ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା ଅନୁଷ୍ଠିତ 

ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା ଅନୁଷ୍ଠିତ 

ରାଉରକେଲା ୧୬.୦୬.୨୦୨୫ :  ସୁନ୍ଦରଗଡ଼ ଜିଲ୍ଲାରେ ୧୫ ଦିନ ବ୍ୟାପି ଶିଶୁ ଶ୍ରମ ନିରାକରଣ ଅଭିଯାନରେ ଅଂଶ ସ୍ଵରୂପ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା ଆଜି  ରେଲୱେ ଷ୍ଟେସନ ନିକଟସ୍ଥ ହନୁମାନ ମନ୍ଦିରଠାରୁ ଆରମ୍ଭ ହୋଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପହଂଚିଥିଲା | ଏହି କାର୍ଯ୍ୟକ୍ରମରେ ଜନ ସାଧାରଣ ଓ ବାଣିଜ୍ଯ ପ୍ରତିଷ୍ଠାନର ସତ୍ଵାଧିକାରୀଙ୍କ ମଧ୍ୟରେ  ସଚେତନତା ସ୍ରୁଷ୍ଟି କରାଗଲା  । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ  ରଘୁନାଥପାଲି ଦୁର୍ଗା ଚରଣ ତନ୍ତୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସବୁଜ ପତାକା ଦେଖାଇ ପଦଯାତ୍ରା ର ଶୁଭାରମ୍ଭ କରିଥିଲେ l ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଣବ ଜେନା, ପ୍ରଭାଗୀୟ ଶ୍ରମ ଆୟୁକ୍ତ ସୁନିତା କିସାନ , ଜିଲ୍ଲା ଶ୍ରମ ଅଧିକାରୀ ରାଉରକେଲା ଗୋପାଳ କ୍ରୁଷ୍ଣ ମଙ୍ଗରାଜ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଶିଶୁ କଲ୍ୟାଣ କମିଟି ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ର କର୍ମକର୍ତ୍ତା ଆଦି ଓ କାର୍ଯ୍ୟାଳୟର ଅଧିକାରୀ ତଥା କର୍ମଚାରୀଙ୍କ ଉପସ୍ଥିତ ଥିଲେ l   ଉକ୍ତ ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରାରେ ସମସ୍ତ ଜନସାଧାରଣ ଙ୍କ ମଧ୍ୟରେ ସଚେତନତା  ସୃଷ୍ଟି କରିବା ସହିତ ଜିଲ୍ଲାକୁ କିଭଳି ଶିଶୁ ଶ୍ରମିକ ମୁକ୍ତ କରାଯାଇପାରିବ  ତଥା  ଶିଶୁ ମାନଙ୍କର ଅଧିକାର, ଶିଶୁ ସୁରକ୍ଷା ଓ ଶିଶୁ ଶ୍ରମିକ ନିୟୋଜନରେ  ଦଣ୍ଡବିଧାନର ପ୍ରାବଧାନ ସମ୍ପର୍କରେ ସର୍ବ ସାଧାରଣଙ୍କ ମଧ୍ୟରେ  ସଚେତନତା ସୃଷ୍ଟି କରଯାଇଥିଲା । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପରଜଙ୍ଗବ୍ଲକ୍ ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୃଷ୍ଟି ଦେବେ କି ସରକାର 

Sunil Chandra Nayak

ବିପଦର ବଂଧୁ ସେବା ସଙ୍ଗଠନ ତରଫରୁ ସହାୟତା ପ୍ରଦାନ 

masiha

୮୯ ତମ ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ପଥଚାରୀଙ୍କୁ ଦହିପଣା ଓ ତରଭୁଜ ଖଣ୍ଡ ବଣ୍ଟନ 

masiha

Leave a Comment

error: Content is protected !!