ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ଶିକ୍ଷକ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଆଡମ୍ବର ସହ ଅନୁଷ୍ଠିତ

ଚିଲିଗୁଡା ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ନୀଳମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୁର୍ଣ ଚନ୍ଦ୍ର ପାଣିଗ୍ରାହୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ମହା ଆଡମ୍ବରର ସହ ଅନୁଷ୍ଠିତ ହୋଇଯାଇଛି ।ଶ୍ରୀ ପାଣିଗ୍ରାହୀ ଦୀର୍ଘ ୩୬ ବର୍ଷ ଧରି ସେ ଏହି ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ଏହି ବିଦ୍ୟାଳୟରେ ହି ପ୍ରମୋସନ ପାଇ ପ୍ରଧାନ ଶିକ୍ଷକ ଦାୟିତ୍ୱ ଗ୍ରହଣ କରିଥିଲେ ।ଗତ ୩୧ ତାରିଖରେ ସେ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ ।ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଅବସର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ମହା ଆଡମ୍ବରରେ ଆୟୋଜନ କରାଯାଇଥିଲା । ଏଥିରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଗୁରୁ ବନ୍ଧନ। ସଙ୍ଗୀତ ଗାନ କରାଯାଇ ଥିଲା ।କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷାବିତ ସୁଧାଂଶୁ ଶେଖର ନେଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜୟପାଟଣା ବି ଇ ଓ ପ୍ରେମ ନାରାୟଣ ପଣ୍ଡା ,ଅବସର ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ବେହେରା ,ଶଶୀ ସେନ ଯୋଶୀ ,ବ୍ରଜ ମୋହନ ପାତ୍ର ,ଦିଲୀପ କୁମାର ମେହେର ,ଜୁନାଗଡ଼ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ନେପାଳ ବାଗ ,ଜୁନାଗଡ଼ ଲଙ୍କେଶ୍ୱରୀ ଗାର୍ଲସ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ମନୋରଞ୍ଜନ ପାଣିଗ୍ରାହୀ ,ମଥୁରା ସ୍କୁଲର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ଦୀପ ,ରାଜପୁରର ଅଜିତ ମେହେର ,କ।ଲୋପଲ।ର ମନୋରଞ୍ଜନ ସିଂ ,ପିଲକିଆର ନିରଞ୍ଜନ ସାହାଣୀ ,ଚିଚି ଆର ସଞ୍ଜୟ ମୁଣ୍ଡ ,ମହିଚଳ।ର ବାଞ୍ଛାନିଧି ପଣ୍ଡା ,ସୁଧାଂଶୁ ଶେଖର କଲେଜର ଅଧ୍ୟାପକ ମାନସ ରଞ୍ଜନ ପଣ୍ଡା ,ସହକାରୀ କୃଷି ଅଧିକାରୀ ନୌକେଶ୍ୱର ନାଗ ପ୍ରମୁଖ ଯୋଗଦାନ କରି ଅବସର ପ୍ରଧାନ ଶିକ୍ଷକ ଙ୍କ ଶିକ୍ଷକତା ଜୀବନ ସମ୍ପର୍କରେ ଅବଗତ କରାଇଥିଲେ ।ଏଥିରେ ନୀଳମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଅକ୍ଷୟ କୁମାର ସତନାମୀ ମଞ୍ଚ ପରିଚାଳନା କରି ଥିବା ବେଳେ ଶିକ୍ଷକ ଅମୂଲ୍ୟ ମେହେର ,ନିରାକାର ଦାସ ,ବିବେକାନନ୍ଦ ସୁନାନୀ ଏବଂ ପ୍ରଭାତୀ ଛତ୍ରିଆ ,ସୁମିତା ରାୟଗୁରୁ ପ୍ରମୁଖ ସହଯୋଗ କରିଥିଲେ ।ସନ୍ଧ୍ୟାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା ।କାର୍ଯ୍ୟକ୍ରମ ରେ ସ୍କୁଲ ଶିକ୍ଷା କମିଟି ତଥା ଅଞ୍ଚଳର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ପ୍ରଭାତୀ ଛ ତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ ।।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ 

Related posts

ସୁର ତରଙ୍ଗ’ ଦ୍ଵାରା ସ୍ଵର ସମ୍ରାଟ କିଶୋର କୁମାର ଓ ସ୍ଵର କୋକିଳା ଲତା ମଙ୍ଗେଷ୍କରଙ୍କୁ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି

masiha

ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଦ୍ଵାର ନୂତନ ଖାଉଟି କାର୍ଡ ବଣ୍ଟନ

masiha

ପ୍ରହସନ ପାଲଟିଛି ଜନ ଶୁଣାଣି ଶିବିର, ଅନୁପସ୍ଥିତ ରହୁଛନ୍ତି ଅନେକ ବିଭାଗୀୟ ଅଧିକାରୀ

Sunil Chandra Nayak

Leave a Comment

error: Content is protected !!