସି ପ୍ରକାର ଅପ୍ରିତିକର ଘଟଣାକୁ ରୋକିବା ପାଇଁ ସ୍ବ୍ଯାସ୍ଥ୍ଯ, ଅଗ୍ନୀଶମ, ସିନାପାଲି ପୋଲିସ ପ୍ରଶାସନ ପକ୍ଷରୁକଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଚତୁର୍ଥ ଶ୍ରାବଣୀ ସୋମଵାରଦିନରେ ବାବା ପୂର୍ଣେଶ୍ଵର ମନ୍ଦିରରେ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କୁ ଗହଳି; ସାଗର ସିମେଣ୍ଟ ତରଫରୁ ସମସ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ

masiha

ପବିତ୍ର ଜନ୍ମାଷ୍ଟମୀରେ ରାଜନଗର ଅଞ୍ଚଳ କୃଷ୍ଣମୟ,ଆଜି ଶିକ୍ଷା ନିକେତନରେ ନନ୍ଦ ଉତ୍ସବ ଅନୁଷ୍ଠିତ

masiha

ରାଇରଙ୍ଗପୁର ର ବିଭିନ୍ନ ମଠ ମନ୍ଦିର,ଘରେ ସୁଦଷା ବ୍ରତ ଆନନ୍ଦ ଉଲ୍ଲାସର ସହ ପାଳିତ 

masiha

Leave a Comment

error: Content is protected !!