ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ବାର୍ଷିକ କ୍ରୀଡା ଅନୁଷ୍ଠିତ

ଜୁନାଗଡ଼,୨୮/୧(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଦୁଇ ଦିନିଆ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଛି । କୁରୁଗୁଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶୁଶାନ୍ତ ପଟେଲ, ସମ୍ମାନୀତ ଅତିଥି ଭାବେ ସିଆଇ କମଳାକାନ୍ତ ପ୍ରହରାଜ, ପିଏଆଇଟିଡିଏ ବିରଞ୍ଚି ଦରୱାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ,ଡ଼ବ୍ଲୁଇଓ ସୁମନ୍ତ ମାଝୀ, କୁରୁଗୁଡା ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜନ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ । ପରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୩୯ ଉଚ୍ଚ ବିଦ୍ୟାଳୟ ର ୪୮୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଉଛି । କୁରୁଗୁଡା ସ୍କୁଲ ର ଏନସିସି ଶିକ୍ଷକ ସନ୍ତୋଷ ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସ୍କୁଲର ଖେଳ ଶିକ୍ଷକ ବିଜୟ କୁମାର ନାଏକଙ୍କ ତତ୍ତ୍ଵାବଧାନରେ ବିଭିନ୍ନ ସ୍କୁଲର ଖେଳ ଶିକ୍ଷକ ସହଯୋଗ କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ମା ଠାକୁରାଣୀ କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ

masiha

Maharashtra declared as winner while Delhi bagged the runner-up position

masiha

ଜାରିତାଣ୍ଡିରେ ସୁଦାମ ମାରାଣ୍ଡି ଆନ୍ତଃ ରାଜ୍ୟ କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟରେ ମହେଶ ହେମ୍ବ୍ରମ ଷ୍ଟ୍ରାଇକର ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!