ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିତ୍ୟ ଦୁର୍ଘଟଣାରେ ଅତିଷ୍ଟ ତାଳଚେର ସଡ଼କ ସୁରକ୍ଷା ପରିଷଦର ଚାରି ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର

ତାଳଚେର ( ଆର୍ତ୍ତତ୍ରାଣ ପାଣି ) : ତାଳଚେର 149 ନଂ ଜାତୀୟ ରାଜପଥ ବାଙ୍କଧରା ଠାରୁ ବଂଅରପାଳ ପର୍ଯ୍ୟନ୍ତ ପ୍ରାୟ ଦଶ ହଜାର କୋଇଲା ବୋଝେଇ ଟ୍ରକ ଏବଂ ଜନସାଧାରଣ ସେଇ ଗୋଟିଏ ରାସ୍ତାରେ ଯାତାୟାତ କରୁଥିବାରୁ ସଡ଼କ ଦୁର୍ଘଟଣା ଏକ ନିତି ଦିନିଆ ଘଟଣାରେ ପରିଣତ ହୋଇ ସାରିଛି l ଯଦିଓ ଏହା ସ୍ଥାନୀୟ ପ୍ରଶାସନ, ରାଜନେତାଙ୍କୁ ଅଗୋଚର ନାହିଁ କିନ୍ତୁ ଏହାର ବିକଳ୍ପ ବ୍ୟବସ୍ଥା କରିବା କିମ୍ବା ଜନ ସାଧାରଣଙ୍କ ଯାତାୟତ ସୁରକ୍ଷା ଯୋଗେଇବାରେ ପ୍ରଶାସନ ବିଫଳ ହେବା ପରିଲକ୍ଷିତ ହେଉଛି l କୋଇଲା ପରିବହନ ନିମନ୍ତେ ଏକ ସ୍ୱତନ୍ତ୍ର ଓ଼ଭର ବ୍ରିଜ୍ କିମ୍ବା ଚାରି ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କଲେ ଯାଇ ଏହି ଦୁର୍ଘଟଣା ଜନିତ କ୍ଷୟ କ୍ଷତିରୁ ନିସ୍କୃତି ମିଳିବା ନେଇ ଅନେକ ସମୟରେ ଚର୍ଚ୍ଚାର ପରିସରକୁ ଆସିଛି l ବାରମ୍ବାର ଦୁର୍ଘଟଣା ହେଉଥିଲେ ମଧ୍ୟ ପ୍ରଶାସନ ଓ ସ୍ଥାନୀୟ ରାଜନେତାଙ୍କ ଉଦାସୀନତା ରେ ଅତିଷ୍ଟ ହୋଇ ତାଳଚେର ସଡ଼କ ସୁରକ୍ଷା ପରିଷଦ ଆଜି ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଦେଇଥିବା ସମ୍ବାଦ ଆମର ହସ୍ତଗତ ହୋଇଛି l ତାଳଚେର ଉପ ଖଣ୍ଡରୁ କୋଇଲା ବାବଦରେ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଆଦାୟ କରୁଥିବାଥିବା ସମୟରେ ତାଳଚେର ପ୍ରତି ରାଜ୍ୟ ସରକାରଙ୍କ ଏ ବୈମାତୃକ ଆଚରଣ ପ୍ରତି ସଡ଼କ ସୁରକ୍ଷା ପରିଷଦ କ୍ଷୋଭ ପ୍ରକାଶ କରିଛି l

Related posts

ଆଇ ଏସ ଆର ଡି ୱାନ ଷ୍ଟପ ସେଣ୍ଟର ତରଫରୁ ରାଷ୍ଟ୍ରୀୟ ଶିଶୁ ସନ୍ତାନ ଦିବସର ସପ୍ତାହ 

masiha

ଜିଲ୍ଲା ସ୍ତରୀୟ ୭୪ ତମ ବନ ମହୋତ୍ସବ ସପ୍ତାହ ପାଳିତ

ଉତ୍କଳ ଆଲୁମିନାରେ ପରିବେଶ-ତଥା-ଖଣିଜ ସଚେତନତା କାର୍ଯ୍ୟକ୍ରମ (ଇଏମ୍ଏପି) ୨୦୨୩

masiha

Leave a Comment

error: Content is protected !!