ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନମତ ସଂଗ୍ରହ ଆଳରେ ଅବୈଜ୍ଞାନିକ ପାଠ୍ୟକ୍ରମ ପ୍ରଚଳନ ଚକ୍ରାନ୍ତ ବନ୍ଦ କର -ଏଆଇଡିଏସଓ

ଜନମତ ସଂଗ୍ରହ ଆଳରେ ଅବୈଜ୍ଞାନିକ ପାଠ୍ୟକ୍ରମ ପ୍ରଚଳନ ଚକ୍ରାନ୍ତ ବନ୍ଦ କର -ଏଆଇଡିଏସଓ

ଢ଼େଙ୍କାନାଳ, ତା ୪.୭.୨୬- ଏସସିଇଆରଟି, ଓଡିଶା ପକ୍ଷରୁ ଗତ ଜୁନ୍ ୨ ତାରିଖରେ ଏକ ବିଜ୍ଞପ୍ତି ଜାରି କରାଯାଇ ସର୍ବସାଧାରଣ ନିମନ୍ତେ ସୂଚନା ଦିଆଯାଇଛି ଯେ, ପ୍ରଥମରୁ ଚତୁର୍ଥ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସଂଶୋଧିତ ପାଠ୍ୟପୁସ୍ତକଗୁଡିକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଏସସିଇଆରଟି ଏବଂ ଓସେପାର ୱେବସାଇଟରେ ଦିଆଯାଇଛି ଏବଂ ସେହି ପୁସ୍ତକଗୁଡିକ ସମ୍ବନ୍ଧରେ ସୁଚିନ୍ତିତ ମତାମତ ଜନସାଧାରଣ ସାତଦିନ ମଧ୍ଯରେ ଦେବେ। ଏଆଇଡିଏସଓ ଓଡ଼ିଶା ରାଜ୍ୟ ପରିଷଦର ସଭାପତି ସୋମନାଥ ବେହେରା ଓ ସମ୍ପାଦକ ସିଦ୍ଧାର୍ଥ ରଥ ଏକ ପ୍ରେସ ବିବୃତି ଜାରିକରି ଏହି ବିଜ୍ଞପ୍ତିକୁ ଦୃଢ଼ ସମାଲୋଚନା କରି କହିଛନ୍ତି ଯେ,ଜନମତ ସଂଗ୍ରହ ଆଳରେ ସରକାର ଅବୈଜ୍ଞାନିକ ଓ ଅଯୌକ୍ତିକ ପାଠ୍ୟକ୍ରମ ପ୍ରଚଳନ କରିବାକୁ ଚକ୍ରାନ୍ତ କରୁଛନ୍ତି। ପ୍ରଥମତଃ ପାଠ୍ୟ ପୁସ୍ତକରେ ସଂଶୋଧନ କେବଳ କିଛି ବନାନଗତ ବା ବ୍ୟାକରଣଗତ କିମ୍ବା ତଥ୍ୟଭିତ୍ତିକ କରାଯିବ ସେତିକି ନୁହେଁ ଆହୁରି ମଧ୍ୟ ବିଜ୍ଞାନସମ୍ମତ ଓ ଯୁକ୍ତିସଙ୍ଗତ ଏବଂ ମୌଳିକ ଧାରଣା ଭିତ୍ତିକ ବିଷୟବସ୍ତୁ ପାଠ୍ୟ ପୁସ୍ତକରେ ସ୍ଥାନ ପାଇବା ଆବଶ୍ୟକ ଏବଂ ଏହା ଏକ ସମୟସାପେକ୍ଷ କାର୍ଯ୍ୟ । ପୁଣି ପ୍ରଥମରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବହିପଢ଼ି ୭ ଦିନ ମଧ୍ୟରେ ଏ ବିଷୟରେ ମତାମତ ଦେବା ବାସ୍ତବରେ କାହା ପକ୍ଷେ ସମ୍ଭବ ନୁହେଁ । ଦ୍ୱିତୀୟତଃ ଏହି ପାଠ୍ୟ ପୁସ୍ତକ ବିଭ୍ରାଟର ମୂଳ କାରଣ ହେଉଛି ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷାନୀତି ୨୦୨୦, ଯାହାର ଆଧାରରେ ଏହି ପାଠ୍ୟ ପୁସ୍ତକ ପ୍ରସ୍ତୁତ ହୋଇଛି। ଏଣୁ ଏହି ଶିକ୍ଷାନୀତି ଅବିଳମ୍ବେ ବାତିଲ ହେବା ଜରୁରୀ। ଏହି ପ୍ରେସ ବିବୃତି ମାଧ୍ୟମରେ ସଂଗଠନ ତରଫରୁ ଦାବି କରାଯାଇଛି ଯେ ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଇ ଚଳିତ ଶିକ୍ଷାବର୍ଷ ପାଇଁ ଗତବର୍ଷ ପାଠ୍ୟପୁସ୍ତକରେ ଶିକ୍ଷାଦାନ କରାଯାଉ, ପ୍ରକାଶିତ ପାଠ୍ୟପୁସ୍ତକରେ ତ୍ରୁଟି ସଂଶୋଧନ ନୁହେଁ, ନୂତନ ଭାବେ ପାଠ୍ୟପୁସ୍ତକ ପୁନର୍ଲିଖନ କରାଯାଉ। ସେଥିପାଇଁ ଆମ ରାଜ୍ୟଭିତ୍ତିକ ସିଲାବସ ପ୍ରସ୍ତୁତ କରାଯାଉ, ବନାନଗତ ବା ବ୍ୟାକରଣଗତ କିମ୍ବା ତଥ୍ୟଭିତ୍ତିକ ସମ୍ପୂର୍ଣ୍ଣ ନିର୍ଭୁଲ ସହିତ ବିଜ୍ଞାନସମ୍ମତ ଓ ଯୁକ୍ତିସଙ୍ଗତ ଏବଂ ମୌଳିକ ଧାରଣା ଭିତ୍ତିକ ବିଷୟବସ୍ତୁ ଥାଇ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଉ, ବିଷୟ ଭିତ୍ତିକ ବିଶେଷଜ୍ଞମାନଙ୍କୁ ନେଇ ଏକ ବୋର୍ଡ ଗଠନ କରାଯାଇ ସେହି ବୋର୍ଡକୁ ପାଠ୍ୟପୁସ୍ତକ ଲେଖିବାର ଦାୟିତ୍ୱ ଦିଆଯାଉ, ପୁସ୍ତକ ପ୍ରକାଶନ ପୂର୍ବରୁ ବୋର୍ଡର ସମସ୍ତ ସଭ୍ୟଙ୍କ ନାମ ଓ ସେମାନଙ୍କ ଦ୍ୱାରା ଲିଖିତ ପାଠ୍ୟ ପୁସ୍ତକକୁ ସାର୍ବଜନୀନ କରାଯାଉ।

 

Related posts

ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ୬ ଦଫା ଦାବି ନେଇ ଜିଲ୍ଲାପାଳ ଙ୍କ କାଯ୍ୟଳୟ ସମ୍ମୁଖରେ ବିକ୍ଷୋଭ

Sunil Chandra Nayak

ବାସନ୍ତୀ କଲୋନୀ ଏ,ବି,ସି ଦୁର୍ଗାପୂଜା କମିଟି ଗଠିତ 

masiha

ନବରଙ୍ଗପୁର ରେ ସାର ଓ ବିହନ ର ଅଧିକୃତ ବିକ୍ରେତା ମାନଙ୍କର ଦୁଇଟି ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!