ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ଦ୍ୱାରା ଲିଗ ମ୍ୟାଚ ଅନୁଷ୍ଠିତ
ଜୁନାଗଡ଼,୨୪/୧(ମ ନି ସ)- ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ଜିଲ୍ଲା ର ୬ ଗୋଟି ଟିମ କୁ ନେଇ ଡ଼ିଉଜ ବଲ ଲିଗ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି l ନିୟୁ ରେଡ ଷ୍ଟାର କ୍ଲବ ର ଏଓ ବି ଟିମ, ଧର୍ମଗଡ଼, ଲାଞ୍ଜିଗଡ଼, ପାସଟିକୁଡ଼ି,ମୂଖିଗୁଡା କୁ ନେଇ ପଏଣ୍ଟ ବେସିସ ରେ ଆସନ୍ତା ୨୭ ତାରିକ ପର୍ଯନ୍ତ ଖେଳ ହେବ l ଜିଲ୍ଲା ଭିତରେ ଥିବା ଦ୍ୟୁଜ ବଲ ଖେଳାଳି ଙ୍କୁ ପ୍ରୋତ୍ସାହନ ଓ ଅଭ୍ୟାସ ପାଇଁ ଏହି ମ୍ୟାଚ କରାଯାଉଛି l କ୍ଲବ ସଭାପତି ହିମାଂଶୁ ଶେଖର ବରାଡ଼ ପ୍ରଥମେ ପୂଜାର୍ଚନା ଓ ଖେଳାଳି ଙ୍କ ସହ ପରିଚୟ ହେବା ସହ ଆଜିର ପ୍ରଥମ ମ୍ୟାଚ ପଶ୍ଟିକୁଡ଼ି ଓ ଲାଞ୍ଜିଗଡ ମଧ୍ୟରେ ଆରମ୍ବ ହୋଇ ଥିଲା l ପଶ୍ଟିକୁଡ଼ି ପ୍ରଥମେ ବ୍ୟାଟିଂ କରି ନିର୍ଦlରୀତ ୧୭ ଓ଼ଭର ରେ ୫ ଉଇକେଟ ହରାଇ ୧୪୦ ରନ କରିଥିଲେ l ଜବାବ ରେ ଲାଞ୍ଜିଗଡ ୧୫.୪ ଓଭର ରେ ସମସ୍ତ ଉଇକେଟ ହରାଇ ୧୦୫ ରନ କରି ହାରିଯାଇଥିଲେ l ଦ୍ୱତୀୟ ମ୍ୟାଚ ରେ ଟସ ଜିତି ଜୁନାଗଡ଼ ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ଏ ଟିମ ନିଦ୍ଧାରିତ ୧୭ ଓଭର ରେ ୧୪୦ ରନ କରିଥିଲେ ଜବାବ ରେ ଧର୍ମଗଡ଼ ୬ ଉଇକେଟ ହରାଇ ୧୧୭ ରନ କରି ଜୁନାଗଡ଼ ଠାରୁ ୨୪ ରନ ରେ ହାରି ଥିଲେ l ଆଜିର ଖେଳ ରେ ଦୀପେନ ସାହୁ, ତ୍ରିଯୋଗୀ ସାମନ୍ତରାୟ, ନୀତିଶ ମହାପାତ୍ର, ପପୁ ଭଞ୍ଜ ଅମପେୟାର ଦାୟିତ୍ୱ ତୁଲାଇ ଥିଲେ l କ୍ଲବ ର ଉପ ସଭାପତି ସରୋଜ ପଣ୍ଡା, ଚିଫ ଏକଜିକୁଟିଭ ସମୀର ସାହୁ, ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ, ଏହି ଲିଗ ମ୍ୟାଚ ର ପରିକଳ୍ପନା କରିଥିବା ସେନିଅର ଖେଳାଳି ପୂ କେପଟନ ମାନସ ସାହୁ, ବିଶ୍ୱ ସାହୁ, କାସିଆର ଦିଲୀପ ପଣ୍ଡା, ରମଣୀ ପଣ୍ଡା, ରଞ୍ଜନ ରାଉତ, ସୁଶୀଲ ଠାକୁର ଓ ଫିଲଡ କ୍ଯୁରେଟର ସୁବ୍ରତ ପାଢ଼ୀ ଆଜି କମେଣ୍ଟ୍ରି ଭାର ସମ୍ଭାଳି ଥିଲେ l