ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମସ୍କାଗୁଡା କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଅନୁଷ୍ଠିତ

ମସ୍କାଗୁଡା କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଅନୁଷ୍ଠିତ

ଲାଞ୍ଜିଗଡ଼,୦୬/୧୦(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମସ୍କାଗୁଡା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କମର୍ଦ୍ଧlଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବେ ମଧୁ ମହେଶ୍ବର ବୁଦ୍ଧିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହିମାଂଶୁ ମହାପାତ୍ର ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ମିଶ୍ର, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷକ ସତ୍ୟାନନ୍ଦ ବେରୁକ, ମସ୍କାଗୁଡ଼ା ସିଆରସିସି ପ୍ରକାଶ ଚନ୍ଦ୍ର ପଧାନ, ରାଜ କିଶୋର ସାହୁ ତଥା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୌର କରୁଆଁ ପ୍ରମୁଖ ମଞ୍ଚାସୀନ ଥିଲେ l ଦ୍ୱିତୀୟ ପର୍ଯ୍ୟାୟରେ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢଳଦେବ ମୁଣ୍ଡ, ଦ୍ରୋଣ ରଣା, ଭାରତ ଭୂଷଣ ସାହୁ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଗଠନର ଉପ ସଭାନେତ୍ରୀ ଅର୍ଚ୍ଚନା ମିଶ୍ର, ଗୋବର୍ଦ୍ଧନପୁର ସିଆରସିସି ତପନ କୁମାର ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ l ସିଆରସିସି ପ୍ରକାଶ ଚନ୍ଦ୍ର ପଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ବିଭୁତି ଭୂଷଣ ତାଣ୍ଡି, ଲଳିତ କୁମାର ଭୋଇ, ଝସକେତନ ବୁଦ୍ଧିଆ ମଞ୍ଚ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ନିରଞ୍ଜନ ବୁଦ୍ଧିଆ, ଭବାନୀ ଶଙ୍କର ବାରିକ, ପ୍ରମୋଦ ସାହୁ, ସୁରେଶ ଚନ୍ଦ୍ର ଭୋଇ, ଶିବସୁନ୍ଦର ସାହୁ, ନିରାକାର ସାହୁ, ସୁବ୍ରତ କୁମାର ବୁଦ୍ଧିଆ, ଭାଗିରଥି ବେରୁକ, ବବ୍ରୁବାହନ ଭୋଇ, ବିଷ୍ଣୁ ଚରଣ ଭଞ୍ଜ , ଶିକ୍ଷୟିତ୍ରୀ ଜେମାମଣି ପଧାନ, ନିରୁପମା ସାହୁ, ଜ୍ୟୋତ୍ସ୍ନା କୁମାରୀ ଲିମା, ସୌଭାଗିନୀ ପଧାନ, ବବିତା ପଧାନ ତଥା କ୍ଲଷ୍ଟରର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ସହଯୋଗ କରିଥିଲେ ! ଏଇ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କ୍ରୁତ କରିଥିଲେ l

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଉତ୍କଳ ସାଂସ୍କୃତିକ ପରିଷଦର ୩୩ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ 

masiha

ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ପାଳିତ 

Sunil Chandra Nayak

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!