ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଚିକା ଓ ସହାୟିକାଙ୍କ ତାଲିମ୍ ଶିବିର ଉଦଯାପିତ

ପାଚିକା ଓ ସହାୟିକାଙ୍କ ତାଲିମ୍ ଶିବିର ଉଦଯାପିତ

ବେଲଗୁଣ୍ଠା,୩୦/୦୭ ବେଲଗୁଣ୍ଠା ବ୍ଲକର ସମସ୍ତ ବିଦ୍ୟାଳୟରେ ପିଏମ୍ ପୋଷଣ ଏବଂ ଏମ୍ଏମ୍ ପୋଷଣ ଅଧୀନରେ କାର୍ଯ୍ୟରତ ପାଚିକା ଏବଂ ସହାୟିକାମାନଙ୍କର ତାଲିମ୍ ଶିବିର ଆଜି ଉଦଯାପିତ ହୋଇଯାଇଛି। ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ବେଲଗୁଣ୍ଠା ବ୍ଳକ୍ ତନରଡ଼ା ଆର୍ଯ୍ୟକନ୍ୟା ଗୁରୁକୂଳ ଏବଂ ଗୋବରା ନିକଟସ୍ଥ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା। ତନରଡ଼ା ଆର୍ଯ୍ୟକନ୍ୟା ଗୁରୁକୂଳରେ ଅନୁଷ୍ଠିତ ତାଲିମ୍ ଶିବିରରେ ତନରଡ଼ା,ଉଢୁରା,ପାଟୁଳିସାହି,ଆମ୍ବପୁଆ, ମଙ୍ଗଳପୁର କ୍ଲଷ୍ଟର୍ ସମେତ ବେଲଗୁଣ୍ଠା ଏନ୍ଏସିର ବିଦ୍ୟାଳୟ ଗୁଡିକରେ କାର୍ଯ୍ୟରତ ପାଚିକା ଏବଂ ସହାୟିକାଙ୍କୁ ତାଲିମ୍ ପ୍ରଦାନ କରାଯାଇଥିବା ବେଳେ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଗାଙ୍ଗପୁର,କ୍ଷତ୍ରିୟବରପୁର,ଏନ୍.ପି ଶାସନ, ନେଟେ଼ଙ୍ଗା, ବଡପଡ଼ା ଏବଂ ଗୋବରା କ୍ଲଷ୍ଟର ରେ କାର୍ଯ୍ୟରତ ପାଚିକା ଏବଂ ସହାୟିକା ମାନଙ୍କର ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ତନରଡ଼ା ଆର୍ଯ୍ୟକନ୍ୟା ଗୁରୁକୁଳରେ ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ସାହୁ ଅତିଥି ରୂପେ ଯୋଗ ଦେଇଥିଲେ। ଏବିଇଓ ପ୍ରଶାନ୍ତ କୁମାର ପଟ୍ଟନାୟକ ଏବଂ ସନ୍ତୋଷ କୁମାର ପାତ୍ର ଉଭୟ ତାଲିମ୍ ଶିବିରରେ ଅତିଥି ରୂପେ ଯୋଗ ଦେଇ ତାଲିମ୍ ରେ ଗ୍ରହଣ କରୁଥିବା ପ୍ରତ୍ୟେକ ବିଷୟ ବସ୍ତୁକୁ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ପରିଚାଳନା କ୍ଷେତ୍ରରେ ପ୍ରୟୋଗ କରିବା ପାଇଁ ପାଚିକା ଏବଂ ସହାୟିକା ମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଶିକ୍ଷକ ରୂପେ ସିଆରସିସି ମନୋଜ କୁମାର ପଟ୍ଟନାୟକ ଏବଂ ଛାୟାକାନ୍ତ ମହାପାତ୍ର ଯୋଗ ଦେଇ ମଧ୍ୟାହ୍ନ ଭୋଜନ ନିରାପତ୍ତା, ସ୍ବଚ୍ଛତା, ପୌଷ୍ଟିକ ଆହାର ପ୍ରସ୍ତୁତି ଏବଂ ବିତରଣ ଦିଗରେ ତାଲିମ୍ ପ୍ରଦାନ କରିଥିଲେ। ଶିବିର ଇନ୍ ଚାର୍ଜ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Related posts

ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଏକବିଂଶ ଶତାବ୍ଦୀରେ କବିତା: ବ୍ୟକ୍ତି, ଦେଶ ଓ ବିଶ୍ୱ ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ

Sunil Chandra Nayak

ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!