ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଢୁଣିଆ ଗାଁରେ କାଳ ବୈଶାଖୀ ରଚିଲା ତାଣ୍ଡବ ଲୀଳା

  ମୟୂରଭଞ୍ଜ- ୧୫/୫ (ମସିହା)ମଣିଷ ଖରାରେ ମଣିଷ ଡହଳବିକଳ ହେଉଥିବା ବେଳେ, ଆଜି ସୋମବାର ଅପରାହ୍ନ ସମୟରେ କୋଉ ଆଡୁ ମାଡ଼ି ଆସିଲା କାଳ ବୈଶାଖୀ। ଅଳ୍ପ ସମୟ ମଧ୍ୟରେ ଗୋଟିଏ ପରିବାରକୁ କରି ଦେଲା ବାସହରା। ସୂଚନାଯୋଗ୍ୟ ଆଜିଏ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ୍ ସ୍ଥିତ ବାଢୁଣିଆ ଗ୍ରାମର। ଆଜି ସୋମବାର ଅପରାହ୍ନ ସମୟରେ କାଳ ବୈଶାଖୀ ର କରାଳ ରୂପ ଏତେ ଭୟଙ୍କର ଥିଲା ଯେ ବାଢୁଣିଆ ଗ୍ରାମର ମାଧବ ନାଏକ ପିତା ବଡ଼ କାର୍ତ୍ତିକ ନାଏକ ଙ୍କ ୨ ବଖରା ଚାଳଘରେ ଓ ୨ ବଖରା ଆଜବେଷ୍ଟାର ଘର ଛପର କୁ ଉଡ଼େଇ ଦେଇଅଛି, ଫଳରେ ଘର ଭିତରେ ଥିବା ୧ କ୍ଵିଣ୍ଟାଲ ଚାଉଳ, ପାଖାପାଖି ୧୫ ହଜାର ଟଙ୍କାର ଧାନ ସମେତ ଘର ଭିତରେ ଥିବା ସମସ୍ତ ଦରକାରୀ କାଗଜ ପତ୍ର ଭିଜି ନଷ୍ଟ ହୋଇଅଛି। ଏହା ସହିତ ସ୍ଵାମୀ ସ୍ତ୍ରୀ ଓ ତିନିଟି ଛୁଆ ସମେତ ଛେଳି କୁକୁଡ଼ା ବର୍ତମାନ ବାସହରା ହୋଇ ଯାଇଛନ୍ତି। ଉକ୍ତ ଖବର ପାଇ ବିଶୋଇ ତହସିଲ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଏକ କେରପଲ ଦେଇଥିବା ଖବର ହସ୍ତଗତ ହୋଇଛି। ବର୍ତମାନ ଦେଖିବାକୁ ବାକି ରହିଲା ତଦନ୍ତ ପରେ ବାସହରା ଗରିବ ପରିବାରଙ୍କୁ କ’ଣ ପ୍ରଶାସନିକ ସୁବିଧା କଣ ମିଳୁଛି।

  ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ତିରିଂ ବ୍ଳକ! ବଡାଳିମା ପଞ୍ଚାୟତ ! ସାଲଗାଢିପା ଅଙ୍ଗନବାଡି କେନ୍ଦ୍ର କୁ ରାସ୍ତା ନାହିଁ . ; କାଦୁଅ ପଚ୍ ପଚ୍ ଚଲି ରାସ୍ତାରେ ସ୍କୁଲ ଯିବାକୁ କୁନି କୁନି ପିଲାମାନେ ଅମଙ୍ଗ ;ସ୍କୁଲ କୁ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି

Sunil Chandra Nayak

World Health Day was observed by the Institution of Engineers India Rourkela centre

Sunil Chandra Nayak

ସ୍ୱଚ୍ଛ ଭାରତ ପାଇଖାନାର ବିକଳ ଅବସ୍ଥା

Sunil Chandra Nayak

Leave a Comment

error: Content is protected !!