ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖରସୁଆଁର ଷଢେଇକଳାରେ ବିଶ୍ୱ ପ୍ରତିମୂର୍ତି ଦିବସ ପାଳିତ ବରପୁତ୍ରଙ୍କ ପ୍ରତିମୂର୍ତି ସଫେଇ ସହ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ

ଖରସୁଆଁର ଷଢେଇକଳାରେ ବିଶ୍ୱ ପ୍ରତିମୂର୍ତି ଦିବସ ପାଳିତ ବରପୁତ୍ରଙ୍କ ପ୍ରତିମୂର୍ତି ସଫେଇ ସହ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ

ରାଇରଙ୍ଗପୁର ବ୍ଲକ , ପଡୋଶୀ ଝାଡଖଣ୍ଡ ରାଜ୍ୟର ଓଡ଼ିଆ ଭାଷାଭାଷୀ ଅଧ୍ୟୁଷିତ ଖରସୁଆଁ ଜିଲ୍ଲାର ଷଢେଇକଳାଠାରେ ଏପ୍ରିଲ ୨୧ ତାରିଖରେ ବିଶ୍ୱ ପ୍ରତିମୂର୍ତି ଦିବସ ଉତ୍ସାହର ସହ ପାଳନ କରାଯାଇଛି। 

‘ବନ୍ଦେ ବରପୁତ୍ରମ’ ଆହ୍ୱାନକୁ ନେଇ ସ୍ଥାନୀୟ ସଚେତନ ନାଗରିକ ଓ ସଂଗଠନ ପକ୍ଷରୁ ଉତ୍କଳ ମଣି ଗୋପବନ୍ଧୁଙ୍କ ସମେତ ବରପୁତ୍ରମାନଙ୍କ ପ୍ରତିମୂର୍ତି ସଫେଇ କରାଯାଇ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଓ ସ୍ମୃତିଚାରଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ନନ୍ଦୁ କୁମାର ପାଣ୍ଡେୟ, ବାବଲୁ କୁମାର ମୋଦକ, ବିପ୍ଳବ କୁମାର ପାଣି, ମନୋରଞ୍ଜନ ମିଶ୍ର ଏବଂ କାର୍ତିକ କୁମାର ରାଉତ* ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବକ୍ତାମାନେ କହିଥିଲେ ଯେ, “ଆଜି ସଫା, କାଲି ସୁରକ୍ଷିତ” ପ୍ରତିମୂର୍ତି ସଫେଇ ମାଧ୍ୟମରେ ଆମେ କେବଳ ପଥରକୁ ସଫା କରୁନାହୁଁ, ବରଂ ଆମ ଇତିହାସ, ସଂସ୍କୃତି ଓ ମହାପୁରୁଷମାନଙ୍କ ତ୍ୟାଗକୁ ଆଗାମୀ ପିଢି ପାଇଁ ଜୀବନ୍ତ ରଖୁଛୁ।୨୦୧୭ରୁ ମୟୂରଭଞ୍ଜରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଏବେ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ପାଳନ ହେଉଥିବାରୁ ଉପସ୍ଥିତ ବୁଦ୍ଧିଜୀବୀମାନେ ସନ୍ତୋଷ ପ୍ରକାଶ କରିଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଓଡ଼ିଶା ଏସବିଆଇ ଆଉଟସୋର୍ସିଂ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ, ଦାବି ପୂରଣ ନ ହେଲେ ଆନ୍ଦୋଳନ ହେବ

masiha

କଳାହାଣ୍ଡି କୈବର୍ତ୍ତ ସମାଜର ୧୪ତମ ଚଇତି ପର୍ବ ପାଳିତ

masiha

ଧର୍ମଗଡ ତିନିଛକ ଠାରେ ଅସହାୟ ଅବସ୍ଥାରେ ବୁଲୁଥିବା ବୃଦ୍ଧା ର ପରିଚୟ ମିଳିଲା , ପରିବାରକୁ ହସ୍ତାନ୍ତର କଲା ଧର୍ମଗଡ ଥାନା ପୋଲିସ

Sunil Chandra Nayak

Leave a Comment

error: Content is protected !!