ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଓଡିଶା କ୍ରିକେଟ ସଂଘର ବୈଷୟିକ ନିର୍ଦେଶକ ଙ୍କ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର-(ମସିହ)ସ୍ଥାନୀୟ ନବରଙ୍ଗପୁର ଷ୍ଟାଡିୟମ ଠାରେ ପ୍ରସ୍ତୁତ ହୋଉଥିବା ଟରଫ କ୍ରିକେଟ ପିଚ ର ନିର୍ମାଣ ର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଓଡିଶା କ୍ରିକେଟ ସଙ୍ଗର ବୈଷୟିକ ନିର୍ଦେଶକ ଅଭିଳାଷ ହରିଶ୍ଚନ୍ଦନଙ୍କ ନବରଙ୍ଗପୁର ଗସ୍ତ କରିଛନ୍ତି।ଏହି ଅବସରରେ ପଡିଆ ମଧ୍ୟରେ ତିଆରି ହେବାକୁ ଥିବା ଟରଫ ପିଚ ଏବଂ ଅଭ୍ୟାସ ପିଚ କିପରି ଭାବରେ କ୍ରିକେଟ ନିୟମ ଅନୁଯାୟୀ ତିଆରି ହୋଇପାରିବ ସେ ବିଷୟରେ ଆଲୋଚନା କରିଛନ୍ତି। ଉକ୍ତ ନିର୍ମାଣ କାର୍ଯ୍ୟ ପାଇଁ ଆସିଥିବା ମାଟି ଏବଂ ଅନ୍ୟ ଆବଶ୍ୟକ ପଦାର୍ଥ ସମ୍ପର୍କରେ ନବରଙ୍ଗପୁର କ୍ରିକେଟ ସଙ୍ଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ ଏବଂ ସହ ସମ୍ପାଦକ ଏମ. ଵାଲା କୃଷ୍ନା ରାଓ ଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ଅତି କମ ଦିନରେ ଏ ସମସ୍ତ କାର୍ଯ୍ୟ ସମାପ୍ତ କରାଯିବା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କ୍ରିକେଟ ସଙ୍ଘର କାର୍ଯ୍ୟନିର୍ବାହୀ ସଭ୍ୟ ଅଶୋକ ନାୟକ କ୍ୟୁରାଟର ପ୍ରଶିକ୍ଷଣ ନିମନ୍ତେ କଟକ ଗସ୍ତ କରିବେ ବୋଲି ସଙ୍ଘର ମିଡିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ସଙ୍ଘର ସଭ୍ୟ ଶଶାଙ୍କ ଶେଖର ବେହେରା ଏ ସମସ୍ତ କାର୍ଯ୍ୟକ୍ରମ ର ପରିଚାଳନା ନିମନ୍ତେ ସହଯୋଗ ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

ଯୁବ କ୍ରୀଡ଼ା ପ୍ରତିଭା ଅନ୍ୱେଷଣରେ ବିଶେଷ ସହାୟକ ହେବ ‘ନୂଆ-ଓ’ କାର୍ଯ୍ୟକ୍ରମ

masiha

ଇତିହାସରେ ପ୍ରଥମ ଥର ପାଇଁ ହକି ଦଳରେ ନବରଙ୍ଗପୁର ଜିଲ୍ଲାରୁ ତିନି ଖେଳାଳି

masiha

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ପୂର୍ବାଞ୍ଚଳ ଜୋନ୍ ଜାତୀୟ ସ୍ତରୀୟ ଆନ୍ତବିଶ୍ୱବିଦ୍ୟାଳୟ ଖୋ-ଖୋ ପ୍ରତିଯୋଗୀତା ଉଦ୍‌ଯାପିତ 

masiha

Leave a Comment

error: Content is protected !!