ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ବାଇକ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ, କ୍ଷତି ପୂରଣ ଦାବୀରେ ଜାତୀୟ ରାଜପଥ ଅବରୋଧ 

ଅଜଣା ବାଇକ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ, କ୍ଷତି ପୂରଣ ଦାବୀରେ ଜାତୀୟ ରାଜପଥ ଅବରୋଧ 

ନବରଙ୍ଗପୁର(ମ ନି ସ)-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଚିକିଲି ଛକରେ ଆଜି ସନ୍ଧ୍ୟା ୭ଟା ସମୟରେ ଏକ ଅଜଣା ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି | ମୃତକ ଚିକିଲି ଗ୍ରାମର କମଳ ଲୋଚନ ନାୟକ ବୋଲି ଜଣାପଡିଛି | କ୍ଷତି ପୂରଣ ଦାବିରେ ଗ୍ରାମବାସୀ ଜାତୀୟ ରାଜପଥ ୨୬କୁ ଅବରୋଧ କରିଛନ୍ତି | ଯଦ୍ୱାରା ନବରଙ୍ଗପୁର ରୁ କଳାହାଣ୍ଡି, ଉମରକୋଟ, ବିଶାଖାପାଟଣା, ରାୟପୁର ଆଦି ଅଞ୍ଚଳକୁ ଯାନ ବାହାନ ଚଳା ଚଳ ବନ୍ଦ ରହିଥିଲା | ଖବର ପାଇ ପାପଡାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚିଛି | ସୂଚନା ମୁତାବକ କମଳଲୋଚନ ଏକ ସାଇକେଲରେ ଧାରଣାବେଢା କୁକୁଡ଼ା ଆଣିବା ପାଇଁ ଯାଇଥିଲେ, ଫେରିବା ସମୟରେ ଚିକିଲି ଛକରେ ତାଙ୍କୁ ଏକ ଅଜଣା ବାଇକ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା | ଖବର ପାଇ ଗ୍ରାମବାସୀ କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି | ପାପଡାହାଣ୍ଡି ଏସଆଇ ଶିବାଜୀ ପଣ୍ଡା ସହ ଥାନା ଅଧିକାରୀ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରୁଥିବା ବେଳେ ଲୋକେ ଜିଦରେ ଅଟଳ ହୋଇ ରାସ୍ତା ରୋକ ଚଳାଇଛନ୍ତି | ସେପଟେ ବାଇକର ପଛ ପଟେ ବସିଥିବା ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଇ ତଦନ୍ତ ଜାରୀ ରହିଛି ଏହି ସମୟ ଯାତ୍ରୀ ଯାତାୟତ ସମୟ ରେ ବହୁ ଅସୁବିଧାର ସମ୍ମୁଖିନ କରିବାକୁ ପଡ଼ିଥିଲା ! ୪ ଘଣ୍ଟା ସମୟ ପର୍ଯନ୍ତ ଦୁଇ ପାର୍ଶ ରେ ଯାନ ବାହନ ଅଟକ ରହିଥିଲା । ଘଟଣା ସ୍ଥାନ ରେ ଏଡିଏମ ମହେଶ୍ୱର ଚନ୍ଦ୍ର ନାୟକ ପହଞ୍ଚି ପୀଡ଼ିତା ପରିବାର ଙ୍କୁ ରେଡ୍ କ୍ରସ ତରଫ ରୁ ୧୦ ହଜାର ଟଙ୍କା ,ସମସ୍ତଙ୍କ ସୁବିଧା ନିମନ୍ତେ ସେହି ସ୍ଥାନ ରେ ବାରମ୍ବାର ଦୁର୍ଘଟଣା ହେଉ ଥିବାରୁ ହମ୍ପସ୍ ଓ ଲାଇଟ୍ ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ତାପରେ ରାସ୍ତା ଅବରୋଧ ହଟି ଥିଲା l

ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ 

Related posts

ସାଇବର ଠକେଇ ବିରୋଧରେ ସୁରକ୍ଷା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ “ଡିଜିରକ୍ଷା” ଅଭିଯାନ ଆରମ୍ଭ

masiha

କମି ଯାଉଛି ଭୁତଳ ଜଳସ୍ତର, ପର୍ଯ୍ୟାପ୍ତ ହୋଇପାରୁନି ବସୁଧା ଜଳ, ଷ୍ଟାଣ୍ଡପୋଷ୍ଟ ଥାଇ ସୁଦ୍ଧା ମିଳି ପାରୁନି ପାନୀୟ ଜଳ, ପାଣି ଟେଙ୍କର ମାଧ୍ୟମରେ 5ଟି ପଞ୍ଚାୟତରେ ଯୋଗାଣ ହେଉଛି ପାନୀୟ ଜଳ

ପଞ୍ଚାୟତ ଉନ୍ନୟନ ସୂଚକାଙ୍କ ଉପରେ ତାଲିମ 

masiha

Leave a Comment

error: Content is protected !!