ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ପରିସର ରେ ଜିଲ୍ଲାସ୍ତରୀୟ ଜନ ଔଷଧି ଦିବସ ପାଳିତ
ତେନ୍ତୁଳିଖୁଣ୍ଟି ୦୭/୦୩/୨୫ // ଜନ ଔଷଧି ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଜିଲ୍ଲା ର ଏକ ଉପାନ୍ତ ଗ୍ରାମ ରେ କରିବା ସହ ଜନ ଔଷଧି ର ପ୍ରଚାର କରିବା ପାଇଁ ନବରଙ୍ଗପୁର ଏମ ପି ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ କୁ ଚିହ୍ନଟ କରିଥିଲେ। ଆଜି ଜିଲ୍ଲା ରେ ଥିବା ସମସ୍ତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ ଏହି ଦିବସ ପାଳନ କରାଯାଇଛି। ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ପରିସର ରେ ଜିଲ୍ଲା ସ୍ତରୀୟ ଜନ ଔଷଧି ଦିବସ ପାଳନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଏମ ପି ବଳଭଦ୍ର ମାଝୀ ସମ୍ମାନିତ ଅତିଥି ଭାବେ ବିଧାୟକ
ଗୌରୀ ଶଙ୍କର ମାଝୀ ଯୋଗ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ତୋଷ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଡି ପି ଏମ ସୁଶାନ୍ତ କୁମାର ପ୍ରହରାଜ କାର୍ଯ୍ୟକ୍ରମ ପରିଚାଳନ କରିଥିଲେ। ସରପଞ୍ଚ ବନ୍ଦିତା ନାୟକ କାର୍ଯ୍ୟକ୍ରମ ତାଙ୍କ ପଞ୍ଚାୟତ ରେ କରାଯାଇଥିବାରୁ ସ୍ବାସ୍ଥ୍ୟ ବିଭାଗ ତଥା ଏମ ପି ଓ ବିଧାୟକ ସମସ୍ତ ଙ୍କୁ ଧନ୍ୟବାଦ୍ ଦେବା ସହ ଇନ୍ଦ୍ରାବତୀ ପ୍ରକଳ୍ପ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଵୟଂ ସଂପୂର୍ଣ୍ଣ ଡାକ୍ତରଖାନା ହୋଇ ନଥିବାରୁ ଦୁଃଖ ବ୍ୟକ୍ତ କରିବା ସହ ସମସ୍ୟା ସମାଧାନ ପାଇଁ ନିବେଦନ କରିଥିଲେ। ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପଣ୍ଡା ଜନ ଔଷଧି ଶସ୍ତା ବୋଲି ପ୍ରଭାବୀ ହୋଇ ନ ଥାଇ ପାରେ ବୋଲି ଯେଉଁ ଧାରଣା ରହୁଛି ସେଥିରୁ ନିବୃତ୍ତ ରହିବାକୁ କହିଥିଲେ କାରଣ ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ଵାରା ଯେଉଁ ଔଷଧ କୁ ଜି ଏମ ପି ପ୍ରମାଣପତ୍ର ଦେଉଛି ସେହି ଔଷଧ(good manufactured products)ହିଁ ଜନ ଔଷଧି କେନ୍ଦ୍ର ରେ ବିକ୍ରି ହେଉଛି. । ଅଦ୍ୟାବଧି ପ୍ରାୟ ୨୧୦୦ ଔଷଧ ଜନ ଔଷଧି କେନ୍ଦ୍ର ପାଇଁ ଜି ଏମ ପି ପ୍ରମାଣ ପତ୍ର ପାଇ ସାରିଛି।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କାହିଁକି ପି ଏ ଚ ସି। ଗୁଡ଼ିକୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନାମ କାରଣ କଲେ ଜନ ଔଷଧି କେନ୍ଦ୍ର ପାଇଁ କାହିଁକି ଚିନ୍ତା କରାଗଲା ଆଦି ସମ୍ପର୍କରେ ଏମ ପି ବଳଭଦ୍ର ମାଝୀ ନିଜ ଅଭିଭାଷଣ ରେ ଉଲ୍ଲେଖ କରିଥିଲେ। ଅଦ୍ୟାବଧି ଜିଲ୍ଲା ରେ ଚାରି ଗୋଟି ଜନ ଔଷଧି କେନ୍ଦ୍ର ରହିଥିବା ଉଲ୍ଲେଖ କରିଥିଲେ ଆହୁରି ଖୋଲିବା ପାଇଁ କେନ୍ଦ୍ର ସରକାର ଦେଉଥିବା ପ୍ରୋତ୍ସାହନ ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରିଥିଲେ। ବିଧାୟକ ଗୌରୀ ମାଝୀ ମା ମାନଙ୍କୁ ଆହ୍ବାନ କରିଥିଲେ ତେଲ,ଲୁଣ ,ଚିନି, ମସଲା ର ପରିମାଣ ଖାଦ୍ୟ ପ୍ରସ୍ତୁତି ରେ କମାଇବା ଏବଂ ଯୋଗ ପ୍ରାଣାୟମ କୁ ଜୀବନରେ ଆପଣେଇବା ସହିତ ସାମାନ୍ୟ ଅସୁସ୍ଥତା ରେ ଘରୋଇ ଉପଚାର ଅନ୍ୟଥା ଜନ ଔଷଧି କେନ୍ଦ୍ର ର ଔଷଧ ବ୍ୟବହାର କରିବା। ଏହି କାର୍ଯ୍ୟକ୍ରମ ଆୟୋଜନ ରେ ବି ପି ଏମ ରଞ୍ଜନ ମିଶ୍ର,ଏମ ତପନ କୁମାର , ସୁକେଶୀ ମହାନ୍ତି ,ସରସ୍ଵତୀ ଦେଇ,ସନ୍ତୋଷ ସିଂ , ସମେତ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ର ସ୍ବାସ୍ଥ୍ୟ କର୍ମ ଚାରୀ ଅଙ୍ଗନବାଡ଼ି କର୍ମୀ ଆଶା କର୍ମୀ ସହ ଯୋଗ କରିଥିଲେ।
ଏହି କାର୍ଯ୍ୟକ୍ରମ ପୂର୍ବରୁ ଏମ ପି ମାଝୀ ଓ ବିଧାୟକ ଗୌରୀ ମାଝୀ ଖାତିଗୁଡ଼ା ସ୍ଥିତ ପ୍ରଭାସିନୀ ମହାପାତ୍ର ଙ୍କ ଦ୍ଵାରା ପରିଚାଳିତ ଜନ ଔଷଧି କେନ୍ଦ୍ର କୁ ଯାଇ ମିଳୁଥିବା ଔଷଧ ଏବଂ ଗୁଣବତ୍ତା ବିଷୟରେ ପଚାରି ବୁଝିବା ସହ କିଛି ଔଷଧ କ୍ରୟ କରିଥିଲେ ,କର୍ମୀଙ୍କୁ ସ୍ବାସ୍ଥ୍ୟ ସମସ୍ୟା ହେଲେ ଜନ ଔଷଧି କେନ୍ଦ୍ର ରୁ ଔଷଧ କ୍ରୟ କରିବାକୁ କହିଥିଲେ।
ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

