ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସିନ୍ଧିଚୋର ଗ୍ୟାଙ୍ଗକୁ ବାନ୍ଧିଲା ପୁଲିସ ; ୪ ଗିରଫ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଜବତ 

ସିନ୍ଧିଚୋର ଗ୍ୟାଙ୍ଗକୁ ବାନ୍ଧିଲା ପୁଲିସ ; ୪ ଗିରଫ

ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଜବତ 

ଭଞ୍ଜନଗର,୦୪/୭ ଦିନରେ ବୁଲିବୁଲି ତାଲା ବନ୍ଦ ଘରକୁ ଟାର୍ଗେଟ କରି ନକ୍ସା ପ୍ରସ୍ତୁତ କରୁଥିଲେ ଆଉ ରାତିରେ ସେହି ଘର୍ ଗୁଡିକରେ କଳାକନା ବୁଲାଉଥିଲେ। ଭଞ୍ଜନଗର ପୁଲିସ ଶନିବାର ଏକ ଆନ୍ତଃରାଜ୍ୟ ସିନ୍ଧିଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ରୁପା ଓ ସୁନା ଅଳଙ୍କାର ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ଭଞ୍ଜନଗର ସମେତ ତାରାସିଙ୍ଗି, ଜଗନ୍ନାଥ ପ୍ରସାଦ, ବୁଗୁଡା,ଗାଙ୍ଗପୁର ଆଦି ଥାନା ଅଞ୍ଚଳରେ ୭ରୁ ଉର୍ଦ୍ଧ୍ବ ଚୋରି ମାମଲାରେ ଜଡିତ ଥିବା ଜଣାପଡିଛି। ଗଞ୍ଜାମ ଏସପିଙ୍କ ନିର୍ଦେଶ କ୍ରମେ ଏସଡିପିଓ ଡ଼.ଦୀପକ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଚୋରି ମାମଲାରେ ଜଡିତ ଅଭିଯୁକ୍ତ ମାନଙ୍କୁ କାବୁ କରିବା ନେଇ ଯୋଜନା ପ୍ରସ୍ତୁତ ହୋଇଥିଲା। ପରେ ଭଞ୍ଜନଗର ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ୱରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ କୋଟିନଡା ଥାନା ଅଞ୍ଚଳର ଏ. ପୁଟୁରାଜୁ ଓ ଏ.ନାଗାରାଜୁ,ଆସ୍କା ଥାନା ଅଞ୍ଚଳର ଏମ.ମୁନା ଏବଂ କବିସୂର୍ଯ୍ୟନଗର ଅଞ୍ଚଳର ଜିତୁ ନାହାକ । ସେମାନଙ୍କ ଠାରୁ ମୋଟ ୬୬.୭୦ ଗ୍ରାମର ସୁନା ଓ ୨କେଜି ୮୮୦ ଗ୍ରାମର ରୁପା ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। ସୂଚନା ଥାଉକି,ଗତ ୧୭ ତାରିଖ ରାତିରେ ଅଭିଯୁକ୍ତମାନେ ଭଞ୍ଜନଗର ଥାନା ଅନ୍ତର୍ଗତ ବଡ଼ ତୁଳସୀପଲ୍ଲୀ ଗ୍ରାମର ସୁଶୀଲ କୁମାର ପଣ୍ଡାଙ୍କ ଘରୁ ସୁନା ଚେନ୍‌ ଚୋରି କରିନେଇଥିଲେ। ଏନେଇ ସୁଶୀଲ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। କେସନଂ ୫୯୫/୨୬ରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ଜୀବନାନନ୍ଦ ଜେନା ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ଏହା ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଏହି ଘଟଣାରେ ଜଡିତ ଅନ୍ୟ ସହଯୋଗୀ ମାନଙ୍କୁ ମଧ୍ୟ ଖୁବଶୀଘ୍ର ଧରାଯିବ ବୋଲି ଥାନାଅଧିକାରୀ ଶ୍ରୀ ଜେନା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସ୍‌ଆଇ ସମୀର କୁମାର ସେଠୀ,ଜ୍ୟୋସ୍ନା ସାହୁ, ଏଏସଆଇ ସତ୍ୟ ମଲ୍ଲିକ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Related posts

ପ୍ରେମୀକ ଛାଡି ଦେଲା ପ୍ରେମିକା କୁ , ୫ମାସର ଶିଶୁ ପୁତ୍ରକୁ ଧରି ପ୍ରଚଣ୍ଡ ଖରାରେ ଥାନାର ଦ୍ୱାରସ୍ଥ,ହେଲେ ଜଣେ ମହିଳା

masiha

ଜାଲ ସାର୍ଟିଫିକେଟ ଚାକିରୀ କରୁଥିବାର ଶିକ୍ଷ୍ୟକଙ୍କ ଖବର ପ୍ରସାରଣ ପରେ ସାମ୍ବାଦିକ ଙ୍କୁ ଧମକ ,ସାମ୍ବାଦିକ ପକ୍ଷରୁ ଜୁନାଗଡ ଥାନା ରେ ଏତଲା

Sunil Chandra Nayak

ନାରନର ଟାଙ୍ଗିଆ ଚୋଟରେ ହଜାରୀ କେତକୀ ଗୁରୁତର , ବୁର୍ଲାରେ ଚିକିତ୍ସିତ

Leave a Comment

error: Content is protected !!