ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନସେବା ଦିବସରେ ବୟୋଜ୍ୟେଷ୍ଟ ବ୍ୟକ୍ତି ଓ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କପାଇଁ ବର୍ଦ୍ଧିତ ଭତ୍ତା ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ 

ଜନସେବା ଦିବସରେ ବୟୋଜ୍ୟେଷ୍ଟ ବ୍ୟକ୍ତି ଓ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କପାଇଁ ବର୍ଦ୍ଧିତ ଭତ୍ତା ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ 

“ରାୟଗଡ ଜିଲ୍ଲlରୁ ୬୦୫୮ଜଣ ହିତାଧିକାରୀ ଉପକୃତ ହେବେ “

ରାୟଗଡ:-ତା. ୧୫/୦୧-ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଭିଡିଓ କନଫରେନସିଂ ସିଧା ପ୍ରସାରଣ ମାଧ୍ୟମରେ କେଉଁଝର ଜିଲ୍ଲାରୁ କାର୍ଯ୍ୟକ୍ରମରେ ଯୋଗଦେଇ ବର୍ଦ୍ଧିତ ଭତ୍ତା ପ୍ରଦାନର ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ରlୟଗଡ଼ ଠାରେ ଜିଲ୍ଲାପାଳ ରାୟଗଡ ଶ୍ରୀମତୀ ପାରୁଲ ପଟାୱରୀ ୮୦ବର୍ଷର ଉର୍ଦ୍ଧ ବୟୋଜ୍ୟେଷ୍ଟ ଓ ୮୦% ଉର୍ଦ୍ଧ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ବର୍ଦ୍ଧିତ ଭତ୍ତା ଟ. ୩୫୦୦/- ଙ୍କା ବଣ୍ଟନ କରିଛନ୍ତି l ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶାଙ୍କ ନିର୍ଦ୍ଦେଶ କ୍ରମେ ରlୟଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ, ପୌରପରିଷଦ,ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପ୍ରତ୍ୟେକ ଗ୍ରାମପଂଚାୟତ କାର୍ଯ୍ୟାଳୟରେ ଏହି ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଇଛି l ବର୍ଦ୍ଧିତ ଭତ୍ତା ମଧ୍ୟରେ ମଧୁବାବୁ ପେନସନ ଯୋଜନାରେ ରାୟଗଡ ଜିଲ୍ଲାରୁ ୮୦ବର୍ଷରୁ ଉର୍ଦ୍ଧ ୫୦୪୪ ଜଣ ଏବଂ ୮୦%ରୁ ଉର୍ଦ୍ଧ ଦିବ୍ୟାଙ୍ଗ ୧୦୧୪ ଜଣକୁ ମିଶାଇ ଜିଲ୍ଲାରେ ସର୍ବ ମୋଟ ୬୦୫୮ ଜଣକୁ ପାଇବାକୁ ଥିବା ବେଳେ ଆଜି ସେଥିମଧ୍ୟରୁ ୮୦ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ବ୍ୟକ୍ତି ୪୫୪ଜଣକୁ ଏବଂ ୮୦%ରୁ ଅଧିକ ଦିବ୍ୟାଙ୍ଗ ୨୫୭ଜଣକୁ ଜିଲ୍ଲାରେ ବର୍ଦ୍ଧିତ ହାରରେ ଟ ୩୫୦୦/-ଙ୍କା ଲେଖାଏଁ ଭତ୍ତା ପ୍ରଦାନ ଦିଆଯାଇଛି l ଏହି ଭତ୍ତା ପ୍ରଦାନ କାର୍ଯ୍ୟକ୍ରମରେ ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁଜିତ କୁମାର ମିଶ୍ର, ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ସମାଜ ସେବି ତଥା ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶ୍ରୀ ଶିବ ପଟ୍ଟନାୟକ, ଶ୍ରୀ କlଳିରାମ ମାଝୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁଚରଣ ନାୟକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀମତୀ ରଂଜିତା ବେହେରା ଆଦି ଯୋଗଦାନକରି ସରକାରଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ l ବରିଷ୍ଠ ଶିକ୍ଷକ ନୀଳାଚଳ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ସେହିପରି ଗୁଣୁପୁର ଉପଜିଲ୍ଲାପାଳ, ସୁଶ୍ରୀ କିରଣଦୀପ କୌର ସହୋଟା,ଗୁଣପୁର ବ୍ଳକ ଓ ଗୁଣୁପୁର ପୌର ପରିଷଦରେ ବର୍ଦ୍ଧିତ ଭତ୍ତା ବଣ୍ଟନ କରିଥିବା ବେଳେ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତ ମୁନିଗୁଡା ବ୍ଲକରେ ବଣ୍ଟନ କରିଥିଲେ l ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ଼ିଲ୍ଲାପରିଷଦ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ପଦ୍ମପୁର ବ୍ଲକରେ, ଉପଜିଲ୍ଲାପାଳ ରାୟଗଡ, ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ କାଶୀପୁର ବ୍ଲକରେ,ପ୍ରକଳ୍ପ ପ୍ରଶାସକ ଆଇଟିଡ଼ିଏ, ଗୁଣୁପୁର ଚନ୍ଦ୍ରପୁର ବ୍ଲକରେ, ପିଏ ଆଇଟିଡ଼ିଏ ରlୟଗଡ଼, ଗୁଡ଼ାରୀ ବ୍ଲକ ଓ ଗୁଡ଼ାରୀ ପୌର ପରିଷଦରେ,ଜିଲ୍ଲା ସାମାଜିକ ସୁରକ୍ଷl ତଥା ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶ୍ରୀମତୀ ପୁଷ୍ପଲତା ଦୀକ୍ଷିତ ଵିଷମ କଟକ ବ୍ଲକରେ, କଲନରା ବ୍ଲକରେ ବିଡ଼ିଓ ଶ୍ରୀମତୀ ରୀନା ପ୍ରଧାନ, ଉପାଧ୍ୟକ୍ଷ ଶ୍ରୀ ହଳଧର ହିମିରିକା,ଉପଖଣ୍ଡ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ଅଧିକାରୀ ରାୟଗଡ, ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ ଓ ଗୁଣୁପୁର ଶ୍ରୀ ଏଲ ସନ୍ତୋଷ କୁମାର ଯଥାକ୍ରମେ କଲ୍ୟାଣ ସିଂପୁର ଓ ରାମନାଗୁଡ଼ା ବ୍ଲକରେ ଉପସ୍ଥିତ ରହି ଭତ୍ତା ବଣ୍ଟନ କରିଥିଲେ l ବିଭିନ୍ନ ବ୍ଲକରେ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ସହରାଞ୍ଚଳର ନିର୍ବାହୀ ଯନ୍ତ୍ରୀ, ସରପଞ୍ଚ, ଜନପ୍ରତିନିଧି, ପଂଚାୟତ ନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଏହି ଭତ୍ତା ପ୍ରଦାନରେ ସହଯୋଗ କରିଥିଲେ l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଉରକେଲା ଓଡ଼ିଆ ଅଧ୍ୟାପକ-ଅଧ୍ଯାପିକା ସମ୍ମିଳନୀର ୩ୟ ଅଧିବେଶନ ଅନୁଷ୍ଠିତ

masiha

ସନ ସାଇନ୍ ଇଂଲିଶ ମିଡିୟମ ସ୍କୁଲର ୨୩ ତମ ବାର୍ଷିକୋତ୍ସବ ଧୂମଧାମରେ ପାଳିତ 

masiha

ରାୟଗଡାରେ ମହାପୁରୁଷ ଅତିବଡୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!