ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ମହାବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ

ନବରଙ୍ଗପୁର—-(ମସିହା)   ଦୀର୍ଘ ତିନି ଦିନ ଧରି ଅନୁଷ୍ଠିତ ଯୁବ ରେଡକ୍ରସ ତରଫରୁ ଆୟୋଜିତ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ନବରଙ୍ଗପୁର ମହାବିଦ୍ୟାଳୟ ଠାରେ ଉଦଯାପିତ ହୋଇଯାଇଛି। ଜାତୀୟ ସ୍ତରୀୟ ଫାଷ୍ଟ ଏଡ୍ ସମ୍ବଳ ପ୍ରଶିକ୍ଷକ ଶ୍ରୀଯୁକ୍ତ ରଞ୍ଜନ କୁମାର ସ୍ବାଇଁ ଦ୍ଵିତୀୟ ଦିନରେ ଦୀର୍ଘ ସମୟ ଧରି ସ୍ବେଛାସେବୀ ଙ୍କୁ ପ୍ରାଥମିକ ଚିକିତ୍ସା ଓ ତାର ଉପାଦେୟତା ଉପରେ ବୁଝାଇବା ସହ ଆଗାମୀ ଦିନରେ ଜଣେ ଜଣେ ସମାଜ ସେବା ସୈନିକ ଭାବେ ଆପଦ କାଳୀନ ପରିସ୍ଥିତିରେ ସହାୟତା କରିବା ପାଇଁ ସଦା ପ୍ରସ୍ତୁତ ରହିବାକୁ ସ୍ବେଛାସେବୀ ଙ୍କୁ ଆହ୍ବାନ ଦେଇଥିଲେ। ଜିଲ୍ଲା ର ୨୫ ଗୋଟି ମହାବିଦ୍ୟାଳୟ ରୁ ୧୦୦ ଜଣ ସ୍ବେଛାସେବୀ ଙ୍କ ସହ ରେଡ କ୍ରସ କାଉନସିଲର ଓ ଅଧ୍ୟକ୍ଷ ମାନେ ଯୋଗଦାନ କରିଥିଲେ। ଉଦଯାପନୀ ଉତ୍ସବରେ ସଭାପତିତ୍ବ କରି ଅଧ୍ୟକ୍ଷ ଡଃ ଭାସ୍କର ନାଥ ବିଶ୍ଵାଳ ଏହି ତିନି ଦିନରେ ବହୁ ଅତିଥି, ସମ୍ବଳ ପ୍ରଶିକ୍ଷକ ମାନେ ସ୍ବେଛାସେବୀ ଙ୍କୁ ଅନେକ କ୍ଷେତ୍ର ଉପରେ ଦିଗଦର୍ଶନ କରିଛନ୍ତି ଓ ସ୍ବେଛାସେବୀ ମାନେ ମଧ୍ୟ ଅନେକ କଥା ଶିଖି ପାରିଛନ୍ତି ବୋଲି ଖୁସି ପ୍ରକାଶ କରିଥଲେ। ମାନନୀୟ ଅତିରିକ୍ତ ଜିଲ୍ଲାପାଳ ତଥା କଲେଜ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଭାସ୍କର ରଇତ ଶେଷ ଦିନରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ବେଛାସେବୀ ଙ୍କୁ ଶିବିର ରେ ଶିଖିଥିବା ସମସ୍ତ ବିଷୟକୁ ବାସ୍ତବ ଜୀବନରେ ସଠିକ୍ ଉପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ରେଡକ୍ରସ ର ଆଜୀବନ ସଭ୍ୟ ତଥା ଜନପ୍ରିୟ ସମାଜ ସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଜିଲ୍ଲା ରେଡ଼କ୍ରସ ବିଭିନ୍ନ ଜନହିତକର କାର୍ଯ୍ୟ ସହ ସମାଜ କୁ ବିକଶିତ କରୁଥିବା ସୂଚନା ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାଗ ରେଡକ୍ରସ ର ଇତିହାସ ଓ ବର୍ତ୍ତମାନ ର ସ୍ଥିତି ସହ ଶିକ୍ଷା ଜିଲ୍ଲା ରେ ରେଡ କ୍ରସ ର ଆଗାମୀ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ଜିଲ୍ଲା ରେଡ କ୍ରସ ର ପ୍ରକଳ୍ପ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ପଟ୍ଟନାୟକ ସ୍ବେଛାସେବୀ ମାନଙ୍କୁ ସେବାର ପ୍ରକୃତ ଅର୍ଥ ଓ ପରିସର ବିଷୟରେ ବୁଝାଇଥିଲେ। ସମଗ୍ର କାର୍ଯ୍ୟକ୍ରମ ଜିଲ୍ଲା ଯୁବ ରେଡକ୍ରସ ଆବାହକ ଅଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ହୋତା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସଂଯୋଜକ ଅଧ୍ୟାପକ ଅଖିଳ କୁମାର ଭଟ୍ଟ ଓ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା ପରିଚାଳନା କରିଥିଲେ।ଏହି ଉତ୍ସବ ର ବିଭିନ୍ନ କାର୍ଯ୍ୟ ରେ କାଉନସେଲର ରଜନୀ ମିଞ୍ଜ, ନିର୍ମଳା ହିକ୍କା, ଜାହାଙ୍ଗୀର ମହମ୍ମଦ, ଅଶ୍ଵିନୀ ବେହେରା ଦାୟିତ୍ୱରେ ରହିଥିଲେ ଓ ମହାବିଦ୍ୟାଳୟର ତଥା ଜିଲ୍ଲାର ମହାବିଦ୍ୟାଳୟ ଗୁଡ଼ିକର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମଧ୍ୟ ଯୋଗ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

ବିଶ୍ୱ ଯୁବ ଦକ୍ଷତା ଦିବସ ‘2024 ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ରେ ଅନୁଷ୍ଠିତ

masiha

ପାନୀୟ ଜଳ ସମସ୍ୟା ପାଇଁ ବିଜାତଳା ବ୍ଲକ ରେ ତାଲା / ୩ ଘଣ୍ଟା ପରେ ପାନୀୟ ଜଳ ଦୁଇ ଗାଁକୁ ମିଳିବା ପରେ ତାଲା ଖୋଲା ଗଲା /ମାସା ସଙ୍ଘଠନ ଏବଂ ଦୁଇ ଗ୍ରାମବାସୀ ମିଶିକି ତାଲା ବନ୍ଦ କରିଥିଲେ /ମାସା ସଂଘଠନ ଜିଲ୍ଲା ସମ୍ପାଦକ ହାଡିବନ୍ଧୁ ଟୁଡୁ ନେତୃତ୍ୱ ରେ ଯୋଡାପୋଖରୀ ଏବଂ ଭାଲକିଚୁଆ ଗ୍ରାମବାସୀ ଙ୍କୁ ପାନୀୟ ଜଳ ମିଳିଲା

Sunil Chandra Nayak

ପଞ୍ଚାୟତ କାର୍ଯ୍ୟଳୟରେ ନାହାନ୍ତି ନିର୍ବାହୀ ଅଧିକାରୀ, ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି

masiha

Leave a Comment

error: Content is protected !!