ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେହେରୁ ଯୁବ କେନ୍ଦ୍ର ମାଇ ଭାରତ କଳାହାଣ୍ଡି ପକ୍ଷରୁ ଯୁବ ଉତ୍ସବ ପାଳିତ 

ନେହେରୁ ଯୁବ କେନ୍ଦ୍ର ମାଇ ଭାରତ କଳାହାଣ୍ଡି ପକ୍ଷରୁ ଯୁବ ଉତ୍ସବ ପାଳିତ 

ଭବାନୀପାଟଣା :- ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନରେ ଥିବା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ମାଇ ଭାରତ ତରଫରୁ ଜିଲ୍ଲା ଯୁବ ସଂଯୋଜକ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ୦୭ ତାରିଖ ଶନିବାର ଦିନ ମା ମାଣିକେଶ୍ବରୀ ବିଶ୍ଵ ବିଦ୍ୟାଳୟ ଭବାନିପାଟଣା ସଭାଗୃହ ଠାରେ ଯୁବ ଉତ୍ସବ ପାଳିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର କୁଳପତି ଡ. ନିବେଦିତା ନାଥ ଯୋଗଦେଇ ଉପସ୍ଥିତ ଯୁବକ ଯୁବତୀମାନଙ୍କୁ ଯୁବକମାନଙ୍କର ଭୂମିକା ଏବଂ ଦେଶ ପାଇଁ ନିଜର ଯୋଗଦାନ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ, ବିଶେଷ ଅତିଥି ଅତିରିକ୍ତ କଳାହାଣ୍ଡି ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ତନ୍ମୟ କୁମାର ଦରର୍ୱାନ ପଞ୍ଚପ୍ରାଣ ଓ ବିକଶିତ ଭାରତ ରେ ଯୁବକ ଯୁବତୀମାନର ଭୂମିକା କିଭଳୀ ଭାବରେ ରହିବ ସେ ଉପରେ ଆଲୋକ ପାତ୍ କରିଥଲେ । ଅତିଥି ଭାବରେ ମା ମାଣିକେଶ୍ବରୀ ବିଶ୍ଵ ବିଦ୍ୟାଳୟର ରେଜିଷ୍ଟାର ଶ୍ରୀ ପିତାମ୍ବର ଭୋଇ, ଏବଂ ବକ୍ତା ଭାବରେ ମେଜର ଡ. ଜୟଦେବ ସାହୁ ଯୋଗଦେଇ ଉପସ୍ଥିତ ଯୁବକ ଯୁବତୀମାନଙ୍କୁ ଯୁବ ଉତ୍ସବ ବିଷୟରେ ଅଭିଭାଷଣ ରଖିଥିଲେ। ଏହି ଉତ୍ସବରେ ୭-ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାର ବିଜେତାମାନେ ରାଜ୍ୟସ୍ତର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ଓ ରାଜ୍ୟସ୍ତରର ବିଜେତାମାନେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ମେହେର ସମସ୍ତଙ୍କୁ ସୂଚନା ଦେଇଥିଲେ। ବିଭିନ୍ନ ବିଭାଗ ଯଥା ଦଳଗତ ବିଜ୍ଞାନ ମେଳା, ଏକକ ବିଜ୍ଞାନ ମେଳା, ଚିତ୍ରାଙ୍କନ ପ୍ରତିଯୋଗିତା, ମୋବାଇଲ୍ ଫଟୋଗ୍ରାଫି ପ୍ରତିଯୋଗିତା, ବକ୍ତୃତା ପ୍ରତିଯୋଗିତା, ସାଂସ୍କୃତିକ ପ୍ରତିଯୋଗିତା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ୩ ଶହରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ୫ ଶହରୁ ଊର୍ଦ୍ଧ୍ବ ଯୁବକ ଯୁବତୀ ଏହି ଯୁବ ସମାବେଶରେ ଯୋଗ ଦେଇଥିଲେ। ଦ୍ଵିତୀୟ ଅଧିବେଶନରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ସି.ଆର୍‌.ପି.ଏଫ୍ ୬୪ ବାଟାଲିୟନ କଳାହାଣ୍ଡି second କମାଣ୍ଡେଣ୍ଟ ଶ୍ରୀ ପି.କେ ମିଶ୍ର ଯୋଗଦେଇ ସାଂସ୍କୃତିକ ଦଳମାନଙ୍କୁ ଉତ୍ସାହିତ କରିଥିଲେ । ଏବଂ ଅତିଥି ଭାବରେ ଡେପୁଟି କମାଣ୍ଡେଣ୍ଟ ଶ୍ରୀ ସଚିତା ନନ୍ଦ ପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବିବେକାନନ୍ଦ ମହାପାତ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ପାଢି, ଏବଂ ଓ. ଆଇ.ଏସ୍ ଡି.ପି. ଅର୍. ଓ ଶ୍ରୀ ହଳଧର ନିଆଲ୍ ଉପସ୍ଥିତ ରହିଥିଲେ ।ଏବଂ କଳାହାଣ୍ଡିର ଯୁବ ସଫଳତା ପାଇଁ ଚସ୍ମିତ୍ କୋର, କୁମ୍କୁମ୍ ପ୍ରିୟଦର୍ଶିନୀ ସାହୁ, ମନୀଷ କୁମାର ସାହୁ ଏବଂ ଶମ୍ଭୁ ବିଶି ଙ୍କୁ ଅତିଥି ମାନଙ୍କ ଦ୍ବାରା ସମବେଦନା କରାଯାଇଥିଲା । ଶେଷରେ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ଆର୍ଥିକ ପୁରସ୍କାର ସହ ପ୍ରମାଣପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ବିନୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ଏବଂ ଏଥିରେ ସହଯୋଗ କରିଥିଲେ ମାଇ ଭାରତର ସ୍ୱେଚ୍ଛାସେବି ଚୂଳମଣୀ ମାଝୀ, ସାତ୍ବିକା ମାଝୀ, ନବୀନ ସାହୁ, ଅଭିଷେକ ବେହେରା, ସୁଶୀଲ ପଧାନ, ସାଗର ସାହୁ, ମିଳନ ଭୋଇ, ବିଳାସ ନାଏକ, ମମତା ପଧାନ, ଦୂର୍ମନ୍ୟ ଶବର, ଏବଂ ଗଜପତି ଚଲାନ ପରିଶେଷରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଲେଖାପାଳ ଶ୍ରୀ ଦୂତିଆ ବନଛୋର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

( ମ ନି ସ ) 

Related posts

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଭାଷା ସାହିତ୍ୟ ସୃଜନଶୀଳତା ଉତ୍ସବ

masiha

୯୭ ବର୍ଷୀୟା ଧର୍ମ ପରାୟଣ ବୃଦ୍ଧା ଙ୍କ ଦେହାନ୍ତ ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

୩୫ତମ ବୋଇତ ବନ୍ଦାଣ ଉତ୍ସବର ପ୍ରଥମ ଦିବସ      ପ୍ରାର୍ଥନା, ପ୍ରଚେଷ୍ଟା, ପ୍ରତୀକ୍ଷା, ପ୍ରେରଣା କୁ ଗୁରୁତ୍ୱାରୋପ

Sunil Chandra Nayak

Leave a Comment

error: Content is protected !!