ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖରସୁଆଁର ଷଢେଇକଳାରେ ବିଶ୍ୱ ପ୍ରତିମୂର୍ତି ଦିବସ ପାଳିତ ବରପୁତ୍ରଙ୍କ ପ୍ରତିମୂର୍ତି ସଫେଇ ସହ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ

ଖରସୁଆଁର ଷଢେଇକଳାରେ ବିଶ୍ୱ ପ୍ରତିମୂର୍ତି ଦିବସ ପାଳିତ ବରପୁତ୍ରଙ୍କ ପ୍ରତିମୂର୍ତି ସଫେଇ ସହ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ

ରାଇରଙ୍ଗପୁର ବ୍ଲକ , ପଡୋଶୀ ଝାଡଖଣ୍ଡ ରାଜ୍ୟର ଓଡ଼ିଆ ଭାଷାଭାଷୀ ଅଧ୍ୟୁଷିତ ଖରସୁଆଁ ଜିଲ୍ଲାର ଷଢେଇକଳାଠାରେ ଏପ୍ରିଲ ୨୧ ତାରିଖରେ ବିଶ୍ୱ ପ୍ରତିମୂର୍ତି ଦିବସ ଉତ୍ସାହର ସହ ପାଳନ କରାଯାଇଛି। 

‘ବନ୍ଦେ ବରପୁତ୍ରମ’ ଆହ୍ୱାନକୁ ନେଇ ସ୍ଥାନୀୟ ସଚେତନ ନାଗରିକ ଓ ସଂଗଠନ ପକ୍ଷରୁ ଉତ୍କଳ ମଣି ଗୋପବନ୍ଧୁଙ୍କ ସମେତ ବରପୁତ୍ରମାନଙ୍କ ପ୍ରତିମୂର୍ତି ସଫେଇ କରାଯାଇ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଓ ସ୍ମୃତିଚାରଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ନନ୍ଦୁ କୁମାର ପାଣ୍ଡେୟ, ବାବଲୁ କୁମାର ମୋଦକ, ବିପ୍ଳବ କୁମାର ପାଣି, ମନୋରଞ୍ଜନ ମିଶ୍ର ଏବଂ କାର୍ତିକ କୁମାର ରାଉତ* ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବକ୍ତାମାନେ କହିଥିଲେ ଯେ, “ଆଜି ସଫା, କାଲି ସୁରକ୍ଷିତ” ପ୍ରତିମୂର୍ତି ସଫେଇ ମାଧ୍ୟମରେ ଆମେ କେବଳ ପଥରକୁ ସଫା କରୁନାହୁଁ, ବରଂ ଆମ ଇତିହାସ, ସଂସ୍କୃତି ଓ ମହାପୁରୁଷମାନଙ୍କ ତ୍ୟାଗକୁ ଆଗାମୀ ପିଢି ପାଇଁ ଜୀବନ୍ତ ରଖୁଛୁ।୨୦୧୭ରୁ ମୟୂରଭଞ୍ଜରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଏବେ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ପାଳନ ହେଉଥିବାରୁ ଉପସ୍ଥିତ ବୁଦ୍ଧିଜୀବୀମାନେ ସନ୍ତୋଷ ପ୍ରକାଶ କରିଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ବ୍ୟାଙ୍କ ଅଫ ଇଣ୍ଡିଆ ନର୍ଲା ପକ୍ଷରୁ ଜନ ସୁରକ୍ଷା ଯୋଜନ ପଞ୍ଚାୟତ ସ୍ତରୀୟ ପରିପୂର୍ତ୍ତି ଅଭିଯାନ ଅନୁଷ୍ଠିତ 

Sunil Chandra Nayak

ନୂଆପଡା ଜିଲ୍ଲାରେ ସୁଭଦ୍ରା ଯୋଜନାର ପ୍ରସ୍ତୁତିର ସମୀକ୍ଷା କଲେ ଜିଲ୍ଲାପାଳ 

masiha

ରାଇରଙ୍ଗପୁରରେ ଓଡ଼ିଶା ଡ଼୍ରାଇଭର ମହାସଂଘ ଆନୁକୁଲ୍ୟରେ ତୃତୀୟ ପ୍ରତିଷ୍ଠା ଦିବସ

Leave a Comment

error: Content is protected !!