ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷିଣ ରାଉରକେଲା ରେ ଉତ୍କଳ ଦିବସ ପାଳିତ 

ଦକ୍ଷିଣ ରାଉରକେଲା ରେ ଉତ୍କଳ ଦିବସ ପାଳିତ 

ରାଉରକେଲା: ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଏବଂ ଅନ୍ୱେଷଣ ମିଳିତ ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ (ଓଡ଼ିଶା ଦିବସ) ସ୍ଥାନୀୟ ବାଲିଯୋଡି ସ୍ଥିତ ଉତ୍କଳମଣି ଗୋପବନ୍ଧୁ ପ୍ରତିମୂର୍ତ୍ତି ପରିସରରେ ସମାଜସେବୀ ଅରୁଣ କୁମାର ପରିଡ଼ା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଉଛି। ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ପଟ୍ଟନାୟକ, ଆଇ ଡି ଏଲ ଶିଳ୍ପ ସମ୍ପର୍କ ବିଭାଗ ମୁଖ୍ୟ ରଞ୍ଜନ ମହାନ୍ତି, ଲାଠିକଟା ଗୋଷ୍ଟୀ ଶିକ୍ଷାଧିକାରୀ ଦେବେନ୍ଦ୍ର ସା, ରାଜ୍ୟ କର୍ମଚାରୀ ବୀମା ପ୍ରାକ୍ତନ ଅଧିକାରୀ ଡ଼ା ବିଷ୍ଣୁପ୍ରିୟା ଦେଈ ବିଶିଷ୍ଟ ସାହିତ୍ୟିକା ବିଜୟଲକ୍ଷ୍ମୀ ପଟ୍ଟନାୟକ ଯଥାକ୍ରମେ ମୁଖ୍ୟଅତିଥି, ମୁଖ୍ୟବକ୍ତା , ସମ୍ମାନିତ ଅତିଥି ଓ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନରେ ଯେଉଁ ମହା ମଣିଷ ମାନେ ଆନ୍ଦୋଳନରେ ଝାସଦେଇ କୃତିତ୍ୱ ଅର୍ଜନ କରିଥିଲେ ସେମାନଙ୍କ ମଧ୍ୟରେ ଉତ୍କଳଗୌରବ ମଧୁସୂଦନ, ବ୍ୟାସକବି ଫକୀରମୋହନ ସେନାପତି, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ,ଉତ୍କଳମଣି ଗୋପବନ୍ଧୁ ଦାସ,ପାରଳା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ସମେତ ବହୁ ପୂର୍ବ ସୂରିମାନେ ଆନ୍ଦୋଳନ କରିଥିବାରୁ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ର ମାନ୍ୟତା ପାଇଲା । ଏବେ ସମୟ ଆସିଛି ଓଡିଆ ଭାଷା ସାହିତ୍ୟ ସଂସ୍କୃତିର ଓ ସ୍ବାଭିମାନ ଅକ୍ଷୁଣ୍ଣ ରଖିବା ପାଇଁ ଆଜିର ଯୁବ ଓ ଛାତ୍ର ସମାଜ ଆଗକୁ ଆସିବାପାଇଁ ବକ୍ତାମାନେ ଆହ୍ବାନ ଦେଇଥିଲେ। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ କଳାକାର ନିର୍ଦ୍ଦେଶକ ନୃତ୍ୟ ଗୁରୁ ବିଜୟ କୁମାର ସାମଲ ଙ୍କୁ ଶ୍ରେଷ୍ଟ କଳାକାର ଭାବେ ସମ୍ମାନିତ କରାଯାଇଥିଲା l ଅନୁଷ୍ଟାନର ସହସଂପାଦିକା ସଚଳା ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ । ଶୋଭନୀୟ ଶିକ୍ଷାଶ୍ରମ ମୁଖ୍ୟ ଗୁରୁମାଆ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵବଧାନରେ ଦେଶତ୍ମା ବୋଧକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇ ଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସୁନୀତା ପରିଡ଼ା, ସନାତନ ସାହୁ କୈଳାଶ ମଲ୍ଲିକ, ଶୁଭଦ୍ରା ସାହୁ,ରାମଚନ୍ଦ୍ର ସାମଲ, କାଳନ୍ଦୀ ଚରଣ ମଲ୍ଲିକ,ଚାନ୍ଦମଣି ମାଝୀ, ବାଦଲ ପଣ୍ଡା,ସନାତନ ବାରିକ, ପ୍ରମୁଖ ଉତ୍କଳ ଦିବସ ତାତ୍ପର୍ଯ୍ୟ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ଵଂୟ ସହାୟକ ଗୋଷ୍ଟିର ମହିଳା କର୍ମୀ,ଲାଠିକଟା ଓ ସ୍ଥାନୀୟ ଅଞ୍ଚଳର ସମସ୍ତ ସିକ୍ଷାନୁଷ୍ଟାନ ର ସିକ୍ଷାକ ଶିକ୍ଷୟତ୍ରୀ ଯୋଗଦେଇଥିଲେ । ଶେଷରେ ସୁନୀତା ପରିଡ଼ା ଧନ୍ୟବାଦ୍ ଦେଇଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର 

Sunil Chandra Nayak

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ ନୋଟ

Sunil Chandra Nayak

କୁଳବେଉସାରେ ମନ ବଳାଉନାହାନ୍ତି ଝାଡୁ କାରିଗର

Leave a Comment

error: Content is protected !!