ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୂଳ ରାମପୁର କୃଷି ବିଭାଗ ପକ୍ଷରୁ ପୋଖରା ଗ୍ରାମରେ ଅକ୍ଷୀ ମୁଠି ଅନୁକୂଳ ପୂଜା

ଥୁଆମୂଳ ରାମପୁର:୨୪/୦୪ – (ମନିସ):- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରବିବାର କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ନିକଟସ୍ଥ ପୋଖରା ଗ୍ରାମ ଠାରେ କୃଷି ବିଭାଗ ପକ୍ଷରୁ କୃଷକ ଦିବସ ପାଳିତ ହୋଇଯାଇଛି। କୃଷି ଅଧିକାରୀ ଶ୍ରୀ ସିଦ୍ଧାର୍ଥ ସ୍ବରୂପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଥୁଆମୂଳ ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭକାନ୍ତ ନାଏକ, ସମ୍ମାନିତ ଅତିଥି ମାନଙ୍କ ମଧ୍ୟରୁ ସମାଜ ସେବୀ ଶ୍ରୀ ମାଣିକ୍ଯ ଚନ୍ଦ୍ର ନାଏକ, ସାଂସଦ ପ୍ରତିନିଧି ଶ୍ରୀ ବିଷ୍ଣୁ ନାଏକ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବିଜୟା ମାଝୀ ପ୍ରମୁଖ ଯୋଗଦେଇଥିଲେ। ଗ୍ରାମର ଜାନୀ ବୁଢା ମାଝୀ ଓ ଅଭିରାମ ମାଝୀ ଙ୍କ ଦ୍ଵାରା ଭୂମି ପୂଜାର୍ଚ୍ଚନା କରାଯିବା ପରେ ଅକ୍ଷୟ ମୁଠି ଅନୁକୂଳ ପୂର୍ବକ ମାଟିରେ ପକାଯାଇ ଭୂମିକୁ ହଳ କରାଯାଇଥିଲା। ବ୍ଳକ କୃଷି ବିଭାଗ କର୍ମଚାରୀଙ୍କ ମଧ୍ୟରୁ ଭିଏଡବ୍ଳୁ ଶ୍ରୀ ରାକେଶ ରୋସନ ମେହେର, ଶ୍ରୀ ସୁମନ୍ତ ନାଏକ, ଶ୍ରୀ ସିଦ୍ଧାର୍ଥ ନାଏକ ସମତ୍ ଅନ୍ଯାନ୍ଯ ଗ୍ରାମବାସୀ ଉପସ୍ଥିତ ରହିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ସବୁ ଜିଲ୍ଲାରେ ବିକଶିତ ଗାଁ, ବିକଶିତ ଓଡ଼ିଶା । ଆଭାସୀ ଜରିଆରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

masiha

ଅନୁଷ୍ଠିତ ହେଲା ବିଦ୍ୟାଳୟର ପୁରସ୍କାର ବିତରଣ ଓ ବାର୍ଷିକ ଉତ୍ସବ

masiha

ସିଟିଜେନସ୍ କମିଟି ପକ୍ଷରୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ 

masiha

Leave a Comment

error: Content is protected !!