ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଲଗାଁ ପୋଲିସର ବଡ଼ ସଫଳତା, ୧୨,୪୦୦ ଜେଲାଟିନ୍ ଷ୍ଟିକ୍ ଓ ୪୭ ବ୍ଲାଷ୍ଟିଂ ୱାୟାର କଏଲ୍ ଜବତ; ଜଣେ ଗିରଫ 

ବେଲଗାଁ ପୋଲିସର ବଡ଼ ସଫଳତା, ୧୨,୪୦୦ ଜେଲାଟିନ୍ ଷ୍ଟିକ୍ ଓ ୪୭ ବ୍ଲାଷ୍ଟିଂ ୱାୟାର କଏଲ୍ ଜବତ; ଜଣେ ଗିରଫ 

ହିଞ୍ଜିଳିକାଟୁ, ୪/୭ ବେଆଇନ ବିସ୍ଫୋରକ କାରବାର ବିରୋଧରେ ବେଲଗାଁ ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା । ବେଲଗାଁ ଥାନା ଆଇଆଇସି ସ୍ମିତାଞ୍ଜଳି ପ୍ରଧାନଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ପୋଲିସ ଟିମ୍ ଶୁକ୍ରବାର ସନ୍ଧ୍ୟାରେ ସାହାପୁର ନଣ୍ଡା ପାହାଡ଼ରେ ବେଆଇନ ପଥର ବ୍ଲାଷ୍ଟ ପାଇଁ ଯୋଜନା କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ ବିସ୍ଫୋରକ ସାମଗ୍ରୀ ଜବତ କରିବା ସହ ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ରଖିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଚଢ଼ାଉ ବେଳେ ପୋଲିସ ୬୨ଟି କାର୍ଟନରେ ଥିବା ୧୨,୪୦୦ଟି ଜେଲାଟିନ୍ ଷ୍ଟିକ୍ ଏବଂ ୪୭ଟି ବ୍ଲାଷ୍ଟିଂ ୱାୟାର କଏଲ୍ ଜବତ କରିଛି । ତେବେ ଏ ନେଇ ବେଲଗାଁ ଥାନା ରେ କେସ୍ ନଂ–୯୬/୨୬, ମାମଲା ଅନୁଯାୟୀ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା–୨୮୮ ସହ ବିସ୍ଫୋରକ ପଦାର୍ଥ ଆଇନ, ୧୯୦୮ର ଧାରା–୫ରେ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତ କୁ କୋର୍ଟ୍ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଧୋବାଡ଼ି ଗ୍ରାମର ବଚନ ଦାସ (୩୪), ପିତା–ଯୋଗୀ ଦାସ । ବେଲଗାଁ ଥାନା ଆଇଆଇସି ସ୍ମିତାଞ୍ଜଳି ପ୍ରଧାନଙ୍କ ସୂତ୍ରରୁ ପ୍ରକାଶ । ହିଞ୍ଜିଳିକାଟୁ ତହସିଲ ତଥା ବେଲଗାଁ ଥାନା ଅଞ୍ଚଳ ର ବିଭିନ୍ନ ପାହାଡ଼ରୁ ପ୍ରତିଦିନ ବେଆଇନ୍ ଭାବେ ପଥର ବ୍ଲାଷ୍ଟିଂ କରାଯାଇଥିବାର ଅଭିଯୋଃ ହୋଇଥିଲା । ଘଟଣା ସମ୍ପର୍କରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହରିଶ ବିଶି ଘଟଣାର ତତ୍ପରତା ପ୍ରକାଶ କରି ପାହାଡ଼ରୁ ବିସ୍ଫୋରକ ସାମଗ୍ରୀ ସହାୟତାରେ ବେଆଇନ୍ ଭାବେ ପଥର ବ୍ଲାଷ୍ଟିଂ କରୁଥିବା ବ୍ୟକ୍ତି ମାନଙ୍କୁ ଗିରଫ କରିବା ସହ ବେଆଇନ୍ ଭାବେ ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ରଖୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ତୀକ୍ଷଣ ନଜର ରଖିବାକୁ ଗଞ୍ଜାମ ଏସପି ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହି ପରିପ୍ରେକ୍ଷୀରେ ଶୁକ୍ରବାର ସନ୍ଧ୍ୟାରେ ବେଲଗାଁ ଥାନା ଆଇଆଇସି ସ୍ମିତାଞ୍ଜଳି ପ୍ରଧାନଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ କୌଣସି ସୂତ୍ରରୁ ଖବର ପାଇ ବେଲଗାଁ ଥାନା ଅନ୍ତର୍ଗତ ସାହାପୁର ଲଣ୍ଡା ପାହାଡ଼ ଉପରେ ଚଢ଼ାଉ କରିଥିଲା । ପାହାଡ଼ର ଏକ ସ୍ୱତନ୍ତ୍ର ଗର୍ଭ ମଧ୍ୟରୁ ବେଆଇନ ଭାବେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା । ଆଗାମୀ ଦିନରେ ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ରଖୁଥିବା ବ୍ୟକ୍ତି ମନଙ୍କ ବିରୋଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ବେଲଗାଁ ଥାନା ଆଇଆଇସି ସ୍ମିତାଞ୍ଜଳି ପ୍ରଧାନ କହିଛନ୍ତି । ତେବେ ଏତେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହେବା ପରେ ଏହା ପଛରେ କୌଣସି ବଡ଼ ରାକେଟ୍ କିମ୍ବା ନେଟୱାର୍କ କାର୍ଯ୍ୟ କରୁଥିବା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ପୋଲିସ ଏଥିରେ ଅନ୍ୟ କାହାର ସଂପୃକ୍ତ ରହିଛି କି ନାହିଁ ସେ ନେଇ ତଦନ୍ତ ଜାରି ରଖିଛି। ବେଆଇନ ବିସ୍ଫୋରକ ସାମଗ୍ରୀର ମହଜୁଦ, ପରିବହନ ଓ କାରବାର ବିରୋଧରେ ଆଗାମୀ ଦିନରେ ମଧ୍ୟ କଡ଼ା ଅଭିଯାନ ଜାରି ରହିବା ସହ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ପୋଲିସର ପ୍ରତିବଦ୍ଧତା ଅବ୍ୟାହତ ରହିବ ବୋଲି ବେଲଗାଁ ଥାନା ଅଧିକାରୀ ସ୍ମିତାଞ୍ଜଳି ପ୍ରଧାନ ସୂଚନା ଦେଇଛନ୍ତି । ଚଢ଼ାଉ ରେ ଥାନା ଏ ଏସ୍ ଆଇ କମଳିନୀ ନାୟକ, ହାବିଲଦାର ଭଞ୍ଜ କିଶୋର ଗୌଡ, କନେଷ୍ଟବଳ ରବି ଶବର, ରାମ ଶବର, କୈଳାସ ନାୟକ, ରାଜେନ୍ଦ୍ର ମଲ୍ଲିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Related posts

ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣ ଗିରଫ

ରାଜ୍ୟ ସ୍ତରୀୟ ଯାଞ୍ଚ କମିଟି ଦ୍ୱାରା ନକଲି ଆଦିବାସୀ ଶିକ୍ଷକ ଙ୍କ ଜାଲଜାତି ପ୍ରମାଣପତ୍ର ରଦ୍ଧ, ଟିଟିଲାଗଡ଼ ଥାନାରେ ମାମଲା ରୁଜୁ

Sunil Chandra Nayak

ପୂର୍ବତନ ପିଇଓଙ୍କ ଆତ୍ମହତ୍ୟା ଉଦ୍ୟମ; ସରକାରୀ ଅର୍ଥ ହଡପ ଅଭିଯୋଗରେ ହୋଇଥିଲେ ନିଲମ୍ବିତ

Sunil Chandra Nayak

Leave a Comment

error: Content is protected !!