ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଢ଼ାବନ୍ଧରେ ବୁଡି ପୁଣି ଜଣେ ମୃତ

ବେଢ଼ାବନ୍ଧରେ ବୁଡି ପୁଣି ଜଣେ ମୃତ

ପାପଡାହାଣ୍ଡି/7/10, ମନିସ – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୋକିଆ ବେଢ଼ାବନ୍ଧରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛନ୍ତି । ମୃତ ହୋଇଥିବା ବ୍ୟକ୍ତି ଜଣକ ହେଲେ ଗ୍ରାମର ଦେବ ସିଂ ହରିଜନ । ସୂଚନା ପ୍ରକାରେ ଗତ ଗୁରୁବାର ଦିନରୁ ସେ ନିଖୋଜ ରହିଥିଲେ । ବହୁ ଖୋଜାଖୋଜି କରିବାରେ ମଧ୍ୟ ପରିବାର ଲୋକ ଦେବି ସିଂ ଙ୍କ ସନ୍ଧାନ ପାଇ ନ ଥିଲେ । ଶନିବାର ସକାଳୁ ବେଢା ବନ୍ଧରେ ତାଙ୍କ ଶବ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପାପଡାହାଣ୍ଡି ଥାନାକୁ ଖବର ଦେଇଥିଲେ | ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ ପାପଡାହାଣ୍ଡି ଆଇଆଇସି ଦୀପକ ଜେନା,ଏସଆଇ ଶିଵଜି ପଣ୍ଡା, ସରପଞ୍ଚ ଜଗତ ଜୀବନ ନାୟକ, ପୂର୍ବତନ ସମିତି ସଭ୍ୟ ଯୁଗଳ ବିଶୋଇ ପ୍ରମୁଖ ପହଂଚିଥିଲେ । ଶବ ଉଦ୍ଧାର ପରେ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ 3 ହଜାର ଟଙ୍କା ପରିବାରକୁ ପ୍ରଦାନ କରାଯାଇଛି | ସୂଚନା ଥାଉକି ଗତ ଗୁରୁବାର ଦିନ ଗାଧୋଇବାକୁ ଯାଇ ହେମ ଭତ୍ରା ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ବୈଠକ 

masiha

ବଡ ଘଣ୍ଟି ମା ମଙ୍ଗଳା ମନ୍ଦିର କୁ ସମାଜସେବୀ ଯୁବକ କଲେ ଦାନ 

Sunil Chandra Nayak

Leave a Comment

error: Content is protected !!