ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମା ଠାକୁରାଣୀ ସ୍ପୋର୍ଟସ କ୍ଲବ ଫୁଟବଲ ଫାଇନାଲ ନାଏକେନଗୁମା ଦଳ ଚାମ୍ପିୟାନ

ମା ଠାକୁରାଣୀ ସ୍ପୋର୍ଟସ କ୍ଲବ ଫୁଟବଲ ଫାଇନାଲ ନାଏକେନଗୁମା ଦଳ ଚାମ୍ପିୟାନ

କୋକସରା,୨୩/୧୨ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ବଙ୍ଗୋମୁଣ୍ଡା ଖେଳ ପଡ଼ିଆରେ ମା ଠାକୁରାଣୀ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଫାଇନାଲ ଫୁଟବଲ ଖେଳ ନାଏକେନଗୁମା ଓ ଝାର କୁଣ୍ଡାମାଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାନସଭା ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ସମାଜସେବୀ ହରଜିନ୍ଦର ସିଂ, ଅବସର ପ୍ରାପ୍ତ ଅଧ୍ୟକ୍ଷ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ଅଜୟ କୁମାର ମିଶ୍ର, ସ୍ଥାନୀୟ ସରପଞ୍ଚ ଇଶରାମ ସୁନାନୀ, ବ୍ଲକ ବିଜେଡି ସଭାପତି ସୁଶାନ୍ତ କୁମାର ବେହେରା, ପୂର୍ବତନ ଫୁଟବଲ ଖେଳାଳି ବିନୋଦ ବିହାରୀ ରାଉତ, ଘଟ କିଶୋର ଦାସ, ଦେବରାଜ ଦଳପତି, କଂଗ୍ରେସ ଯୁବନେତା ବେଣୁପାଣି ଦୁର୍ଗା, ଉପସ୍ଥିତ ରହି ଅତିଥି ପରିଚୟ ପର୍ବରେ ସାମିଲ ହୋଇ ଦୁଇ ଦଳର ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ। ଖେଳ ପରିଚାଳନାରେ ରେଫରି ତାପସ କୁମାର ଦାସ, ସଂଜୀବ ଦୁର୍ଗା, ଭୁପେନ୍ଦ୍ର ଗୋପାଳ କରିଥିବା ବେଳେ ଖେଳର ଧାରା ବିବରଣୀ ବାବୁଲାଲ ଶବର ଓ ହିରଣ୍ୟ ଗହୀର ପ୍ରଦାନ କରିଥିଲେ। ଫାଇନାଲରେ ଦୁଇ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ନାଏକେନଗୁମା ଦଳ ଚାମ୍ପିୟାନ ହୋଇଥିଲା। ଉପସ୍ଥିତ ଅତିଥି ମାନେ ଚାମ୍ପିୟାନ ଓ ଉପ ବିଜେତା ଦଳକୁ ଟ୍ରଫି ସହ ପୁରସ୍କୃତ କରିଥିଲେ।

ବଙ୍ଗୋମୁଣ୍ଡା ମା ଠାକୁରାଣୀ ସ୍ପୋର୍ଟସ କ୍ଲବର ସଦସ୍ୟ ମହମ୍ମଦ ଖାଁ, ତୁଳସିରାମ ପୁଝାରୀ, ଗୌତମ ପୁଝାରୀ, ଜଗବନ୍ଧୁ ପୁଝାରୀ, ଝଜନେଶ୍ୱର ନାଏକ, ଜଗଦୀଶ ଗହୀର, ମଣିରାମ ଛାତ୍ରୀଆ, ଗଜିନ୍ଦ୍ର ନାଏକ, ମୁରଲୀ ପୁଝାରୀ, ଦିନେଶ ପୁଝାରୀ, ଈଶ୍ୱର ମାଝୀ ସହଯୋଗ କରିଥିଲେ। ଖେଳ ପଡ଼ିଆରେ ୩ ହଜାରରୁ ଉର୍ଦ୍ଧ ଦର୍ଶକ ଫାଇନାଲ ଖେଳରେ ଉପସ୍ଥିତ ରହିଥିଲେ।

ମସିହା ନିୟୁଜ୍ ସର୍ଭିସ୍

Related posts

ଜୁଡ଼ିଆରେ ମା ବନଦୂର୍ଗାର ୩୨ ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା

Sunil Chandra Nayak

ନବରଙ୍ଗପୁର ରେ ମହେଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

Sunil Chandra Nayak

ହୃଷିକେଶ ରାୟ ମହାବିଦ୍ୟାଳୟ ରେ ଛାତ୍ରୀ ଆତ୍ମ -ସୁରକ୍ଷା କୌଶଳ କାର୍ଯ୍ୟକ୍ରମ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!