ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଟିଜେନସ୍ କମିଟି ପକ୍ଷରୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ 

ସିଟିଜେନସ୍ କମିଟି ପକ୍ଷରୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ 

ନବରଙ୍ଗପୁର:(୮|୬)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ସିଟିଜେନ୍ସ କମିଟି ପକ୍ଷରୁ ନବରଙ୍ଗପୁର ପୌରପାଳିକାର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣଙ୍କୁ ଭେଟି ସୌଜନ୍ୟ ମୂଳକ ସାକ୍ଷାତ କରିବା ସହ ପୌରାଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଅବଗତ କରାଯାଇଥିଲା । ଏହି ପରୀପ୍ରେକ୍ଷୀରେ ସୋମବାର ଦିନ କମିଟିର ସଭାପତି ତଥା ବିଶିଷ୍ଟ ସମାଜ ସେବୀ ଜଗନ୍ନାଥ ମହାପାତ୍ରଙ୍କ ନେତୃତ୍ୱରେ କମିଟିର ଏକ ପ୍ରତିନିଧି ଦଳ ପୌରପାଳିକା ଗସ୍ତ କରି କମିଟି ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ସ୍ମାରକ ପତ୍ରରେ ମୁଖ୍ୟତଃ ପୌରାଞ୍ଚଳର ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନାରେ ଅବ୍ୟବସ୍ଥା ଓ ପାଇଖାନା ସଫେଇ କାର୍ଯ୍ୟରେ ନିୟୋଜିତ ପୌର କର୍ମଚାରୀ ଚଢା ଦର ଆଦାୟ କରୁଥିବା ସମ୍ପର୍କରେ ଉଲ୍ଲେଖ ରହିଛି । ୧୭ ଟି ୱାର୍ଡ଼ରୁ ନିର୍ଗତ ବର୍ଜ୍ୟ ବସ୍ତୁକୁ ଅଳିଆ ସଂଗ୍ରହକାରୀ ଗାଡ଼ି ଦ୍ବାରା ସଂଗ୍ରହ କରାଯାଇ ଏହାକୁ ଆରଟିଓ କାର୍ଯ୍ୟାଳୟ ପାର୍ଶ୍ଵବର୍ତୀ ଅଞ୍ଚଳରେ ଠୁଳ କରିବା ନିୟମ ରହିଛି । ତେବେ ଏହି ନିୟମକୁ ଖିଲାପ କରି ଗାବ୍ରିଆଲଗୁଡ଼ା ପାଣି ଟ୍ୟାଙ୍କି ନିକଟସ୍ଥ ଜନବସତି ଇଲାକାରେ ଫୋପାଡି ଦିଆଯାଉଛି । ଏହା ବ୍ୟତୀତ କିଛି କୁକୁଡ଼ା ମାଂସ ବିକ୍ରୟ କାରୀ ବ୍ୟବସାୟୀ ମାନେ କୁକୁଡ଼ାର ଅବଶେଷ ଗୁଡିକୁ ଏହି ଅଞ୍ଚଳରେ ଠୁଳ କରୁଛନ୍ତି । ଏହାଦ୍ୱାରା ସଂପୃକ୍ତ ଇଲାକାର ପରିବେଶ ପ୍ରଦ୍ୟୁଷଣ ହେବା ସହ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଦ୍ବିତୀୟତଃ, ନବରଙ୍ଗପୁର ପୌରାଞ୍ଚଳ ବାସିନ୍ଦାଙ୍କ ସୁବିଧା ପାଇଁ ଅତୀତରେ ପାଇଖାନା ଟ୍ୟାଙ୍କି ସଫେଇ କାର୍ଯ୍ୟ ସମ୍ପାଦନ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ରେଡକ୍ରସ ପାଣ୍ଠିରୁ ଏକ ପାଇଖାନା ଟ୍ୟାଙ୍କି ସଫେଇ ଗାଡି ଯୋଗେଇ ଦିଆଯାଇଥିଲା । ସୁଲଭ ଦରରେ ସେବା ଯୋଗେଇବା ପାଇଁ ଏହି ଗାଡି ଉଦ୍ଦିଷ୍ଟ ଥିବା ବେଳେ ବର୍ତ୍ତମାନ ଚଢ଼ା ଦର ସଂଗ୍ରହ କରାଯାଉଛି । ତେଣୁ ଏହି ଅଭିଯୋଗ ଗୁଡ଼ିକୁ ଗୁରୁତ୍ୱ ଦେବାକୁ ସ୍ମାରକ ପତ୍ରରେ ଅନୁରୋଧ କରାଯାଇଛି । ଏହା ବ୍ୟତୀତ ସହରର ନିର୍ମାଣଧୀନ ରାସ୍ତାଘାଟ ନିର୍ମାଣ କାର୍ଯ୍ୟ ଦୀର୍ଘଦିନ ଧରି ଅଧପନ୍ତରିଆ ହୋଇ ପଡିଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ କମିଟି ଅନୁରୋଧ କରିଥିଲା । ଏହି ସ୍ମାରକ ପତ୍ର ଗ୍ରହଣ କରି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ କର୍ଣ ଏ ସମ୍ପର୍କରେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କମିଟିକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିନିଧି ଦଳରେ ଅନ୍ୟ ମାନଙ୍କ ମଧ୍ୟରେ କମିଟିର ସହ ଆବାହକ ପ୍ରଦୀପ ସାହୁ, ଯୁଗ୍ମ ସମ୍ପାଦକ କିଶୋର ପଟ୍ଟନାୟକ, କୋଷାଧ୍ୟକ୍ଷ ଶ୍ରୀନିବାସ ପାତ୍ର, କାର୍ଯ୍ୟ କାରିଣୀ ସଦସ୍ୟ ସ୍ୱର୍ଣ୍ଣ ଲତା ପଟ୍ଟନାୟକ, କିଶୋରୀ ପଟ୍ଟନୟକ, ଜଗନ୍ନାଥ ବାଘ, ଶରତ ଦାଶ, ବିବେକା ନନ୍ଦ ପଣ୍ଡା, ସାଜାଦ ଅଲ୍ଲୀ ଖାନ୍ ଙ୍କ ସମେତ ନବରଙ୍ଗପୁର ଓକିଲ ସଂଘ ସଭାପତି ସିରାଜ ଉଦ୍ଦିନ ଅହମ୍ମଦ ପ୍ରମୁଖ ଉପସ୍ଥିତ ରହିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନୂଆପଡା ଉପ ନିର୍ବାଚନ ନେଇ ପୋଲିଙ୍ଗ ଦଳକୁ ଅତି ସମ୍ବେଦନଶୀଳ ବୁଥ କୁ ହେଲିକପ୍ଟର ଦ୍ବାରା ଛାଡ଼ିବା ବ୍ୟବସ୍ଥା, ଆଜି ଗୌତମା ଏୟାର ଷ୍ଟ୍ରିପ ରୁ ଗସ୍ତ କାରିବେ

Sunil Chandra Nayak

ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଗ୍ଲୋବାଲ ଆଇକୋନିକ ଆୱ।ଡ଼

Sunil Chandra Nayak

ରୋଟାରୀ କ୍ଲବ ଅଫ ରାଉରକେଲା ର ସ୍ଥାପନା ଦିବସ ପାଳିତ 

masiha

Leave a Comment

error: Content is protected !!