ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଟେମରା ଠାରେ ମା କାଲିକେଶ୍ୱରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କୋକସରା,୨୧/୦୧- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ହଂସପଡା ଖେଳ ପଡ଼ିଆରେ ମା କାଲିକେଶ୍ୱରୀ ଫୁଟବଳ ଆସୋସିଏସନ ପକ୍ଷରୁ ସଭାପତି ଆକାଶ ପାତ୍ରଙ୍କ ସଭାପତିତ୍ୱ ରେ ଶୁକ୍ରବାର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଟେମରା ସରପଞ୍ଚ କ୍ଷିତିରାମ ପାତ୍ର , ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ସାଂସଦ ପ୍ରତିନିଧି ସୁଧୀର ପାତ୍ର, ପୁର୍ବତନ ସମିତି ସଭ୍ୟ ରାଜେନ୍ଦ୍ର ନାଏକ, ହେମନ୍ତ ବାଣୁଆ ଯୋଗଦେଇ ମା କାଲିକେଶ୍ୱରୀ ଦେବୀଙ୍କ ପୂଜାର୍ଚ୍ଚନା ପରେ ଫୁଟବଳ ଟୁର୍ଣ୍ଣାମେଣ୍ଟର ପତାକା ଉତ୍ତୋଳନ କରିଥିଲେ । ପରେ ଉଦଘାଟନୀ ମ୍ୟାଚର ଉଭୟ ଦଳ ମକରନ୍ଦ ୧୧ ନାଏକେନଗୁମା ଓ ବଙ୍ଗୋମୁଣ୍ଡା ଦଳ ଖେଳାଳି ଙ୍କ ସହ ଜାତୀୟ ସଙ୍ଗିତ ଓ ପରିଚୟ ପ୍ରଦାନ ଉତ୍ସଵରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ପ୍ରଥମ ମ୍ୟାଚ ରେ ଉଭୟ ଦଳ ଚିତାକର୍ଷକ ଖେଳ ପ୍ରଦର୍ଶିତ କରିଥିବା ବେଳେ ମକରନ୍ଦ ୧୧ ଦଳ ୪/୦ ଗୋଲ ରେ ବଙ୍ଗୋମୁଣ୍ଡା କୁ ପରାଜିତ କରି ବିଜୟୀ ହୋଇ ପରବର୍ତ୍ତୀ ମ୍ୟାଚ କୁ ଉନ୍ନିତ ହୋଇଛନ୍ତି। ଖେଳକୁ ଖେଳ ଶିକ୍ଷକ ତାପସ ଦାସ, ଭୁପେନ୍ଦ୍ର ଗୋପାଳ ଓ ଜଗମୋହନ ମାଝୀ।ପରିଚଳନା କରିଥିଲେ।ଖେଳ ର ଧାରା ବିବରଣୀ ବାବୁଲାଲ ଶବର ପ୍ରଦାନ କରିଥିଲେ। ଖେଳ ପରିଚାଳନାରେ ରଞ୍ଜନ କୁମାର ପାତ୍ର, ଉପେନ୍ଦ୍ର ମାଝୀ,ଧରମ ସିଂ ବାଣୁଆ, ମୁକୁନ୍ଦ ଭାଟି, ଆକାଶ ପାତ୍ର, ତୁଷାର ପାତ୍ର, ପ୍ରେମଲାଲ ବାଣୁଆ,ପଙ୍କଜ ପୁଝାରି,ଟିକେଶ୍ୱର ଦାସ ମୋହନ ମାଝୀ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ରାଇଘର ମିନି ଷ୍ଟାଡିୟମରେ ହକି ବିଶ୍ଵକପ୍ ଉପଲକ୍ଷେ ବ୍ଲକ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ

Sunil Chandra Nayak

ପାଇକ ପୁରୁଣାକୋଟ ଠାରେ ଜିଲ୍ଲା ସ୍ତରୀୟ ଭଲିବଲ୍ ଟୁର୍ଣ୍ଣlମେଣ୍ଟ ଅନୁଷ୍ଠିତ

Sunil Chandra Nayak

ପୁନୁ ଭତ୍ରା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

masiha

Leave a Comment

error: Content is protected !!