ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଥଦୁର୍ଗା ସଂସ୍କୃତ ମହାବିଦ୍ଯାଳୟ ରେ ସମନ୍ବିତ ଯୁବ ବିକାଶ କାର୍ଯ୍ଯକ୍ରମ ଉଦଯାପିତ

ପଥଦୁର୍ଗା ସଂସ୍କୃତ ମହାବିଦ୍ଯାଳୟ ରେ ସମନ୍ବିତ ଯୁବ ବିକାଶ କାର୍ଯ୍ଯକ୍ରମ ଉଦଯାପିତ

ବସ୍ତା,23/12 : ରାଜ୍ଯ ସରକାର ଙ୍କ କ୍ରୀଡା ଓ ଯୁବ କଲ୍ଯାଣ ବିଭାଗ ପ୍ରଯୋଜନା ରେ ଏବଂ ନୂଆ – ଓ ଯୁବ ଓଡିଶା ନବୀନ ଓଡିଶା ଆନୁକୁଲ୍ଯ ରେ ବସ୍ତା ବ୍ଲକ ଅନ୍ତର୍ଗତ ସିଂଲା ସ୍ଥିତ ପଥଦୁର୍ଗା ସଂସ୍କୃତ ମହାବିଦ୍ଯାଳୟ ରେ ଆୟୋଜିତ ସମନ୍ବିତ ଯୁବ ବିକାଶ କାର୍ଯ୍ଯକ୍ରମ ନୂଆ – ଓ , ଯୁବ ଓଡିଶା ନବୀନ ଓଡିଶା ର ଉଦଯାପନୀ ସମାରୋହ ମହାବିଦ୍ଯାଳୟ ର ଅଧ୍ଯକ୍ଷ ବ୍ରଜ କିଶୋର ଦାସ ଙ୍କ ଅଧ୍ଯକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି , ଓଡିଶା ସରକାର ଙ୍କ ସଂସ୍କୃତି ଓ ପର୍ଯ୍ଯଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ମୁଖ୍ଯ ବକ୍ତା ଭାବରେ ସମାଜସେବୀ ଦିଲ୍ଲୀପ ଦାସ ଯୋଗଦେଇ ଯୁବ ପ୍ରତିଭା ର ବିକାଶ ତଥା ଛାତ୍ର ଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଗୁଣ କୁ ପରିପ୍ରକାଶ କରିବା ଏବଂ ବିଭିନ୍ନ ସେବା କାର୍ଯ୍ଯ ସମେତ ସବୁ କ୍ଷେତ୍ରରେ ପାରିଦର୍ଶିତା ଅର୍ଜନ କରିବା ପାଂଇ ଓଡିଶା ସରକାର ଙ୍କ ଏହା ଏକ ଅଭିନବ ପ୍ରୟାସ ବୋଲି ମତବ୍ଯକ୍ତ କରିଥିଲେ, ସମ୍ମାନିତ ଅତିଥି ଭାବରେ କଲେଜ ର ପରିଚାଳନା କମିଟି ର ସଭାପତି ମନୋରଞ୍ଜନ ଗିରି , ଅନାଦି ଚରଣ ଦାସ ,ଶାନ୍ତିପଦ ପଣ୍ତା,ଅଦୈତ ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ, ପ୍ରାରମ୍ଭ ରେ ଅଧ୍ଯାପକ ଅର୍ଦ୍ଧେନ୍ଦୁ ଶେଖର ପଣ୍ତା ମଙ୍ଗଳାଷ୍ଟକ ପାଠ କରିବା ପରେ ଛାତ୍ର ଛାତ୍ରୀ ଙ୍କ ଦ୍ବାର ସ୍ବାଗତ ସଙ୍ଗୀତ ଗାନ କରା ଯାଇ ଥିଲା , ଅଧ୍ଯାପକ ନିରଞ୍ଜନ ବେହେରା ମଞ୍ଚ ଆହ୍ବାନ କରିଥିବା ବେଳେ ଅଧ୍ଯାପକ ସଦାନନ୍ଦ ଦିକ୍ଷୀତ ବିବରଣୀ ପଠନ କରିଥିଲେ, ସର୍ବ ଶେଷରେ ଅଧ୍ଯାପକ ପରମାନନ୍ଦ ସାମଲ ଧନ୍ଯବାଦ ଅର୍ପଣ କରିଥିଲେ, କାର୍ଯ୍ଯକ୍ରମ କୁ ପରିଚାଳନା ରେ ରମେଶ ଚନ୍ଦ୍ର ଦାସ , ବିପିନ ପରିଡା, ମାଳତୀ ଦାସ ପ୍ରମୁଖ ସହଯୋଗ କରିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ନିର୍ମାଣ ଶ୍ରମିକ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ଓ ସ୍ମାରକପତ୍ର

masiha

ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘ ର ଠାକୁରାଣୀ ରଥକୁ ଧର୍ମଗଡ ଠାରେ ଭବ୍ୟ ସ୍ୱାଗତ

Sunil Chandra Nayak

ରଙ୍ଗସାପଲି ଗ୍ରାମ ପଞ୍ଚାୟତରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!