ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ପ୍ରଥମେ ଲେମନ ଗ୍ରାସ ଚାରା  ଚାଷ ଆରମ୍ଭ କରି ଲୋକଙ୍କ ମୁହଁରେ ହସ ଫୁଟାଇ ଥିବା ଆନ୍ଧ୍ରପ୍ରଦେଶର ଜେ ସୁଧାକର ରେଡ୍ଡୀ ଙ୍କ ହୃଦଘାତ ମୃତ୍ୟୁ

ବନ୍ଧୁଗାଁ ତା ୧/୯/୨୩ // କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ସମସ୍ତ ଚାଷ ଜମିରେ ବର୍ଷ ସାରା ଚିର ସବୁଜ ରହୁଥିବା ଲିମନ ଗ୍ରାସ ଚାଷକୁ ସୁଦୂର ଆନ୍ଧ୍ରପ୍ରଦେଶର ଗୁଣ୍ଟୁରୁ ଜିଲ୍ଲାରୁ ଆସି ପ୍ରଥମେ ଚାଷ ଆରମ୍ଭ କରି ଥିବା ବ୍ୟକ୍ତିଙ୍କ ଆଜି ହୃଦଘାତରେ ମୃତ୍ୟୁ ହୋଇଯାଇଛି। ଆଜି ସକାଳ ୪ ଘଣ୍ଟା ସମୟରେ ତୁରୁକୁପେଟା ଗ୍ରାମରେ ରହୁଥିବା ବାସ ଗୃହ ଠାରେ ଶ୍ରୀ ଜେ ସୁଧାକର ରେଡ୍ଡୀ ଙ୍କୁ ହୃଦଘାତ ହୋଇଥଲା। ସେହି ସମୟରେ ନିଜ ପୁଅ ରାଜଶେଖର ରେଡ୍ଡୀ ପାଖରେ ରହି ସଙ୍ଗେ ସଙ୍ଗେ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ଶ୍ରୀ ଜେ ସୁଧାକର ରେଡ୍ଡୀ ଙ୍କୁ ୬୦ ବର୍ଷ ବୟସ ହୋଇଥଲା। ତାଙ୍କ ମୃତ୍ୟୁ ଖବର ଶୁଣି ଗୁଣ୍ଟୁରୁ ଜିଲ୍ଲାରେ ଥିବା ତାଙ୍କ ସ୍ତ୍ରୀ ରାଜେ ରଜେଶ୍ୱରି ରେଡ୍ଡୀ, ଝିଅ ଶୋଭା ରାଣୀ ରେଡ୍ଡୀ ଓ ନାତି ଆସି ଆଜି ସନ୍ଧ୍ୟା ୬ ଘଣ୍ଟା ସମୟରେ ପହଞ୍ଚି ଛନ୍ତି। ଏହା ସହିତ ତାଙ୍କ ମୃତ୍ୟୁ ରେ ଅଞ୍ଚଳର ଶତାଧିକ ଚାଷୀ ଓ ଜନସାଧାରଣ ଦୁଃଖରେ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳକୁ ଲାଗି ଥିବା  ବନ୍ଧୁଗାଁ ବ୍ଲକ ଅତି ପ୍ରବଳ ଗରମ ସାଙ୍ଗକୁ ଏଠିକାର ଜମିର ମାଟି ବାଲିଆ ଯାହାଦ୍ୱାରା ଯେତେ ବର୍ଷା ହେଲେ ମଧ୍ୟ ପାଣି ରୁହେ ନାହିଁ। ଏହି ପ୍ରକାର ଜମିରେ ସ୍ଥାନୀୟ ଚାଷୀ ମାନେ ପ୍ରଥମେ ଦେଶି ଟବାକ (ଧୂଆଁ ପତ୍ର)ଚାଷ ୨ୟରେ ସିଗାରେଟ ଟବାକ ଚାଷ ତୃତୀୟରେ କପା ଅତି ଭଲ ଭାବରେ ଚାଷ ହେଉଥିଲା ।୧୯୯୮ ମସିହାରେ ଆନ୍ଧ୍ରପ୍ରଦେଶ ରାଜ୍ୟ ଗୁଣ୍ଟୁରୁ ଜିଲ୍ଲାର ତେନାଲି ଗ୍ରାମରୁ ଶ୍ରୀ ଜେ ସୁଧାକର ରେଡ୍ଡୀ ଆସି  ବନ୍ଧୁଗାଁ ବ୍ଲକର କାତୁଲପେଟା ଗ୍ରାମର ଜମିରେ ଲିମନ୍ ଗ୍ରାସ ଚାଷ ଆରମ୍ଭ କରିଥଲେ।ସେ ହାଇଦ୍ରାବାଦର (ସି ଆଇ ଏମ ଏ ପି ) ଠାରୁ ଲିମନ ଗ୍ରାସ ଚାରା ଆଣିଥିଲେ। ସେ ସାଧାରଣ ଭାବେ ବି କମ୍ ଡ଼ିଗ୍ରୀ ପାଠ ପଢି ଥିଲେ ମଧ୍ୟ ଲେମନ ଗ୍ରାସ ଓ ଅନେକ ଚାଷ ଉପରେ ବିଶାରଦ ଥିଲେ। ସେ ଆମ ଜଳବାୟୁରେ ଉକ୍ତ ଲେମନ୍ ଚାଷ ଭଲ ହେଉଥିବା ଜାଣି ସ୍ଥାନୀୟ ଅଞ୍ଚଳର ଅନେକ ଚାଷୀଙ୍କ ଜମିକୁ ୫ ବର୍ଷ ପାଇଁ ଲିଜ ନେଇ ଚାଷ କରିବା ସହିତ ଅନେକ ଉତ୍ସାହୀ ଚାଷୀଙ୍କୁ ନିଜର ଜ୍ଞାନ ଶିକ୍ଷା ଦେଇ ଲେମନ ଗ୍ରାସ ଚାଷ କରିଥିଲେ। ଲିମନ ଗ୍ରାସ ତେଲ କିପରି ସହଜରେ ବାହାରିବ ଉନ୍ନତ ଧରଣର ଟେଙ୍କୀ ଆଣି ଥିଲେ।ଏହି ତେଲ କିପରି ବିକ୍ରି ହେବ ଏଥିପାଇଁ ସେ କେରଳ ରାଜ୍ୟର ରବଣା ରେଡ୍ଡୀ ଙ୍କୁ ବଜାର ବ୍ୟବସ୍ଥା କରିବେ ପ୍ରଥମ କରି ଆଣିଥିଲେ। ଆଜି ବନ୍ଧୁଗାଁ ବ୍ଲକ ସମସ୍ତ ଗାଁ ଗହଳିର ଚାଷୀ ନିଜ ଜମି ଓ ପାହାଡ ଗୁଡିକରେ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବା ସହିତ ଆର୍ଥିକ ସ୍ଥିତି ସୁଦୃଢ ହୋଇ ଭଲ ଜୀବନ ଜାପାନ କରୁଛନ୍ତି। ଏହା ଆଜି ମୃତ ଜେ ସୁଧାକର ରେଡ୍ଡୀ ଙ୍କ ଅବଦାନ ରହିଛି। ସେ ଅଳ୍ପ ଦିନ ତଳେ ଆଉ ନୂତନ ପାମ ରୋଜା ଚାରା ଆଣି ଚାଷ ଜମିରେ ଆରମ୍ଭ କରିଥିବା ବେଳେ ଭିଟଭିର (କାସ) ନାମକ ନୂଆ ପ୍ରକାର ଚାଷ ଆରମ୍ଭ କରିବାକୁ ଚେଷ୍ଟା କରୁଥିଲେ। ତାଙ୍କର ମୃତ୍ୟୁ ପାଇଁ ଆଜି ବନ୍ଧୁଗାଁ ର ଅନେକ ଲୋକ ଦୁଃଖ ପ୍ରକାଶ କରିବା ସହିତ ତାଙ୍କୁ ଅନେକ ଦିନ ଧରି ଭୁଲି ପାରିବେ ନାହିଁ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ବରିଷ୍ଠ ଶିକ୍ଷୟିତ୍ରୀ ବିଜୟିନୀ ଜେନା ଙ୍କୁ ମିଳିଲା ରାଜ୍ୟ କୃତୀ ଶିକ୍ଷକ ସମ୍ମାନ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ : ପଶୁ ଚିକିତ୍ସା ବିଭାଗରେ କର୍ମଚାରୀ ମରୁଡି ;ଗୃହ ପାଳିତ ତଥା ଦୁଗ୍ଧଚାଷୀ ପାଉ ନାହାଁନ୍ତି ଚିକିତ୍ସା ସୁବିଧା

Sunil Chandra Nayak

ରାଇରଙ୍ଗପୁର କାଉନସିଲର ବିଜେଡି ନେତ୍ରୀଙ୍କ ସ୍ବାମୀଙ୍କ ଦେହାନ୍ତ

Sunil Chandra Nayak

Leave a Comment

error: Content is protected !!