ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁଷ୍ଠିତ ହେଲା ବିଦ୍ୟାଳୟର ପୁରସ୍କାର ବିତରଣ ଓ ବାର୍ଷିକ ଉତ୍ସବ

ଅନୁଷ୍ଠିତ ହେଲା ବିଦ୍ୟାଳୟର ପୁରସ୍କାର ବିତରଣ ଓ ବାର୍ଷିକ ଉତ୍ସବ

ଖଇରା,୦୭/୩/୨୫ – ବାଲେଶ୍ବର ଜିଲ୍ଲା ଖଇରା ବିଇଓ ଅଧିନ ପଳସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପୁରସ୍କାର ବିତରଣ ଓ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନସ କୁମାର ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ଯକ୍ଷା ଅଭିଲିପ୍ସା ସାହୁ, ମୁଖ୍ୟବକ୍ତା ବିଇଓ ଗଦାଧର ସାହୁ, ନହଙ୍ଗ କ୍ଲଷ୍ଟର ସିଆରସିସି ଭାଗବତ ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତପନ ତ୍ରିପାଠୀ, ସତୃଘ୍ନ ଦାସ, ବିଷ୍ଣୁ ପ୍ରସାଦ ବହଳୀ, ନାରାୟଣ ବେହେରା, ଜିଲ୍ଲାପରିଷଦ ସଦସ୍ୟା ରଶ୍ମିତା ମହାପାତ୍ରଙ୍କ ସମେତ ଅନ୍ୟ ଅତିଥି ମାନେ ମଞ୍ଚାସୀନ ହୋଇ ପିଲା ମାନଙ୍କ ଉଦ୍ଦେଶ୍ୟରେ ଖୁବ୍ ସୁନ୍ଦର ଓ ଶିକ୍ଷଣୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । ପିଲା ମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ସ୍ଥାନ ଅଧିକାର କରିଥିବା ପିଲା ମାନଙ୍କୁ ମଞ୍ଚାସୀନ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ । ଦିବସବ୍ଯାପୀ କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସ୍କୁଲ ପରିଚାଳନା ସମିତର କର୍ମକର୍ତ୍ତା ମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଦେଖିବାକୁ ପିଲାମାନଙ୍କ ଅଭିଭାବକ ଓ ଅଭିଭାବିକା ମାନଙ୍କର ଉପସ୍ଥିତ ବହୁ ମାତ୍ରାରେ ବିଦ୍ୟାଳୟକୁ ଉତ୍ସାହିତ କରିଥିଲା ।।

ବାଲେଶ୍ବର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଡାବୁଗାଁରେ ପୃଥକ ଦୁର୍ଘଟଣାରେ ୫ ଗୁରୁତ୍ତର 

masiha

ଧର୍ମଗଡ଼ ର ବରିଷ୍ଠ ଆଇନଜୀବି କୁବେର ଚନ୍ଦ୍ର ସାହୁ ଙ୍କ ପରଲୋକ। ଓକିଲ ସଂଘର ଶୋକ ସଭା

Sunil Chandra Nayak

କାର୍ଯ୍ୟରେ ଯୋଗଦେଲେ ଶିକ୍ଷକ

masiha

Leave a Comment

error: Content is protected !!