ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ଗବେଷକ ମହେନ୍ଦ୍ର କୁମାର ନାୟକଙ୍କୁ ଡକ୍ଟରେଟ୍ ଉପାଧି

ଯୁବ ଗବେଷକ ମହେନ୍ଦ୍ର କୁମାର ନାୟକଙ୍କୁ ଡକ୍ଟରେଟ୍ ଉପାଧି

ନବରଙ୍ଗପୁର:(୧୫|୪)(ରବି ନାରାୟଣ ମହାନ୍ତି)ଅଭିଭକ୍ତ କୋରାପୁଟ ଜିଲ୍ଲାର ଯୁବ ଗବେଷକ ଏବଂ ଯୁବ ସମାଜସେବୀ ମହେନ୍ଦ୍ର କୁମାର ନାୟକ ଓମ୍ ଷ୍ଟେର୍ଲିଙ୍ଗ୍ ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟ, ହିସାର (ହରିୟାଣା) ତରଫରୁ ସମାଜ ବିଜ୍ଞାନ (ସୋସିଓଲୋଜି) ବିଷୟରେ ପିଏଚ୍‌ଡି (ଡକ୍ଟରେଟ୍) ଉପାଧି ଲାଭ କରିଛନ୍ତି।ସେ ଓମ୍ ଷ୍ଟେର୍ଲିଙ୍ଗ୍ ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟର “School of Social Sciences & Humanities” ଅଧୀନର ସମାଜ ବିଜ୍ଞାନ ବିଭାଗର ପ୍ରାଧ୍ୟାପିକା ଡ଼. ଦୀପିକା ଦେଶୱାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ “Social and Infrastructural Development of Tribal Population in Koraput District of Odisha: A Case Study” ଶୀର୍ଷକରେ ଗବେଷଣା କାର୍ଯ୍ୟ ସମ୍ପନ୍ନ କରି ଏହି ଯୋଗ୍ୟତା ଅର୍ଜନ କରିଛନ୍ତି।ତାଙ୍କର ସନ୍ଦର୍ଭଟି ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି। ସେ ଦୀର୍ଘଦିନ ଧରି ଆଦିବାସୀ ଅଞ୍ଚଳରେ ଆଦିବାସୀ ଅଂଚଳର ଜୀବନ ଜୀବିକା, ଲୋକନୀତି, ସୁଶାସନ, ମାନବିକ ଅଧିକାର ଓ ଜନଜାତିଙ୍କ ସାମାଜିକ ଏବଂ ଆର୍ଥିକ ବିକାଶ କ୍ଷେତ୍ରରେ ଗବେଷଣା କରୁଛନ୍ତି। ତାଙ୍କ ଦ୍ୱାରା ଲିଖିତ ବିଭିନ୍ନ ଗବେଷଣାତ୍ମକ ପ୍ରବନ୍ଧ, ନିବନ୍ଧ ଓ ସନ୍ଦର୍ଭ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପତ୍ରିକାମାନଙ୍କରେ ପ୍ରକାଶିତ ହୋଇଛି। ମହେନ୍ଦ୍ର ଅବିଭକ୍ତ କୋରାପୁଟ ଜିଲ୍ଲା ସମ୍ପର୍କିତ ବିଭିନ୍ନ ବିଷୟରେ ନିଜର ସନ୍ଧର୍ଭ ଉପସ୍ଥାପନା କରି “ବେଷ୍ଟ ପେପର” ସମ୍ମାନ ରେ ମଧ୍ୟ ସମ୍ମାନୀତ ହୋଇଥିଲେ Iଏହି ସଫଳତା ପାଇଁ ସେ ନିଜର ପିତାମାତା, ପରିବାରବର୍ଗ ଓ ଗୁରୁଜନଙ୍କୁ ଶ୍ରେୟ ଦେଇଥିବା ସହ ଓମ୍ ଷ୍ଟେର୍ଲିଙ୍ଗ୍ ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟ, ହିସାରର ସମସ୍ତ ଅଧ୍ୟାପକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।ଯୁବ ଗବେଷକ ମହେନ୍ଦ୍ର ନାୟକ ବାଣିଜ୍ୟ, ସୋସିଓଲୋଜି, ସାମ୍ବାଦିକତା ଓ ଗଣଯୋଗାଯୋଗ, ଲୋକ ପ୍ରଶାସନ ଓ ରୁରାଲ୍ ଡେଭଲପମେଣ୍ଟ ଇତ୍ୟାଦି ପାଠ୍ୟକ୍ରମରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ବେଳେ IIM-Raipur-C.G ରୁ ଲିଡରସିପ ଓ ଚେଞ୍ଜ ମେନେଜମେଣ୍ଟ ରେ ଡିପ୍ଲୋମା, IIT-Delhi ରୁ ପ୍ରୋଜେକ୍ଟ ମେନେଜମେଣ୍ଟ (Project Management), RISE WPU ରୁ ପବ୍ଲିକ ପଲିସି, ଇଗ୍ନୋରୁ ମାନବିକ ଅଧିକାର କୋର୍ସରେ ଡିପ୍ଲୋମା ଏବଂ କୋରାପୁଟ ସ୍ଥିତ କୋଟସରୁ ଟ୍ରାଇବଲ୍ ଷ୍ଟଡିସ୍‌ରେ ଏମ୍‌ଫିଲ୍ ଡିଗ୍ରୀ ମଧ୍ୟ ଅର୍ଜନ କରିଛନ୍ତି।

ସେ ବର୍ତ୍ତମାନ ହାଇଦ୍ରାବାଦ ସ୍ଥିତ ଏକ ପ୍ରତିଷ୍ଠିତ ଦକ୍ଷତା ବିକାଶ ସଂସ୍ଥାନରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି।

ସାମାଜିକ ବିକାଶ ଓ ଯୁବ ସଶକ୍ତିକରଣ ପାଇଁ ରାଷ୍ଟ୍ରୀୟ ଯୁବ ପୁରସ୍କାରରେ ସମ୍ମାନୀତ ମହେନ୍ଦ୍ର ନାୟକ ରୁଷିଆ ଓ ଦକ୍ଷିଣ କୋରିଆ ଭଳି ଦେଶରେ ଆୟୋଜିତ ବିଶ୍ୱ ଯୁବ ସମ୍ମିଳନୀରେ ନିଜର ସନ୍ଦର୍ଭ ଉପସ୍ଥାପନ କରି ପ୍ରଶଂସା ଅର୍ଜନ କରିଛନ୍ତି। ଏହି କୃତିତ୍ୱ ପାଇଁ ତାଙ୍କୁ ଓ ତାଙ୍କ ପରିବାରକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି I

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଇନସ୍ପାୟାର୍ ଫାଉଣ୍ଡେସନ,ନିଉ ଦିଲ୍ଲୀ ଆନୁକୂଲ୍ଯରେ ରାଇରଙ୍ଗପୁର କଚେରୀପଡିଆରେ ଅକ୍ଟୋବର ୭,୮,୯ ତ୍ରିଦୀବସୀୟ ବିକଶିତ ଓଡିଶା- ୨୦୨୫ ପ୍ରଦର୍ଶନୀ ସାଂସଦ ଓ ବିଧାୟକଙ୍କ ଦ୍ବାରା ଶୁଭ ଉଦଘାଟିତ

Sunil Chandra Nayak

ବିଷ୍ଣୁ ଭାଇଙ୍କ ବିୟୋଗରେ ଆଦର୍ଶ ପାଠାଗାରର ଶୋକ

ରାଇରଙ୍ଗପୁରରେ ୮୮ ତମ ଵାମନଘାଟୀ ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ-୨୦୨୩ ପାଳନ ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!