ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମରଡ଼ା ଠାରେ ବନଖଣ୍ଡ ସ୍ତରୀୟ ବନ ମହୋତ୍ସବ ,ଗଛ ଯେଉଁଠି ଶାନ୍ତି ସେଇଠି ଅଛି 

ସାମରଡ଼ା ଠାରେ ବନଖଣ୍ଡ ସ୍ତରୀୟ ବନ ମହୋତ୍ସବ ,ଗଛ ଯେଉଁଠି ଶାନ୍ତି ସେଇଠି ଅଛି 

ଭଞ୍ଜନଗର,୦୪/୭ ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ସ୍ତରୀୟ ବନ ମହୋତ୍ସବ ଗାଲେରୀ ରେଞ୍ଜର ସାମରଡ଼ା ସହରାଞ୍ଚଳ ବନୀକରଣ ଠାରେ ପାଳିତ ହୋଇଛି। ଏଥିରେ ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜତ କାର୍ଯ୍ୟକ୍ରମରେ ଭଞ୍ଜନଗର ସହକାରୀ ଉପଜିଲାପାଳ ପ୍ରଧାନ ଟୁଲିଆମ୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରାକୃତିକ ସମ୍ପଦର କ୍ଷୟ ଯୋଗୁ ଋତୁ ଅନୁସାରେ ଆଉ ବର୍ଷା, ଶୀତ,ଖରା ଅନୁଭୂତ ହେଉନାହିଁ। ଜଳବାୟୁ ପରିବର୍ତ୍ତନ ଯୋଗୁ ଏହି ସମସ୍ୟା ଦେଖାଦେଇଛି। ତେଣୁ ଗଛ ଲଗାଇବା ସହ ତା’ର ରକ୍ଷଣାବେକ୍ଷଣ କରିବାକୁ ପଡ଼ିବ। ଏହିଭଳି ପରିସ୍ଥିତିରେ ଆମକୁ ନିଜ ଠାରୁ ହିଁ ପରିବେଶର ସୁରକ୍ଷା କରିବାକୁ ପଡ଼ିବ। ତେଣୁ ଆମେ ଜନ୍ମଦିନରେ ଗୋଟିଏ ଗୋଟିଏ ଚାରା ଲଗାଇବାକୁ ପଡ଼ିବ ବୋଲି ସହକାରୀ ଉପଜିଲପାଳ ଆହ୍ବାନ କରିଥିଲେ। ଡ଼ିଏଫ୍‌ଓ ଶ୍ରୀ ମହାନ୍ତି ବନ ବିଭାଗର ପ୍ରସ୍ତୁତି ସଂର୍ପକରେ ପ୍ରକାଶ କରିବା ସହ ଭୂତଳ ଜଳସ୍ତର ହ୍ରାସ ପାଉଥିବା ନେଇ ଚିନ୍ତା ପ୍ରକଟ କରିଥିଲେ। ତହସିଲଦାର ଅଭିପ୍ସା ପଟ୍ଟନାୟକ କହିଥିଲେ, ଜନସଂଖ୍ୟା ବଢିବା ସହ ଲୋକଙ୍କ ଆବଶ୍ୟକତା ବୃଦ୍ଧି ପାଇଲାଣି। ସହର ଗୁଡିକ ବିଭିନ୍ନ କାରଣରୁ ପ୍ରଦୂଷିତ ହେବାରେ ଲାଗିଛି। ଆଉ ଗଛ ଯେଉଁଠି ଅଛି, ସେଇଠି ଶାନ୍ତି ଅଛି ବୋଲି କହିଥିଲେ। ଏସିଏଫ୍‌ ବିବେକ ଦାସ, ତୁରୁମୁ ସରପଞ୍ଚ ଉଷାରାଣୀ ପ୍ରଧାନ,ତିଲିସିଂ ସରପଞ୍ଚ ସୁରୁଚି ନାୟକ, ସମିତିସଭ୍ୟ ସୁବାସ ଚନ୍ଦ୍ର ପ୍ରଧାନ,ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ, ଜଗନ୍ନାଥ ପ୍ରସାଦ ରେଞ୍ଜର ସୁଜାତା ରାଣୀ ପଣ୍ଡା,ତାରସିଂ ରେଞ୍ଜର ପ୍ରଶାନ୍ତ ବେହେରା, ରେଞ୍ଜର ପୃଥିବୀ ରାଜ ପ୍ରଧାନ,ସାମ୍ବାଦିକ ସୁଶାନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏସିଏଫ୍‌ ବିମଳ କୁମାର ପ୍ରଧାନ ସଂଯୋଜନା କରିଥିବା ବେଳେ ବନପାଳ ଶୁଭସ୍ମିତା ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଏଥିରେ ବନ ସୁରକ୍ଷା ସମିତି କର୍ମକର୍ତ୍ତା, ଗାଲେରି ଦଣ୍ଡପାଣି ମହାରଥା କଲେଜ ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ,ବନ ବିଭାଗ କର୍ମଚାରୀ ପ୍ରମୁଖ ସାମିଲ ହୋଇଥିଲେ। ବନପାଳ ଅମର ନାୟକ, ଶୁକ୍ଷେତ୍ରା ପ୍ରଧାନ, ପ୍ରକାଶ ସେନାପତି, ଧନୁର୍ଦ୍ଧର ବେହେରା, ଧରିତ୍ରୀ ସାହୁ, ଗଗନ ତ୍ରିପାଠୀ, ସରସ୍ବତୀ ମଳିକ, ବର୍ଷାରାଣୀ ସାହୁ, କୃଷ୍ଣକାନ୍ତ ରାଉତ, ସମୀର ରଞ୍ଜନ ବେହେରା ପ୍ରମୁଖ ସହଯୋଗ କରିଥିଲେ।

Related posts

ଶୌଣ୍ଡିକ ସମାଜ ଠାକୁରାଣି ଙ୍କ ରଥ କୁ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

ଭେଜିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ

Sunil Chandra Nayak

କଳାହାଣ୍ଡିରେ ସାର ବ୍ୟବସାୟୀଙ୍କ ଦୁର୍ଦ୍ଦଶା

Leave a Comment

error: Content is protected !!