ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ବନ୍ଧୁତ୍ୱ ଦିବସ -୨୦୨୬ ପାଳିତ

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ବନ୍ଧୁତ୍ୱ ଦିବସ -୨୦୨୬ ପାଳିତ

ଢେଙ୍କାନାଳ : ତା.୩୦.୦୭.୨୦୨୬ରିଖ : ସ୍ଥାନୀୟ ଉଫୁନା କାର୍ଯ୍ୟାଳୟରେ ପ୍ରାତଃ ୦୮ ଘଟିକା ସମୟରେ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ ସ୍ ଆସୋସିଏସନ୍(ଇଫୁନା) ଓ ଉତ୍କଳ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ (ଉଫୁନା) ପକ୍ଷରୁ ବିଶ୍ଵ ବନ୍ଧୁତ୍ୱ ଦିବସ -୨୦୨୬ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଅନୁଷ୍ଠିତ ସଭାକୁ ଇଫୁନାର ମହାସଚିବ ତଥା ୱାର୍ଲ୍ଡ ଫେଡରେସନ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ ର ଭାଇସ୍ ଚେୟାରମ୍ୟାନ୍ ସୁରେଶ ଶ୍ରୀବାସ୍ତବ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଥିଲେ।ଏହି ସଭାରେ ଇଫୁନାର ଜାତୀୟ ଉପ-ସଭାପତି ତଥା ଉଫୁନାର ରାଜ୍ୟ ସଭାପତି ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ।ଅନ୍ୟତମ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ପୂର୍ବତନ ବିଚାରପତି ଭିକାରୀ ଚରଣ ରାଉତ ସ୍ୱୀୟ ବକ୍ତବ୍ୟରେ କହିଲେ ଯେ ବୁଦ୍ଧଦେବ ଶାନ୍ତି ଓ ସଂହତି ପ୍ରତିଷ୍ଠା ପାଇଁ ଦୀର୍ଘ ଚଉଦ ବର୍ଷ ବଣରେ ତପସ୍ୟା କରିଥିଲେ।ମୁଖ୍ୟବକ୍ତାଭାବେ ପରିବେଶବିତ୍ ଉପେନ୍ଦ୍ର ରାଉତ ଯୋଗଦାନ କରି କହିଲେ ଯେ ବିଶିଷ୍ଟ ଇଂରାଜୀ ଦାର୍ଶନିକ ଇ.ଏମ୍ .ଫ୍ରଷ୍ଟର କହିଥିଲେ ଯେ ବନ୍ଧୁ ଓ ଦେଶ ମଧ୍ୟରେ ଯଦି ବିଶ୍ୱାସଘାତକତା କରିବାକୁ ପଡ଼େ ତାହେଲେ ମୁଁ ଦେଶଦ୍ରୋହୀ ହେବି ପଛେ ବନ୍ଧୁଦ୍ରୋହୀ ହେବିନାହିଁ।ଡ.ପ୍ରମୋଦ କୁମାର ନାୟକ କହିଲେ ଯେ ବନ୍ଧୁ ଓ ଦେଶ ମଧ୍ୟରେ ମୁଁ ପ୍ରଥମେ ବନ୍ଧୁତ୍ୱକୁ ଗୁରୁତ୍ୱ ଦେଇଥାଏ।ଏହି ଆଲୋଚନାଚକ୍ରରେ ଶେଷଦେବ ରାଉତ,ଲକ୍ଷ୍ମୀଧର ଶତପଥୀ,ତରୁଣକାନ୍ତି ବିଶ୍ୱାଳ,ଗିରିଶ ଚନ୍ଦ୍ର ସାମଲ, ରବିନାରାୟଣ ପଟ୍ଟନାୟକ,ବସନ୍ତ କୁମାର ବିଶ୍ୱାଳ,ଅଜୟ କୁମାର ସାହୁ,ସୁରେଶ ଚନ୍ଦ୍ର ନାୟକ,ଇଂ.ଯୁଧିଷ୍ଟିର ସାହୁ,ଡ଼ା ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରି ଗୋଟିଏ ଓଡ଼ିଆ ସନେଟ୍ ଓ ଗୋଟିଏ ଇଂରାଜୀ ସନେଟ୍ ଆବୃତ୍ତି କରିବା ସଙ୍ଗେ ସଙ୍ଗେ ସ୍ଵୀୟ ସ୍ଵୀୟ ବକ୍ତବ୍ୟରେ ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାର ଦିନ ଭାରତ ସମେତ ବିଶ୍ୱର ଅନେକ ଦେଶରେ ବିଶ୍ୱ ବନ୍ଧୁତ୍ୱ ଦିବସ ବହୁତ ଉତ୍ସାହର ସହ ପାଳନ କରାଯାଏ।ଏହା ସହିତ ମିଳିତ ଜାତିସଂଘ ଦ୍ୱାରା ଜୁଲାଇ ୩୦ ତାରିଖକୁ ମଧ୍ୟ ‘ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ’ ଭାବେ ଘୋଷଣା କରାଯାଇଛି।ଏହି ଦିବସଟି ଜୀବନର ସବୁଠାରୁ ସୁନ୍ଦର ଓ ପବିତ୍ର ସମ୍ପର୍କ ‘ବନ୍ଧୁତା’କୁ ସମ୍ମାନ ଜଣାଇବା ପାଇଁ ଉଦ୍ଦିଷ୍ଟ।ବନ୍ଧୁତ୍ୱ ଦିବସର ଇତିହାସ ପ୍ରାରମ୍ଭିକ ଆରମ୍ଭ ୧୯୩୦ ମସିହାରେ ହଲମାର୍କ କାର୍ଡର ପ୍ରତିଷ୍ଠାତା ଜଏସ ହଲ୍ ଏହି ଦିନର ପରିକଳ୍ପନା କରିଥିଲେ।ବିଶ୍ୱ ସ୍ତରୀୟ ପ୍ରସ୍ତାବ: ୧୯୫୮ ମସିହା ଜୁଲାଇ ୩୦ରେ ପ୍ରଥମ କରି ପରାଗୁଏରେ ‘ୱାର୍ଲ୍ଡ କ୍ରୁସେଡ୍ ଫର ଫ୍ରେଣ୍ଡସିପ୍’ ଦ୍ୱାରା ଏକ ଆନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସର ପ୍ରସ୍ତାବ ଦିଆଯାଇଥିଲା।ଆମେରିକାର କାହାଣୀ: ୧୯୩୫ ମସିହାରେ ଆମେରିକା ସରକାର ଅଗଷ୍ଟ ପ୍ରଥମ ରବିବାର ଦିନ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ,ଯାହାଙ୍କ ଦୁଃଖରେ ତାଙ୍କ ବନ୍ଧୁ ମଧ୍ୟ ଆତ୍ମହତ୍ୟା କରିଥିଲେ।ସେହି ଦିନଠାରୁ ଏହି ସମ୍ପର୍କକୁ ମନେ ପକାଇବା ପାଇଁ ଆମେରିକାରେ ଫ୍ରେଣ୍ଡସିପ୍ ଡେ ଆରମ୍ଭ ହୋଇଥିଲା।ଫ୍ରେଣ୍ଡସିପ୍ ବ୍ୟାଣ୍ଡ ହେଉଛି ଯେ ସାଙ୍ଗମାନେ ପରସ୍ପରର ହାତରେ ରଙ୍ଗବେରଙ୍ଗର ବନ୍ଧୁତ୍ୱ ସୂତା ବା ‘ଫ୍ରେଣ୍ଡସିପ୍ ବ୍ୟାଣ୍ଡ’ ବାନ୍ଧିଥାନ୍ତି।ଉପହାର ଆଦାନପ୍ରଦାନ ମଧ୍ୟରେ ବନ୍ଧୁମାନେ ପରସ୍ପରକୁ ଶୁଭେଚ୍ଛା କାର୍ଡ,ଚକୋଲେଟ୍ ଏବଂ ଅନ୍ୟାନ୍ୟ ଉପହାର ଦେଇଥାନ୍ତି।ସମୟ ବିତାଇବା କାର୍ଯ୍ୟ ମଧ୍ୟରେ ସାଙ୍ଗମାନେ ଏକାଠି ହୋଇ ବୁଲିବାକୁ ଯାଆନ୍ତି,ସିନେମା ଦେଖନ୍ତି ଏବଂ ପୁରୁଣା ସ୍ମୃତିକୁ ମନେ ପକାନ୍ତି।ପୌରାଣିକ ମହତ୍ତ୍ୱଭାରତୀୟ ସଂସ୍କୃତିରେ ବନ୍ଧୁତାର ଉଦାହରଣ ଯୁଗେ ଯୁଗେ ଦେଖିବାକୁ ମିଳିଛି।ମହାଭାରତ ଓ ପୁରାଣରେ କୃଷ୍ଣ-ସୁଦାମା,ଜଗନ୍ନାଥ-ଅର୍ଜୁନ ଏବଂ ରାମାୟଣରେ ରାମ-ସୁଗ୍ରୀବଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ଆଜି ବି ସମସ୍ତଙ୍କ ପାଇଁ ଏକ ପ୍ରେରଣା ଅଟେ।ସାର୍ଥକ ପଟ୍ଟନାୟକ,ଇଂ.ଅବିନାଶ ଦାସ,ବିପିନ ବିହାରୀ ବେହେରା ପ୍ରମୁଖ ପ୍ରମୁଖ ଇଫୁନାର ସମସ୍ତ ଶତାଧିକ ସହଯୋଗୀ ସଦସ୍ୟା,ସଦସ୍ୟ ମଧ୍ୟ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏଥିରେ ସମାଜସେବୀ ସରୋଜ କୁମାର ଶତପଥୀ ସ୍ୱାଗତଭାଷଣ ଦେଇଥିବା ବେଳେ ଗୋକୁଳ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସଭାରେ ଢେଙ୍କାନାଳ ଜିଲ୍ଲାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ଜଳ ବିଭାଜିକା ପ୍ରକଳ୍ପ ଦ୍ୱାରା ୩ ହେକ୍ଟର ଜମିରେ କାଜୁ ଚାରା ରୋପଣ 

Sunil Chandra Nayak

ରାୟଗଡ ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ,ଭl.ପ୍ର.ସେଙ୍କ ଯୋଗଦାନ

Sunil Chandra Nayak

ରାଆମ ତରଫରୁ ସହିଦ୍ ଲକ୍ଷ୍ମଣ ଜୟନ୍ତି ପାଳନ

Sunil Chandra Nayak

Leave a Comment

error: Content is protected !!