ଓଡିଆ ଚଳଚ୍ଚିତ୍ର ପ୍ରଦର୍ଶିତ
ରାଉରକେଲା ୧୬.୬.୨୫ : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ୧୨ ଜୁନରୁ ରାଜ୍ୟ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି l ଏହି ପରିପ୍ରେକ୍ଷୀରେ ସୋମବାର ଦିନ ଓଡିଆ ଚଳଚିତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଓଡ଼ିଆ ଚଳଚ୍ଚିତ୍ରର ବହୁଳ ପ୍ରଚାର ପ୍ରସାର କରିବା ତଥା ଓଡ଼ିଶାର ଚଳଚ୍ଚିତ୍ର ଜଗତର ଗୌରବମୟ ଇତିହାସକୁ ମନେ ପକାଇବା ନିମନ୍ତେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ‘ଦମନ’ , ‘ସ୍ତ୍ରୀ’ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।
ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ ଓ ଉପ ପୌରାୟୁକ୍ତ ଶ୍ରୀମତୀ ଅନୀତା ନାଏକଙ୍କ ସମେତ ଆରଏମସିର ବରିଷ୍ଠ ଅଧିକାରୀ, ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଏସଏଚଜି ମହିଳାଙ୍କ ଉପସ୍ଥିତ ରହି ଚଳଚ୍ଚିତ୍ରର ଉପଭୋଗ କରଥିଲେ l ସୂଚନା ଯୋଗ୍ୟ ଯେ ସରକାରୀ ଯୋଜନା ଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ‘ବିକାଶ ବାହନ’ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯାଉଛି। ଏଥିସହ ବିଭିନ୍ନ ଓ୍ବାର୍ଡ ରେ ୨୧ ଜୁନ ପର୍ଯ୍ୟନ୍ତ ‘ବିକାଶ ମେଳା’ ର ଆୟୋଜନ କରାଯାଉଛି।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

