ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧୋକା ଦେଲା ବର୍ଷା , ସର୍ବନିମ୍ନ ସ୍ତରକୁ ପହଞ୍ଚିଲା ଇନ୍ଦ୍ରାବତୀ ପାଣି

ଆଜିଠାରୁ ପର୍ଯ୍ୟାୟକ୍ରମେ ଛଡ଼ାଯିବ ଜଳ…

 ଅତୀତରେ ଭୋକର ଭୂଗୋଳ ବୋଲି କୁହାଯାଉଥିବା କଳାହାଣ୍ଡି, ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ଯୋଗୁଁ ଶସ୍ୟ ଶ୍ୟାମଳା ହୋଇ ପାରିଛି।

ଧାନ ଉତ୍ପାଦନରେ କଳାହାଣ୍ଡି ଓଡ଼ିଶାରେ ଦ୍ଵିତୀୟ ସ୍ଥାନ ରେ ରହିଛି। ଉପର ଇନ୍ଦ୍ରାବତୀ କେନାଲ ଓ ପାଇପ୍ ଯୋଗେ ଭୂତଳ ଶାଖା କେନାଲରେ କୋକସରା ବ୍ଲକର ୪୬ଟି ଗ୍ରାମରେ ହାରାହାରି ୧୨୪୯୪ ୭୫ ହେକ୍ଟର ଓ ଜୟପାଟଣା ବ୍ଲକର ୨୩ ଗୋଟି ଗ୍ରାମର ୭୬୪୭ ୭୪ ହେକ୍ଟର ଜମିରେ ଧାନ ଚାଷ ହୋଇ ପାରୁଛି।

ଚଳିତ ଦେଖାଦେବା ଆଶଙ୍କା ପ୍ରକାଶ ପାଇଛି। ବିଗତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଚଳିତ ବର୍ଷ ଇନ୍ଦ୍ରାବତୀ ବାମ, ଦକ୍ଷିଣ ଓ ମେଗାଲିଫ୍ଟ କେନାଲରୁ କଳାହାଣ୍ଡି ଜିଲ୍ଲାର ୪୮୦ଟି ଗାଁର ୧ ଲକ୍ଷ ୧୭ ହଜାର ୯୬ ହେକ୍ଟର ଚାଷଜମିକୁ ଜଳସେଚନ ପାଇଁ ଲକ୍ଷ୍ୟଧାର୍ଯ୍ୟ ରହିଛି। ଅନ୍ୟପକ୍ଷେ ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୬୪୨ ମି. ରହିଥିବାବେଳେ ଅଦ୍ୟାବଧୂ ୩୦ ପ୍ରତିଶତ ଜଳ ଅର୍ଥାତ୬୩୧.୪୯ ମି.ରେ ରହି ସର୍ବକାଳୀନ ସର୍ବନିମ୍ନ ଜଳସ୍ତରରେ ପହଞ୍ଚିଛି। ଆଗାମୀ ଦିନରେ ଭଲ ବର୍ଷା ନହେଲେ ଅଣ ଜଳସେଚିତ ଅଞ୍ଚଳ ସହ ଜଳସେଚିତ ଅଞ୍ଚଳରେ ମଧ୍ୟ ମରୁଡ଼ି ସ୍ଥିତି ଦେଖା ଦେବା ଆଶଙ୍କା ସୃଷ୍ଟି ହୋଇଛି।

୨୦ ବର୍ଷ ମଧ୍ୟରେ ଜଳସ୍ତର ୧୧ଥର ସର୍ବୋଚ୍ଚ ସୀମାକୁ ଅତିକ୍ରମ କରିଥିବାବେଳେ ଅନ୍ୟାନ୍ୟ ବର୍ଷ ଗୁଡ଼ିକରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଜଳପତ୍ତନ ସର୍ବୋଚ୍ଚ ସୀମାରୁ କମ ରହିଥିଲା। ଚଳିତ ବର୍ଷ ସର୍ବକାଳୀନ ରେକର୍ଡ ଭାଙ୍ଗି ଅଗଷ୍ଟ ୩୧ ସୁଦ୍ଧା ୬୩୧.୪୯ମି ଅର୍ଥାତ ୩୦.୨୩ ପ୍ରତିଶତରେ ରହିଥିବାରୁ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି।

ତେବେ, ନିଅଣ୍ଟିଆ ବର୍ଷା ସ୍ଥିତିକୁ ଦୃଷ୍ଟିରେ ରଖ୍ଇନ୍ଦ୍ରାବତୀ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜିଠାରୁ ପର୍ଯ୍ୟାୟ କ୍ରମେ ଇନ୍ଦ୍ରାବତୀ ବାମ, ଦକ୍ଷିଣ କେନାଲରେ ମାପିଚୁପି ଜଳସେଚନ କରାଯିବା ନେଇ ସୂଚନା ସୂଚନା ଦିଆଯାଇଛି। ଏଥିପାଇଁ ଚାଷୀଙ୍କୁ ଜଳ ପରିଚାଳନାରେ ସହଯୋଗ କରିବାକୁ ନିବେଦନ କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନିଟ ପରୀକ୍ଷାରେ ଡାବୁଗାଁ ର ଆଶୁତୋଷଙ୍କ କୃତିତ୍ଵ

Sunil Chandra Nayak

ଜୁନାଗଡ଼ ରେ ରାଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ

masiha

ବଲାଙ୍ଗିର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ୩୪ ତମ ସଡ଼କ ସୁରକ୍ଷା ସପ୍ତାହ ସଚେତନତା ରେଳି ସହିତ ଉଦଯାପିତ।

Sunil Chandra Nayak

Leave a Comment

error: Content is protected !!