ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ଦ୍ୱାରା ଲିଗ ମ୍ୟାଚ ଅନୁଷ୍ଠିତ

ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ଦ୍ୱାରା ଲିଗ ମ୍ୟାଚ ଅନୁଷ୍ଠିତ

ଜୁନାଗଡ଼,୨୪/୧(ମ ନି ସ)- ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ଜିଲ୍ଲା ର ୬ ଗୋଟି ଟିମ କୁ ନେଇ ଡ଼ିଉଜ ବଲ ଲିଗ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି l ନିୟୁ ରେଡ ଷ୍ଟାର କ୍ଲବ ର ଏଓ ବି ଟିମ, ଧର୍ମଗଡ଼, ଲାଞ୍ଜିଗଡ଼, ପାସଟିକୁଡ଼ି,ମୂଖିଗୁଡା କୁ ନେଇ ପଏଣ୍ଟ ବେସିସ ରେ ଆସନ୍ତା ୨୭ ତାରିକ ପର୍ଯନ୍ତ ଖେଳ ହେବ l ଜିଲ୍ଲା ଭିତରେ ଥିବା ଦ୍ୟୁଜ ବଲ ଖେଳାଳି ଙ୍କୁ ପ୍ରୋତ୍ସାହନ ଓ ଅଭ୍ୟାସ ପାଇଁ ଏହି ମ୍ୟାଚ କରାଯାଉଛି l କ୍ଲବ ସଭାପତି ହିମାଂଶୁ ଶେଖର ବରାଡ଼ ପ୍ରଥମେ ପୂଜାର୍ଚନା ଓ ଖେଳାଳି ଙ୍କ ସହ ପରିଚୟ ହେବା ସହ ଆଜିର ପ୍ରଥମ ମ୍ୟାଚ ପଶ୍ଟିକୁଡ଼ି ଓ ଲାଞ୍ଜିଗଡ ମଧ୍ୟରେ ଆରମ୍ବ ହୋଇ ଥିଲା l ପଶ୍ଟିକୁଡ଼ି ପ୍ରଥମେ ବ୍ୟାଟିଂ କରି ନିର୍ଦlରୀତ ୧୭ ଓ଼ଭର ରେ ୫ ଉଇକେଟ ହରାଇ ୧୪୦ ରନ କରିଥିଲେ l ଜବାବ ରେ ଲାଞ୍ଜିଗଡ ୧୫.୪ ଓଭର ରେ ସମସ୍ତ ଉଇକେଟ ହରାଇ ୧୦୫ ରନ କରି ହାରିଯାଇଥିଲେ l ଦ୍ୱତୀୟ ମ୍ୟାଚ ରେ ଟସ ଜିତି ଜୁନାଗଡ଼ ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ଏ ଟିମ ନିଦ୍ଧାରିତ ୧୭ ଓଭର ରେ ୧୪୦ ରନ କରିଥିଲେ ଜବାବ ରେ ଧର୍ମଗଡ଼ ୬ ଉଇକେଟ ହରାଇ ୧୧୭ ରନ କରି ଜୁନାଗଡ଼ ଠାରୁ ୨୪ ରନ ରେ ହାରି ଥିଲେ l ଆଜିର ଖେଳ ରେ ଦୀପେନ ସାହୁ, ତ୍ରିଯୋଗୀ ସାମନ୍ତରାୟ, ନୀତିଶ ମହାପାତ୍ର, ପପୁ ଭଞ୍ଜ ଅମପେୟାର ଦାୟିତ୍ୱ ତୁଲାଇ ଥିଲେ l କ୍ଲବ ର ଉପ ସଭାପତି ସରୋଜ ପଣ୍ଡା, ଚିଫ ଏକଜିକୁଟିଭ ସମୀର ସାହୁ, ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ, ଏହି ଲିଗ ମ୍ୟାଚ ର ପରିକଳ୍ପନା କରିଥିବା ସେନିଅର ଖେଳାଳି ପୂ କେପଟନ ମାନସ ସାହୁ, ବିଶ୍ୱ ସାହୁ, କାସିଆର ଦିଲୀପ ପଣ୍ଡା, ରମଣୀ ପଣ୍ଡା, ରଞ୍ଜନ ରାଉତ, ସୁଶୀଲ ଠାକୁର ଓ ଫିଲଡ କ୍ଯୁରେଟର ସୁବ୍ରତ ପାଢ଼ୀ ଆଜି କମେଣ୍ଟ୍ରି ଭାର ସମ୍ଭାଳି ଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ମୟୂରଭଞ୍ଜରେ ହର୍ଷୋଲ୍ଲାସ ସହ ଉଦ୍ଘାଟିତ ହେଲା ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କ୍ରିକେଟ ପ୍ରତିଯୋଗିତା

masiha

ଦାବ୍ରିଗୁଡା ଠାରେ ଅକ୍ଷୟ ଯୋଷୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

ନବରଙ୍ଗପୁର କଲେଜ ଦ୍ୱାରା ମାସିକିଆ ଫୁଟବଲ ପ୍ରଶିକ୍ଷଣ ଶିବିର ଆରମ୍ଭ

Leave a Comment

error: Content is protected !!