ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାମନବସା ଗ୍ରାମ : ନା ଭଲ ରାସ୍ତା ନା ପାନୀୟଯୋଗ୍ୟ ଜଳଉତ୍ସ ,ପ୍ରାକ ବିଦ୍ୟାଳୟ ଓ ପ୍ରଥମିକ ଶିକ୍ଷା ସାତ ସପନ: ସବୁଥିରୁ ବଞ୍ଚିତ

ବାମନବସା ଗ୍ରାମ : ନା ଭଲ ରାସ୍ତା ନା ପାନୀୟଯୋଗ୍ୟ ଜଳଉତ୍ସ ,ପ୍ରାକ ବିଦ୍ୟାଳୟ ଓ ପ୍ରଥମିକ ଶିକ୍ଷା ସାତ ସପନ: ସବୁଥିରୁ ବଞ୍ଚିତ

ତେନ୍ତୁଳିଖୁଣ୍ଟି ୦୮/୦୨/୨୪ //  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟା ଗାଁ ଗ୍ରାମ ପଂଚାୟତ ର ବା ମ ନ ବସା ଗ୍ରାମ ବାସୀ ପିଇବା ଠୁଁ ଆରମ୍ଭ କରି ସ୍ନାନ ଶୌଚ ପର୍ଯ୍ୟନ୍ତ ସବୁ ପାଇଁ ଏକମାତ୍ର ନଳ କୂପ ଭରସା । ସେହି ନଳକୁପ ଜଳ ମଧ୍ୟ ଗୋଳିଆ !

 ପ୍ରାକ ବିଦ୍ୟାଳୟ ଶିକ୍ଷା ସାତ ସପନ 3 କି ଲୋ ମିଟର ପାହାଡିଆ ପାଦ ଚଲା ରାସ୍ତା ଦେଇ ପ୍ରାୟ ଚାରି କିଲୋମିଟର ଗଲେ ଝଡ଼ିଆଗୁଡା ଅଙ୍ଗନବାଡି କେନ୍ଦ୍ର। ଏଥିପାଇଁ ପ୍ରାକ ବିଦ୍ୟାଳୟ ବିଦ୍ୟାର୍ଥୀ ଓ ଗର୍ଭ ବତୀ ମହିଳା ଙ୍କୁ ଗ୍ରାମରେ ଅଙ୍ଗନବାଡି କର୍ମୀ ଯାହାକିଛି ଛତୁଆ ,ଅଣ୍ଡା ଆଦି ଦେଇଥାଏ ସେତିକିହିଁ ସରକାରୀ ପ୍ରାପ୍ୟ। ବିଦ୍ୟାଳୟ ମଧ୍ୟ ତଦୃପ ,ଏଣୁ ଦୁଇ କିମି ଦୂର ରାସ୍ତା ଥିବା ପାପଡାହାଣ୍ଡି ବ୍ଲକ ର ଚଚରା ପଦର କୁ ପ୍ରଥମିକ ଶିକ୍ଷା ପାଇଁ ଯାଇ ଥାନ୍ତି। । ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ର ମାଗଣା ଚାଉଳ ପାଇଁ 8କିଲୋ ମିଟର ଦୁର ଗ୍ରାମ ପଂଚାୟତ କୁ 30 50 ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ସରକାରୀ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଗ୍ରାମରେ କେବେ ହୋଇନ ଥିବା ସଦା ଯାନୀ,ପତି ଯାନୀ,କୋମୁଲୁ ଯାନୀ,ବିରସିଂ ଯାନୀ,ଭୀମ ଯାନୀ,ରୁପା ଯାନୀ ପ୍ରମୁଖ କହନ୍ତି।

ରାସ୍ତା ଯାତାୟାତ ଉପଯୋଗୀ ନ ଥିବାରୁ ଶିକ୍ଷା ଠୁଁ ଆରମ୍ଭ କରି ଦୈନନ୍ଦିନ କାର୍ଯ୍ୟକଳାପ ପାଇଁ ହନ୍ତସନ୍ତ ହେଉଥିବା ଗ୍ରାମବାସୀ କହନ୍ତି । ଗ୍ରାମ ରେ 12 ରୁ 14 ପରିବାର ରହୁଥିବା ବେଳେ ଗ୍ରାମର ଅର୍ଦ୍ଧାଧିକ ଘରେ ପୁରୁଷ ସଦସ୍ୟ ଶୂନ୍ୟ କାରଣ ଏଠି କାମ ଅଭାବ ରୁ ଅନ୍ୟ ରାଜ୍ୟ ବା ଜିଲ୍ଲା କୁ କାମ କରି ପରିବାର ପ୍ରତିପୋଷଣ ପାଇଁ ଯାଇଥିବା ଦେଖା ଯାଇଛି। 

ବାହାରକୁ ଯାଇଥିବା ବ୍ୟକ୍ତି ମାନେ ହେଲେ ସଦା ଯାନୀ, ପତିଯାନୀ,  ରାବୁଣୁ ଯାନୀ,ଚିତା ଯାନୀ,ଡୋମେନ ଯାନୀ ଆଦି।ରାସ୍ତା ରେ ଗାଡି ଚଳାଚଳ ହେବା ଭଳି ବ୍ୟବସ୍ଥା କରି ନ ଖୋଳିବା ନିନ୍ଦନୀୟ ।ଏଥିପାଇଁ କାହାରି ନିଘା ନାହିଁ । କଣ୍ଟା ଗାଁ ଗ୍ରାମ ପଞ୍ଚାୟତ ର ବାମନ ବସା ଗ୍ରାମ ସରକାରଙ୍କ ଦୃଷ୍ଟି ରେ ନାହିଁ। ଗ୍ରାମ ଉପରେ କାହାରି ନଜର ନାହିଁ, ନା ରାସ୍ତା ନା ଅଙ୍ଗନବାଡି ସବୁ ଆଦିବାସୀ ଅଧ୍ୟୁଷିତ ଗ୍ରାମ କୁ ସୋଲାର ବେଷଡ଼ ପାନୀୟ ଜଳ ଵ୍ୟବସ୍ଥା କିନ୍ତୁ ଏଠି ନା ସୋଲାର ବେଷଡ଼ ଜଳଯୋଗାଣ ବ୍ୟବସ୍ଥା। ,ଏଠାରେ କୌଣସି ସରକାରୀ ନାହିଁ ।    ଗ୍ରାମରେ 14 ପରିବାର ମଧ୍ୟରୁ କାହାରିକୁ କୌଣସି ଯୋଜନାରେ ଘର ମିଳି ନଥିବାରୁ ଭୋଟ ବର୍ଜନ କରିବା ନେଇ ଚିନ୍ତା କରିବୁ ବୋଲି କହିଛନ୍ତି।   

 ସହଜରେ ଗ୍ରାମରାସ୍ତା ଖରାପ ସେପଟେ ଗ୍ରାମ ର ପ୍ରାକ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ହେଉ ବା ଗର୍ଭବତୀ ମହିଳା ପାହାଡିଆ ପାଦଚଲା ରାସ୍ତା ରେ5କିଲୋମିଟର ଚାଲିକି ଝଡ଼ିଆ ଗୁଡା ଅଙ୍ଗନବାଡି କେନ୍ଦ୍ର ଯିବାକୁ ବାଧ୍ୟ। ପିଲାଙ୍କ ପ୍ରାକ ବିଦ୍ୟାଳୟ ଶିକ୍ଷା ହେଉ ବା ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କୋମଳମତି ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ,ପିଲାଙ୍କ ଓ ଗର୍ଭବତୀ ମହିଳା ଙ୍କ ଖାଦ୍ୟ ପାଇଁ ପାଦରେ ଚାଲିକି ଯାଉଛନ୍ତି। ସି ଡି ପି ଓ ବିନିତା ଜେଠି ଙ୍କୁ ପଚାରିବାରୁ କହିଲେ ପ୍ରକୃତ ସ୍ଥିତି ଜାଣିନି ବୁଝିବା ପରେ ବିହୀତ ପଦକ୍ଷେପ ନିଆଯିବ।

ଏହି ସବୁ ସମସ୍ୟା ସମାଧାନ କେବେ ହେବ ଓ ଅଞ୍ଚଳବାସୀ ଙ୍କ ଦୁଃଖ ଦୂର କେବେ ହେବ ତାହା ନେଇ ଚିନ୍ତା ଅଂଚଳ ବାସୀ। ସ୍ୱତନ୍ତ୍ର ପଦକ୍ଷେପ ନେଲେ ହିଁ ଗ୍ରାମ ବାସୀ ଜାଣି ପାରିବେ ସେମାନଙ୍କ ପାଇଁ ସରକାରୀ ଦରଦ ରହିଛି। ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ କହିଲେ ଉକ୍ତଗ୍ରାମ ରାସ୍ତା ପାଇଁ ମନରେଗା ରେ ଫାଇଲ ହୋଇଛି ଖୁବଶୀଘ୍ର କାମ ଆରମ୍ଭ ହେବ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବୋରିଗୁମା ବ୍ଲକରେ ମହିଳା ସମାବେଶ ବୈଠକ ଅନୁଷ୍ଠିତ

masiha

ଲଡୁଗାଁ ଠାରେ କୃଷକ ତାଲିମ ଶିବିର

Sunil Chandra Nayak

ପଶ୍ଚିମବଙ୍ଗରେ ନୂତନ ଭାବେ ୫ଟି ଜିଲ୍ଲା ଗଠନ ସହିତ ବେଲଦାରେ ସବ୍‌ଡିଭିଜନ୍ ପ୍ରତିଷ୍ଠା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ତତ୍ପରତା: ଜଳେଶ୍ବରକୁ ସବଡିଭିଜନ ମାନ୍ୟତା କେବେ ?

Leave a Comment

error: Content is protected !!