ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଗମ ଅଂଚଳ ମାଣିକପୁର ପଞ୍ଚାୟତରେ ବିକାଶ ରଥ ଗଡିଲା

ଦୁର୍ଗମ ଅଂଚଳ ମାଣିକପୁର ପଞ୍ଚାୟତରେ ବିକାଶ ରଥ ଗଡିଲା

 ମୟୂରଭଂଜ – ୧୬/୦୬ —  ମୟୂରଭଂଜ ଜିଲ୍ଲାର ପଛୁଆ ଆଦିବାସୀ ଅଧ୍ୟୁଷିତ ଵିଜାତଳା ବ୍ଳକର ଦୁର୍ଗମ ପାହାଡ଼ିଆ ଅଂଚଳରେ ମାଣିକପୁର ପଞ୍ଚାୟତରେ ବିକାଶ ବାହାନ ରଥ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଯୁବ ଲଢୁଆ ସଂଗ୍ରାମୀ ସରପଞ୍ଚଶୁସାନ୍ତ କୁମାର ମୁଣ୍ଡା,ପଞ୍ଚାୟତ ନିର୍ବାହୀ ଅଧିକାରୀଣୀ ଈଶା ପ୍ରଜ୍ଞା ସି,କନିଷ୍ଠ ଯନ୍ତ୍ରୀ ଇଂ ପାନ ମାଝୀ ,ଏଡିଇଓ ପୁଷ୍ଟିସାର ମଣ୍ଡଳ ,ସମସ୍ତ ଓ୍ବାର୍ଡ ମେମ୍ବର,ମାନ୍ୟଗଣ୍ୟ ବ୍ୟକ୍ତି,ରାମଦୋଳି ସଦସ୍ୟ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ସରକାରଙ୍କ ୧୯ ଟି ଯୋଜନା ସମ୍ବନ୍ଧରେ ଅବଗତ କରାଯାଇଥିଲା ।ତଦସହ ବଞ୍ଚିତ ହିତାଧିକାରମାନେ ଆବାସ ଯୋଜନା,ଭତ୍ତା,ରେସନ କାର୍ଡ,ଭୂମିହୀନ, ମାଧ ସିଂ ହାତ ପାଣ୍ଠି ଖର୍ଚ,ପ୍ରଭୃତିରେ ନାମ ପଞ୍ଜିକୃତ କରିଥିଲେ ।କୌଣସି ଅସହାୟ ବ୍ୟକ୍ତି ଯେଭଳି ସରକାରଙ୍କ ଯୋଜନାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ସଚେତନ କରାଯିବା ସହ ଦୁଆର ମୁହଁରେ ପ୍ରଶାସନ ସହଯୋଗରେ ହାତ ବଢ଼ାଇବା ପାଇଁ ଶତ ପ୍ରତିଶତ ଚେଷ୍ଟିତ ।

 ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଝାପାଖଲ ସେବାଆଶ୍ରମ ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ଭର୍ଦ୍ଧନା

masiha

ଆବାସ ଗୃହରୁ ବଞ୍ଚିତ ବିଳାଶ,ମାଟି କୁଡ଼ିଆ ଘରେ ରହୁଛନ୍ତି ପରିବାର ଲୋକେ 

ଚେମ୍ବର ଅଫ କମର୍ସ ର ଦାବୀ ପରେ  ଧର୍ମଗଡ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ପାର୍କିଂ ବ୍ୟବସ୍ଥା ତ୍ଵରାନିତ

masiha

Leave a Comment

error: Content is protected !!