ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶସକ୍ତ ଓଡିଶା ସାଥି ଶିବିର କାର୍ଯ୍ୟକ୍ରମ 

ଶସକ୍ତ ଓଡିଶା ସାଥି ଶିବିର କାର୍ଯ୍ୟକ୍ରମ 

ଡାବୁଗାଁ, ୮/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ପରିସରରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଆନୁକୁଲ୍ୟରେ ଜିଲା ସମନ୍ଵିତ ଜନଜାତି ଉନ୍ନୟନ ସଂସ୍ଥା ତରଫରୁ ଜନଜାତିଙ୍କ ପ୍ରଗତି ନିମନ୍ତେ ଶସକ୍ତ ଓଡିଶା ସାଥି ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଆଦିବାସୀ ସଂସ୍କୃତି, ନୃତ୍ୟ, ଦିଶାରି, ଆୟୁର୍ବେଦ ଔଷଧ ରେ କୃତିତ୍ଵ ଅର୍ଜନ ବ୍ୟକ୍ତି ଓ ଗ୍ରାମ ମୁଖ୍ୟ ଙ୍କୁ ସମ୍ମାନୀତ କରାଯାଥିଲା | ଏଥିରେ ମୋଟ ୨୫ ଜଣଙ୍କୁ ଉପଢୌକନ, ମାନପତ୍ର ଓ ସିଲ ଦେଇ ସମ୍ମାନୀତ କରାଯାଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲା ସମନ୍ଵିତ ଜନଜାତି ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ରାଜୀବ ସାହୁ, ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ସତ୍ୟବ୍ରତ ବେହେରା, ବିଡିଓ ଶରତ ମାଝି, ଜିଲା ପରିଷଦ ସଭ୍ୟ ଧନସିଂ ଭତରା ଓ ଗୁପ୍ତ ବିଶୋଇ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ସଦସ୍ୟ ବୁଦୁରମ ଜାନୀ, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଜିଲା କଳା ସଂସ୍କୃତି ସଂଘ ଉପସଭାପତି କାର୍ତ୍ତିକ ଭତରା ପ୍ରମୁଖ ଉପସ୍ଥିତ ଥିଲେ | ଶେଷରେ କୁସୁମବନ୍ଧ ଗ୍ରାମର ଢେମସା ନୃତ୍ୟ ଓ ମାନିଆଗୁଡା ଗ୍ରାମର ଧୁଡୁରା ବାଜା ନୃତ୍ୟ ପରିବେଷଣ କରଯାଇଥିଲା | ଏହି ୨ ନୃତ୍ୟ ଦଳକୁ ୧୦ ହଜାର ଆର୍ଥିକ ରାଶି ରେ ପୁରସ୍କୃତ କରାଯାଇଥିଲା | ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଦୁଇ ନମ୍ବର କାଉନସିଲୋର ଘର ସମ୍ମୁଖର ରାସ୍ତା ସାରା ଖାଲ

masiha

୩ ଦଫା ଦାବି ନେଇ ସମଗ୍ର ଦେଶରେ ଔଷଧ ଦୋକାନ ଵନ୍ଦ; ରାଇରଙ୍ଗପୁରରେ ମଧ୍ୟ ତାର ପ୍ରଭାବ

ମହିଚଲା ଠାରେ ୨୮ ତମ ଜିଲ୍ଲା ସ୍ତରୀୟ ସ୍କାଉଟ ଓ ଗାଇଡ଼ କ୍ୟାମ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!