ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପେଟ କାମ ଚଳା ଶାଳ ଦାନ୍ତ କାଠି

.ଡାବୁଗାଁ, ୨୫/୨ (ମ.ନି.ସ.) ନବରଙ୍ଗପୁର ଜିଲ୍ଲା ଏକ ବଣ ଜଙ୍ଗଲ ଘେରା ପ୍ରକୃତି ଆବଦ୍ଧ | ଏଥିରେ ଶାଳ ଗଛ ଏକ ସାମାନ୍ୟ ଯାହାକୁ ପିଲା ଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତ ଙ୍କୁ ଜଣା | ଶାଳ ଗଛ କୁ ଏଠାକାର ସମସ୍ତେ ଭଲ ପାନ୍ତି | ଶାଳ ଗଛ ରୁ ଝୁଣା, ଶାଳ ମଞ୍ଜି, ଶାଳ ପତ୍ର ଖୋଲି, ଶାଳ ଗଛ ରୁ ବଡ|ଛତୁ ଆଦି ସଂଗ୍ରହ ହୋଇଥାଏ | ଏହା ବ୍ୟତୀତ ତାର ଶାଖା ରୁ ଛୋଟ ଛୋଟ ବାହାରି ଥିବା ଡାଳ ରୁ ଦାନ୍ତ କାଠି ଭାବେ ବ୍ୟବହାର କରାଯାଏ | ନବରଙ୍ଗପୁର ଜିଲ୍ଲା ରେ ଏହି ଶାଳ ଦାନ୍ତ କାଠି ବ୍ୟବହାର ପ୍ରାୟତଃ ସମସ୍ତ ବର୍ଗ ର ଲୋକ କରିଥାନ୍ତି | ଏହି ଅଞ୍ଚଳ ରେ ଆଦିବାସୀ ଙ୍କ ଜୀବିକା ଯୋଗେଇବାରେ ସାହାଯ୍ୟ କରୁଛି ଏହି ଶାଳ ଦାନ୍ତ କାଠି |ଏହାର ହାଟ ବଜାରରେ ବେଶ ଚାହିଦା ରହିଛି | ଆଦିବାସୀ ମାନେ ଗୋଟିଏ ଦିନ ପୂର୍ବରୁ ଜଙ୍ଗଲ କୁ ଯାଇ ଶାଳ ଗଛ ରୁ ବାହାରୁ ଥିବା ଛୋଟ ଛୋଟ ଡାଳ ଗୁଡିକୁ ଭାଙ୍ଗି ତାକୁ ଏକାଠି କରିବା ସହ ଛୋଟ ଛୋଟ ବିଡା ବାନ୍ଧି ଥାନ୍ତି ଏବଂ ସକାଳୁ ସକାଳୁ ଆଣନ୍ତି ବଜାରକୁ ବିକିବା ପାଇଁ | ଶାଳ ଦାନ୍ତ କାଠିରେ କିଛିମାତ୍ରାରେ ଔଷଧୀୟ ଗୁଣ ଥିବାରୁ ଏହାକୁ ଦାନ୍ତ ଘଷିଲେ ଦାନ୍ତରୁ ଦୁର୍ଗନ୍ଧ ଦୂର ହେବା ସହ ଦାନ୍ତ ଶକ୍ତ ରହିବ ଏବଂ ଦାନ୍ତ ଉଜ୍ଜଳ ଦେଖାଯାଏ ତେଣୁ ଏହାକୁ ଗ୍ରାହକ ମାନେ ମଧ୍ୟ ଆଗଭର ହୋଇ କିଣନ୍ତି | ଶାଳ କାଠି କୁ ବଜାର ରେ ବିଡ଼ା ପ୍ରତି କୋଡ଼ିଏ ଟଙ୍କା ରେ ବିକ୍ରି କରିଥାନ୍ତି ଏବଂ ଭଲ ଦ୍ୱିପଇସା ରୋଜଗାର କରିଥାନ୍ତି | କିନ୍ତୁ କେବେ କେବେ ଜଙ୍ଗଲ ଜଗୁଆଳି ବନ ବିଭାଗ କର୍ମଚାରୀ ଙ୍କ ହାବୁଡ଼ରେ ପଡିଲେ ଅସୁବିଧା ଭୋଗିବାକୁ ହୋଇଥାଏ ନଚେତ ଦୟା ଦେଖାଇ ଖାଲି ହାତରେ ଫେରିଯିବାକୁ କୁହନ୍ତି ସେଦିନ ତାଙ୍କ ର ଦୁଃଖ ଲାଗେ ବୋଲି ସେମାନେ ପ୍ରକାଶ କରନ୍ତି | ଏହି ଅଞ୍ଚଳ ରେ ଜଙ୍ଗଲ ରେ ଶାଳ ଗଛ ର ପରିମାଣ ଅଧିକ ଥିବାରୁ ଏଠିକାର ଆଦିବାସୀ ଙ୍କ ରୋଜଗାରିଆ ଗଛ ଭାବେ ସାହାଯ୍ୟ କରୁଛି | ଜଙ୍ଗଲରୁ ଋତୁ ଅନୁଯାୟୀ ଶାଳ ଗଛ ରୁ ଶାଳ ମଞ୍ଜି, ଶାଳ ପତ୍ର ଖୋଲି, ଶାଳ ଝୁଣା, ଶାଳ ଦାନ୍ତ କାଠିଏବଂ ଶାଳ ଗଛ ଦ୍ୱାରା ହେଉଥିବା ବଡା ଛତୁ ଏହି ଦ୍ରବ୍ୟ ବଜାରରେ ବିକି ବେଶ ଦ୍ବିପଇସା ଆମଦାନୀ କରିଥାନ୍ତି | ଏଣୁ ଆଦିବାସୀ ଙ୍କ ପେଟ କାମ ଚଳା ଶାଳ ଗଛ ବୋଲି କୁହାଯାଏ |

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଧର୍ମଗଡ଼ ସାହିତ୍ୟ ଓ ସଂସ୍କୃତି ସଂସଦ ତରଫରୁ ମହାବିଷୁବ ମିଳନ ପାଳନ

Sunil Chandra Nayak

କବି ପଲ୍ଲବୀ ଦାସଙ୍କୁ ନନ୍ଦକିଶୋର ସ୍ମୃତି ସମ୍ମାନ 

masiha

ନୂଆ ବଜାର ବଣିକ ସଂଘ ର ବସନ୍ତ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

Leave a Comment

error: Content is protected !!